Friday, March 29, 2024

Top 5 This Week

Related Posts

ଜିଲ୍ଲା ସଦର ସରସ୍ୱତୀ ଶିଶୁ ମନ୍ଦିରରେ ପାଳିତ ହେଲା ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ପର୍ବ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୧୮/୦୮) : ବୌଦ୍ଧ ଜିଲ୍ଲା ସଦର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବହୁ ଆଡ଼ମ୍ବର ସହକାରେ ପାଳିତ ହୋଇଛି ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ପର୍ବ

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରତାପ କୁମାର ରଥ ଯୋଗଦେଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଆଜି ଜିଲ୍ଲା ସଦର ସରସ୍ୱତୀ ଶିଶୁ ମନ୍ଦିର ର ସମସ୍ତ ଶିଶୁ ମାନେ ସୁନ୍ଦର ରାଧାକୃଷ୍ଣ ବେଶରେ ସଜାଇ ହୋଇ ବିଦ୍ୟା ମନ୍ଦିର କୁ ଆସିଥିଲେ । ପ୍ରଥମେ ପୂଜାର୍ଚ୍ଚନା ସରିବା ପରେ ଶିଶୁ ମନ୍ଦିରରୁ ସମସ୍ତ ଶିଶୁ ମାନେ ରାଧାକୃଷ୍ଣ ବେଶରେ ଏକ ଶୋଭାଯାତ୍ରାରେ ନଗର ପରିକ୍ରମା କରିଥିଲେ ।

କାର୍ଯ୍ୟକ୍ରମରେ ପ୍ରଧାନ ଆଚାର୍ଯ୍ୟ ଗୁରୁଜୀ ଧରଣୀଧର ପରିଡା ସ୍ୱାଗତ ଭାଷଣ ସହ ସଭା ପରିଚାଳନା କରିଥିବା ବେଳେ ପରିଚାଳନା କମିଟି ସଭାପତି ରାଜକିଶୋର ମହାରଣା, ସମ୍ପାଦକ ସାର ପ୍ରଧାନ, ଯୁଗ୍ମ ସମ୍ପାଦକ ସନ୍ତୋଷ ପୁରୋହିତ ଓ ସମସ୍ତ ଗୁରୁଜୀ ଗୁରୁମା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ।

Popular Articles