ମୋଟୁ ବନ୍ୟାଞ୍ଚଳ ବୁଲିଲେ ସାଂସଦ ଏବଂ ବିଧାୟକ

ରିପୋର୍ଟ: ବୁଦ୍ଧଦେବ ମଣ୍ଡଳ
ମୋଟୁ୦୪/୦୮): ଏମ୍ ଭି ୭୯, ମାଲକାନଗିରି ଜିଲ୍ଲା ଲଗାଣ ବର୍ଷା ଯୋଗୁଁ ବେହାଲ ହୋଇପଡିଛି । ଗୋଟିଏ ମାସ ମଧ୍ୟରେ ତିନି ତିନି ଥର ସମସ୍ତ ବ୍ରିଜ ବୁଡିବା ସହ କିଛି ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଛି ।

ଆଜି କାଲିମେଳା ବ୍ଲକ ଅନ୍ତର୍ଗତ ମୋଟୁ ଅଂଚଳ ବୁଲି ଦେଖିଲେ ସାଂସଦ ରମେଶ ମାଝୀ, ପୂର୍ବ ବିଧାୟକ ମାନସ ମାଡକାମୀ, ମୁକୁନ୍ଦ ସୋଡି ଓ ବିଜେଡି କର୍ମୀ । ଅନ୍ୟ ପକ୍ଷରେ ବିଜେପି ବିଧାୟକ ଆଦିତ୍ୟ ମାଡି ମଧ୍ୟ ମୋଟୁ ବନ୍ୟା ଅଂଚଳ ବୁଲି କ୍ଷୟକ୍ଷତିର ଆକଳନ କରି କିପରି କ୍ଷୟ କ୍ଷତିର କ୍ଷତି ପୁରଣ ମିଳିବ ତାହା ଆଲୋଚନା କରିବା ସହ ବନ୍ୟା ମୁକାବିଲା ପାଇଁ ପ୍ରଶାସନିକ ଅଧିକାରୀ ତଥା ବନ୍ୟା ପୀଡିତଙ୍କ ସହ ସାକ୍ଷାତ କରିଥିଲେ ।

Comments are closed.