ଗୁଣୁପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ

0
129
ଗୁଣୁପୁର ସରସ୍ୱତୀ ଶିଶୁ ବିଦ୍ୟା

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, ତା(୧୮/୮) : ତା ୧୮/୦୮/୨୦୨୨ ରିଖ ଗୁରୁବାର ଗୁଣୁପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ଯଥାରୀତି ପାଳନ ହୋଇଯାଇଛି ।WhatsApp Image 2022 08 18 at 4.42.15 PM ଗୁଣୁପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ

ଗୁଣୁପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜଗତ୍ ଗୁରୁ ଲୀଳାମୟ ପରମ ପୁରୁଷ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜନ, ଝୁଲଣ ଓ ଦଧିହାଣ୍ଡି ଭଗ୍ନ କାର୍ଯ୍ୟ ମହା ଆଡମ୍ଵରରେ ଅନୁଷ୍ଠିତ ହୋଇଥିଲା । ପ୍ରଧାନ ଆଚାର୍ଯ୍ୟ ଶ୍ରୀ ପ୍ରଫୁଲ୍ଲ କୁମାର ଶତପଥୀ ଙ୍କ ତତ୍ତ୍ଵାବଧାନ ତଥା ସଂପାଦକ ଶ୍ରୀ ସୋମନାଥ ଗୌଡ, ସଭାପତି ଶ୍ରୀ ବି ଗଜପତି ରାଓ, ଯୁଗ୍ମ ସମ୍ପାଦକ ଶ୍ରୀ ମୋହନ ଚନ୍ଦ୍ର ସାହୁ ସଦସ୍ୟା ଶ୍ରୀମତୀ ପ୍ରତିଭା ରଥ ଉପସ୍ଥିତ ରହି କାର୍ଯ୍ୟକ୍ରମ ତଦାରଖ କରିଥିଲେ । ଅନୁଷ୍ଠାନ ର ଉପ-ସଭାପତି ଶ୍ରୀ ମୀନକେତନ ପଣ୍ଡା ଓ ତାଙ୍କ ସହ ଧର୍ମିଣୀ ପୂଜାରେ କର୍ତ୍ତା ଭାବେ ଉପବେସନ କରିଥିଲେ ।

ଶିଶୁ ପ୍ରାରମ୍ଭ ଠାରୁ ୨଼ୟ ଶ୍ରେଣୀ ପର୍ଯ୍ୟନ୍ତ ଶିଶୁ ମାନେ ଶ୍ରୀକୃଷ୍ଣ, ବଳଦେବ, ରାଧା, ଯଶୋଦା ଇତ୍ୟାଦି ବେଶରେ ସଜ୍ଜିତ ହୋଇ ରାଧାକୃଷ୍ଣ ମନ୍ଦିର ଦର୍ଶନ କରି ସ୍ଥାନୀୟ ଗ୍ରାମଦେବୀ ମନ୍ଦିର ଠାରୁ ପୁରୁଣା ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ବାହାରିଥିଲେ । ବେଶଧାରୀ ସମସ୍ତ ଶିଶୁଙ୍କୁ ପୁରସ୍କୃତ କରାଯାଇଥିଲା । ୧ ମ ରୁ ୧୦ ମ ଶ୍ରେଣୀ ଶିଶୁ ମାନଙ୍କ ମଧ୍ୟରେ ଦଳଗତ ନୃତ୍ୟ ଅନୁଷ୍ଠିତ ହୋଇଥିଲା ଯାହା କି ବେଶ୍ ଚିତ୍ତାକର୍ଷକ ହୋଇଥିଲା ।