Related Contents

ନାଇରା ପ୍ରକଳ୍ପ ବିଦ୍ୟାଳୟ ଛାତ୍ରୀବାସରେ ପୁଣି ଛାତ୍ରୀ ଅଶାନ୍ତି, ୩୯ଜଣ ଅନ୍ତେବାସୀ ଛାତ୍ରୀ ହଷ୍ଟେଲ ଛାଡିଲେ

ରିପୋର୍ଟ:ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିସଙ୍କ
ରାୟଗଡା(୦୫/୦୮): ସରକାର ଆଦିବାସୀ ଛାତ୍ରଛାତ୍ରୀଙ୍କ ଉନ୍ନତ ପାଠପଢା ନିମନ୍ତେ ବିଭିନ୍ନ ପ୍ରକାର ଯୋଜନା ମାନ କରୁଛନ୍ତି କିନ୍ତୁ ଏହାକୁ ପ୍ରକୃତରେ କାର୍ଯ୍ୟକାରୀ କରାଯାଉ ନ ଥିବା ଦେଖାଯାଉଛି | ହଷ୍ଟେଲରେ ଆଦିବାସୀ ଛାତ୍ରଛାତ୍ରୀ ମାନେ ରହି ଉତ୍ତମ ପାଠପଢିବା ନିମନ୍ତେ ପ୍ରତ୍ୟେକ ପଂଚାୟତରେ ଏକ ମଙ୍ଗଳ ବିଭାଗ ତରଫରୁ ହଷ୍ଟେଲ ମାନ ଖୁଲାଯାଇଛି | ଉଭୟ ମଙ୍ଗଳ ବିଭାଗ ଓ ଗଣଶିକ୍ଷା ବିଭାଗରେ ହଷ୍ଟେଲ ମାନ ଖୋଲାଯାଇଛି |

ଠିକ ସେହିପରି ରାୟଗଡା ଜ଼ିଲ୍ଲା ଅନ୍ତର୍ଗତ ପଦ୍ମପୁର ବ୍ଲକସ୍ଥ ନାଇରା ଠାରେ ଅବସ୍ତିତ ପ୍ରକଳ୍ପ ସ୍କୁଲରେ ମଙ୍ଗଳ ବିଭାଗ ତରଫରୁ ଏକ ହଷ୍ଟେଲ ଆଦିବାସୀ ଛାତ୍ରୀ ମାନଙ୍କ ନିମନ୍ତେ ଖୋଲା ଯାଇଛି | ଏଥିରେ ୧୦୦ଜଣ ଛାତ୍ରୀ ରହି ପାଠ ପଢୁଛନ୍ତି | କୋମଳମତି ଶିଶୁମାନେ ହଷ୍ଟେଲରେ ପାଠ ପଢିବାର କଥା କିନ୍ତୁ ଏହି ନାଇରା ହଷ୍ଟେଲ୍ ରେ ବହୁ ବ୍ୟତିକ୍ରମ ଦେଖାଯାଇଛି | ଦୀର୍ଘ ଦିନ ହେଲା ଏହିଥର ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅନ୍ତେବାସୀ | ଏଥିପ୍ରତି ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଅସୀମ ରାଓଙ୍କୁ ଅବଗତ କରାଇଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ | ଯାହାର ଫଳ ସ୍ୱରୂପ ଗତ କିଛି ଦିନ ତଳେ ଏହି ହଷ୍ଟେଲର ପ୍ରାୟ ୪୫ଜଣ ଅନ୍ତେବାସୀଙ୍କୁ ଶୁଖିଲା ଭାତ ସାଙ୍ଗକୁ ଲୁଣ ଦିଆଯାଇଥିଲା ଖାଇବା ନିମନ୍ତେ | ଏହାକୁ ପ୍ରତିବାଦ କରି ଛାତ୍ରୀ ମାନେ ଖାଦ୍ୟ ନ ଖାଇ ଆନ୍ଦୋଳନ କରିଥିଲେ କିନ୍ତୁ ଆନ୍ଦୋଳନର ତିନି ଦିନ ପରେ ଗତ ଶୁକ୍ରବାର ଦିନ ୦୨.୦୮.୨୦୧୯ ରେ ଅତିରିକ୍ତ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିଦ୍ୟାଭୂଷଣ ମହାନ୍ତି ଓ ପଦ୍ମପୁର ବି ଇଓ ଘଟଣାର ତଦନ୍ତ କରି ଅନ୍ତେବାସୀଙ୍କୁ ବୁଝାସୁଝା କରି ଆନ୍ଦୋଳନରୁ ପ୍ରତ୍ୟାହୃତ କରିଥିଲେ | ଏହାର ଠିକ ଦିନକ ପରେ ଅର୍ଥାତ ଶନିବାର ୦୩.୦୮.୨୦୧୯ରେ ଛାତ୍ରୀମାନେ ହଷ୍ଟେଲ ଛାଡ଼ିଚାଲିଯିବାକୁ ବାହାରିଥିଲେ କିନ୍ତୁ ଏହି ଗ୍ରାମର କେତେକ ଭଦ୍ରବ୍ୟକ୍ତି ବୁଝାସୁଝା କରି ଅଟକାଇଥିଲେ |

