Thursday, March 28, 2024

Top 5 This Week

Related Posts

ଇଣ୍ଡିଆ ବୁକ ଅଫ ରେକର୍ଡରେ ମାତ୍ର ୨ ବର୍ଷ ୪ ମାସର ବିସ୍ମୟ ବାଳକ ଦକ୍ସିତ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୧୯/୦୮) : ଜଣେ କୁନି ଶିଶୁ ବିଚକ୍ଷଣ ସ୍ମରଣ ଶକ୍ତି ଯୋଗୁଁ ରଚିଛନ୍ତି ରେକର୍ଡ l ମାତ୍ର ଦୁଇ ବର୍ଷ ଚାରି ମାସ ବୟସରେ ଇଣ୍ଡିଆ ବୁକ ଅଫ ରେକର୍ଡ ହାସଲ କରିପାରିଛନ୍ତି l

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ କୁଲତାଜୋର ପଞ୍ଚାୟତ ଅନ୍ତର୍ଗତ ନୁଆଁପାଲି ଗ୍ରାମ ର ଦେବାନନ୍ଦ ସାହୁ ନିଜ ପୁଅ ଦକ୍ସିତ ସାହୁ ର ପ୍ରଖର ସ୍ମରଣ ଶକ୍ତି ଥିବାରୁ ଏହି ବିଷୟରେ ଜୁନ ମାସରେ ଇଣ୍ଡିଆ ବୁକ ରେକର୍ଡ ପାଇଁ ଆବେଦନ କରିଥିଲେ l ଇଣ୍ଡିଆ ବୁକ ରେକର୍ଡ ର ଅଧିକାରୀ ମାନେ ସମସ୍ତ ପ୍ରମାଣ ଯାଞ୍ଚ କଲାପରେ ଜୁଲାଇ ୧୫ ତାରିଖରେ ତାଙ୍କୁ ଚୟନ କରାଯାଇଥିଲା l ବର୍ତ୍ତମାନ ଇଣ୍ଡିଆ ବୁକ ଅଫ ରେକର୍ଡ ପକ୍ଷରୁ ମାନପତ୍ର ମିଳିସାରିଛି l

ସୂଚନାଯୋଗ୍ୟ ଯେ ଦକ୍ସିତ ଇଂରାଜୀରେ ଜାତୀୟ ସଙ୍କେତ, ବର୍ଣ୍ଣମାଳା, ସଂଖ୍ୟା ଗଣନା, ହିନ୍ଦୀ ଓ ଇଂରାଜୀ ରାଇମ, ସଂସ୍କୃତ ଶ୍ଳୋକ, ଇଂରାଜୀରେ ଫଳ, ପନିପରିବା, ପଶୁପକ୍ଷୀଙ୍କ ନାମ, ସାତବାର, ବାରମାସ ଓ ଯାନବାହାନ ର ନାମ ନିର୍ଭୁଲ ଭାବରେ ଉଚ୍ଚାରଣ କରିପାରୁଥିବାରୁ ତାଙ୍କୁ ସବୁଠୁ କମ ବୟସ ର ଶିଶୁ ଭାବେ ଚଳିତ ୨୦୨୨ ବର୍ଷ ପାଇଁ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ମିଳିଛି l

ଏହି ଖବର ପ୍ରସାରିତ ହେବାପରେ ବିଭିନ୍ନ ସ୍ଥାନରୁ ବହୁମାତ୍ରାରେ ପ୍ରଶଂସା ର ସୁଅ ଛୁଟୁଛି l ଦକ୍ସିତଙ୍କ ପିତା ଦେବାନନ୍ଦ ସାହୁ ହିରୋ ମୋଟର୍ସ ସୋରୁମର ମାଲିକ ଓ ମାତା ଶ୍ରୁତି ସାହୁ ଗୃହିଣୀ ଅଟନ୍ତି ଏବଂ ତାଙ୍କ ଜେଜେ ବାପା କରୁଣାକର ସାହୁ ଅନ୍ନପୂର୍ଣ୍ଣା ରାଇସ ମିଲର ମାଲିକ ଓ ଜେଜେ ମାଆ ଡାଳିମ୍ବ ସାହୁ ସମାଜ ସେବୀକା ଅଟନ୍ତି l

ଯେତେବେଳେ ଦକ୍ସିତ ଦୁଇ ବର୍ଷ ବୟସ ର ହୋଇଥିଲା ସେତେବେଳେ ତାକୁ ଗୋଟିଏ ଥର ଯାହା କହିବ ତାକୁ ମନେ ରଖିପାରୁଥିଲା l ନୁଆଁ ନୁଆଁ ଜିନିଷ ଜାଣିବା ପ୍ରତି ତାର ଆଗ୍ରହ ପ୍ରକାଶ କରୁଥିଲା ତେଣୁ ଏପରି ଦକ୍ଷତା ଦେଖି ତାକୁ ବିଭିନ୍ନ ଖେଳଣା, ଛବି ବହି ଆଦି ଆଣିଦିଅନ୍ତି l ଦକ୍ସିତକୁ ପାଠ ପଢାଇବାରେ ମାଆ ଓ ଜେଜେ ମାଆଙ୍କ ଭୂମିକା ଅନନ୍ୟ ବୋଲି କହନ୍ତି ତାଙ୍କ ବାପା ଶ୍ରୀ ସାହୁ l ଦକ୍ସିତ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇ ବୌଦ୍ଧ ଜିଲ୍ଲା ଗୌରବ ପାଇଁ ଗୌରବ ଅର୍ଜନ କରିଛନ୍ତି l

Popular Articles