Related Contents

ବାଇକ ଦୁର୍ଘଟଣାରେ ତିନି ବୋଲବମ ସ୍ବେଛାସେବୀ ଆହତ

ରିପୋର୍ଟ: ଏନ. ସନ୍ତୋଷ କୁମାର
ବୈପାରୀଗୁଡା(୦୪/୦୮): ବୈପାରୀଗୁଡା ଥାନା ଅନ୍ତର୍ଗତ ମଠପୋଡା ପଞ୍ଚାୟତର ବେନ୍ଦ୍ରାଗୁଡା ଛକରେ ବାଇକ ଦୁର୍ଘଟଣାରେ ତିନି ବୋଲ ବମ ସ୍ୱେଚ୍ଛାସେବୀ ଆହତ ହୋଇଥିବା ଜଣାପଡିଛି |

ପ୍ରାପ୍ତ ସୂଚନା ଅନୁଯାୟୀ ଗୁପ୍ତେଶ୍ୱର କାଉଡିଆଙ୍କ ସେବାରେ ଯାଇଥିବା ତିନି ଯୁବକ ସେବାକାର୍ଯ୍ୟ ସାରି ଗୁପ୍ତେଶ୍ୱରରୁ ଗୋଟିଏ ବାଇକରେ ନିଜ ଘରକୁ ଫେରୁଥିବା ବେଳେ ମଠପୋଡାର ବେନ୍ଦ୍ରାଗୁଡା ଛକରେ ବାଇକ ଭାରସାମ୍ୟ ହରାଇ ଏକ ଗଭୀର ଖାଲରେ ପଡିଯାଇଥିଲା | ବହୁ ସମୟ ପରେ କିଛି ପଥଯାତ୍ରୀ ଦୁର୍ଘଟଣାରେ ଆହତ ତିନି ଜଣ ମଧ୍ୟରୁ ଦୁଇ ଜଣକୁ ଦୁଇଟି ବାଇକରେ ଏବଂ ଆଉଜଣକୁ ୧୦୮ଆମ୍ବୁଲାନ୍ସରେ ବୈପାରୀଗୁଡା ମେଡିକାଲ ଆଣି ଭର୍ତ୍ତୀ କରିଥିଲେ | ସେମାନେ ହେଲେ ଜୟପୁର କେନ୍ଦୁଗୁଡାର ପିଣ୍ଟୁ ବାଗ(୨୧), ବିଜୟ କୁମାର ପରଜା (୨୩), ରବି(୨୧) ବୋଲି ଜଣାପଡିଛି | ଆହତ ତିନି ଜଣମଧ୍ୟରୁ ଜଣେ ରବି ଗୁରୁତର ଥିବା କାର୍ଯ୍ୟରତ ଡାକ୍ତର ପ୍ରକଶ କରିଛନ୍ତି | ସେପଟେ ବୈପାରୀଗୁଡା ଥାନା ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି |

Leave a Reply

This site uses Akismet to reduce spam. Learn how your comment data is processed.