ଏହି ଖବର କୌଣସି ପ୍ରକର ଜ଼ିଲ୍ଲାପାଳ ଜାଣିପାରି ଘଟଣାର ତଦନ୍ତ ନିମନ୍ତେ ଜ଼ିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ନନ୍ଦଲାଲ ବିଶ୍ୱାଳ, ଗୁଣୁପୁର ପିଏଆଇଟିଡିଏ ଗୋରାଚାନ୍ଦ ଗମାଙ୍ଗକୁ ନିର୍ଦେଶ ଦେଇଥିଲେ ହଷ୍ଟେଲର ସହକାରୀ ସୁପେରିଟେଣ୍ଡେଣ୍ଟ ନାମିତ ବାରିକର ବ୍ୟବହାରରେ ଅତିଷ୍ଠ ହୋଇ ୩୯ଜଣ ଅନ୍ତେବାସୀ ହଷ୍ଟେଲ ଚଢି ପ୍ରାୟ ୬ କିଲୋମିଟର ରାସ୍ତା ଚାଲିଚାଲି ଯାଇଥିଲେ | ଏହି ସମୟରେ ସରପଞ୍ଚ ତୁଳସା ସବାର, ଶଙ୍କର ମହାନ୍ତି ସେମାନଙ୍କୁ ଦେଖି ରାସ୍ତାରେ ଅଟକାଇ ଏକ ଅଟୋ ମାଧ୍ୟମରେ ପଂଚାୟତ କାର୍ଯ୍ୟାଳୟକୁ ଆଣିଥିଲେ | ଅନ୍ୟ ଛାତ୍ରୀ ମାନଙ୍କୁ ଗୁଡାରି ଠାରୁ କିଛି ଭଦ୍ର ବ୍ୟକ୍ତି ଆଣିଥିଲେ କିନ୍ତୁ ଗୋଟିଏ ଛାତ୍ରୀ କରଲଘାଟି ଚାଲିଯାଇଛି ତାକୁ ଫେରାଇ ଅଣାଯାଇନି | ଠିକ ଏହି ସମୟରେ ଘଟଣାର ତଦନ୍ତ ନିମନ୍ତେ ଜ଼ିଲ୍ଲା ମଙ୍ଗଳ ଅଧିକାରୀ ନନ୍ଦଲାଲ ବିଶ୍ୱାଳ ଗୁଣୁପୁରୁ ପିଏ ଆଇଟିଡିଏ ଗୋରାଚାନ୍ଦ ଗମାଙ୍ଗ ଅତିରିକ୍ତ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିଦ୍ୟାଭୂଷଣ ମହାନ୍ତି ପଦ୍ମପୁର ତହସିଲଦାର ନୀଳମାଧଵ ମାଝୀ, ପଦ୍ମପୁର ବି ଓ ଘଟଣାସ୍ଥଳରେ ପହଁଚିଥିଲେ | ସେତେବେଳକୁ ଘଟଣା ଅଣାୟତ୍ତ ଥିଲା, ଛାତ୍ରୀମାନେ ହଷ୍ଟେଲ ଛାଡି ଚାଲିଯାଇଥିଲେ | ଛାତ୍ରୀମାନେ ଏକା ଜିଦ ଧରି ବସିଥିଲେ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଓ ହଷ୍ଟେଲ ସହକାରୀ ସୁପେରିଟେଣ୍ଡେଣ୍ଟଙ୍କ ବଦଳି ପରେ ହଷ୍ଟେଲକୁ ଯିବୁ ନଚେତ ସ୍କୁଲ ହଷ୍ଟେଲ ଛାଡି ଚାଲିଯିବୁ କହିଥିଲେ | ପରିଶେଷରେ ତଦନ୍ତ ପାଇଁ ଆସିଥିବା କମିଟି ଛାତ୍ରୀ ମାନଙ୍କ କଥାରେ ହାର ମାନିଥିଲା | ଘଟଣାର ତଦନ୍ତ ନାଇରା ପଂଚାୟତ ଠାରେ ହୋଇଥିଲା | ମିନାକ୍ଷୀ ବାରିକଙ୍କୁ ଅନ୍ୟତ୍ର ବଦଳି କରାଯିବ ବୋଲି କମିଟି ତରଫରୁ ଆଶ୍ୱାସନା ଦେବାପରେ ଛାତ୍ରୀମାନେ ହଷ୍ଟେଲକୁ ଆସିଥିଲେ |

