Related Contents

ପିଡବ୍ଲୁଡି ପୋଲ ଉପର ରାସ୍ତା ଶୋଚନୀୟ

ରିପୋର୍ଟ: ଭଗବାନ ମହାନ୍ତି
ମୁରିବାହାଲ(୦୪/୦୮): ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବଙ୍ଗୋମୁଣ୍ଡା ରାସ୍ତା ଲଖଣ ପଂଚାୟତ ଅନ୍ତର୍ଗତ ସିଂପାଲି ଟଙ୍ଗଜୋର ପାଖରେ ପିଡବ୍ଲୁ ଡି ରାସ୍ତା ପୋଲ ଉପର ଖାଲଖମା ରେ ଭର୍ତ୍ତି ହୋଇଛି | ଏହି ରାସ୍ତାରେ ଅନେକ ଦୁର୍ଘଟଣା ଘଟାଇଥିବାର ନଜିର ଅଛି |

ଅଞ୍ଚଳବାସୀ ଏହି ପୋଲଟି ନିମ୍ନମାନର କାମ ହୋଇଥିବା ଅଭିଯୋଗ କରିଛନ୍ତି | ସାମାନ୍ୟ ବର୍ଷାରେ ପାଣି ଜମି ରହି ଯାତାୟାତ ରେ ବାଧା ସୃଷ୍ଟି କରୁଛି | ରାସ୍ତାଟି ମୁରିବାହାଲ ଓ ବଙ୍ଗୋମୁଣ୍ଡା ବ୍ଲକ କୁ ସଂଯୋଗ କରିବା ସଂଗେ ସଂଗେ ବଲାଙ୍ଗୀର କୁ ମଧ୍ୟ ସଂଯୋଗ କରିଥାଏ | ମୁଖ୍ୟ ରାସ୍ତା ହେଉଥିବାରୁ ସବୁ ସମୟରେ ଯାନବାହାନ, ଛାତ୍ରଛାତ୍ରୀ ତଥା ଜନସାଧାରଣ ଯିବାଆସିବା ଲାଗିରହିଥାଏ | ରାସ୍ତା ବିଷୟରେ ପୀଡ଼ବ୍ଲୁଡ଼ି ଜେଇଙ୍କୁ ଯୋଗାଯୋଗ କରାଯାଇଥିଲା | ହେଲେ ସମ୍ଭବ ପର ହେଲାନାହିଁ | ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ରାସ୍ତା ମରାମତି ବ୍ୟବସ୍ଥା ଶୀଘ୍ର କରିବାକୁ ସାଧାରଣରେ ଦାବି ହେଉଛି |

Comments are closed.