ଗ୍ରାମବାସି ଓ ଛାତ୍ରୀ ସହ ହାଇସ୍କୁଲ ପ୍ରଧାନ ଶିକ୍ଷକ କମିଟି ଆଗରେ ପ୍ରକାଶ କରିଥିଲେ | ହଷ୍ଟେଲର ସହକାରୀ ସୁପେରିଟେଣ୍ଡେଣ୍ଟଙ୍କ କାର୍ଯ୍ୟକଳାପ ଅତି ନୈରାଶ୍ୟଜନକ ଓ ଛାତ୍ର ଛାତ୍ରୀ ମାନଙ୍କୁ ଦୁର୍ବ୍ୟବହାର କରୁଛନ୍ତି | ଏଥି ପଛରେ ବ୍ଲକ ସମ୍ପ୍ରସାରଣ ଅଧିକାରୀ ଅସୀମ ରାଓଙ୍କ ହାତଅଛି | ତେଣୁ ଅସୀମ ରାଓ ମିନାକ୍ଷୀଙ୍କୁ ଅନ୍ୟତ୍ର ବଦଳି ପାଇଁ ଅଡି ବସିଥିଲେ ତଦନ୍ତ କମିଟି ତାଙ୍କରି ତଦନ୍ତ ରିପୋର୍ଟ ଜ଼ିଲ୍ଲାପାଳଙ୍କୁ ପ୍ରଦାନ ପାଇଁ ପ୍ରସ୍ତୁତ କରିଛନ୍ତି | ପିଏ ଆଇଟିଡିଏ ମିନାକ୍ଷୀଙ୍କ ସସ୍ପେଣ୍ଡ ପାଇଁ ସୁପାରିଶ କରିଥିବା ବେଳେ ବିଓ ମିନାକ୍ଷୀଙ୍କୁ ଅନ୍ୟତର ବଦଳି ପାଇଁ କହୁଛନ୍ତି | କିନ୍ତୁ ମିନାକ୍ଷୀ କହୁଛନ୍ତି ଯେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନ ବ୍ୟବସ୍ତା ଅଛି କିନ୍ତୁ ମୁ ନବମ ଓ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଦେଉଛି | ଏହି ମଧ୍ୟାହ୍ନ ଭୋଜନ ପାଇଁ ସାମଗ୍ରୀ ସେ କେଉଁଠାରୁ ଆଣୁଛନ୍ତି ତାହା ତଦନ୍ତ କଲେ ପ୍ରକୃତ ରହସ୍ୟ ବାହାରକୁ ଆସିବ ବୋଲି ସେହି ସ୍କୁଲର ଶିକ୍ଷକ ମାନେ କହୁଛନ୍ତି | ବ୍ଲକ ସମ୍ପ୍ରସାରଣ ଅଧିକାରୀ ଘଟଣା ବିଷୟରେ ସାମ୍ବାଦିକଙ୍କୁ କହୁଛନ୍ତି ମୋର କିଛି କିଏ କରିପାରିବ ନାହିଁ |

ଆପଣ ମାନେ ଯାହା ଲେଖିବେ ଲେଖନ୍ତୁ ମୋର ଉପର ମହଲା ପର୍ଯ୍ୟନ୍ତ ହାତ ଅଛି ବୋଲି ଏହି ବିଷୟ ତଦନ୍ତ ସମୟରେ ସାମ୍ବାଦିକ ମାନେ ତଦନ୍ତ କମିଟି ଆଗରେ ଏହି କଥା ରଖିଥିଲେ | ନାଇରା ନୁହେ ସମଗ୍ର ପଦ୍ମପୁର ବ୍ଲକରେ ବ୍ଲକ ସମ୍ପ୍ରସାରଣ ଅଧିକାରୀ ଦୀର୍ଘ ୧୨ବର୍ଷ ହେବ ରହି ବହୁ ଦୁର୍ନୀତି କର୍ମରେ ଲିପ୍ତ ରହୁଛନ୍ତି ତେଣୁ ଜ଼ିଲ୍ଲାପାଳ ନିଜେ ତଦନ୍ତ କଲେ ବହୁ ଘଟଣା ପଦାକୁ ଆସିବ | ମିନାକ୍ଷୀ ଓ ଅସୀମ ରାଓଙ୍କୁ ଯଦି ବଦଳି ନ ହୁଏ ତାହାହେଲେ ଛାତ୍ରୀ ମାନେ ପୁଣି ହଷ୍ଟେଲ ଛାଡ଼ି ଚାଲିଯିବୁ ବୋଲି ଚେତାବନୀ ଦେଇଛନ୍ତି | ଜ଼ିଲ୍ଲା ପ୍ରସାଶନ ତଥା ଜ଼ିଲ୍ଲାର ବିଭାଗୟ ମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେବା ନିମନ୍ତେ ଅଞ୍ଚଳବାସୀ ଦାବି କରୁଛନ୍ତି |

Leave a Reply

This site uses Akismet to reduce spam. Learn how your comment data is processed.