Thursday, March 28, 2024

Top 5 This Week

Related Posts

ମହିଳା ମହାବିଦ୍ୟାଳୟ ସଭାଗୃହରେ ଭୋଟର ସଚେତନତା ଶିବିର ଅନୁଷ୍ଠିତ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, ତା(୧୭/୦୮) : ସ୍ଥାନୀୟ ମହିଳା ମହାବିଦ୍ୟାଳୟ ସଭାଗୃହରେ ଭୋଟର ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି । ରାୟଗଡ଼ା ଉପଜିଲ୍ଲାପାଳ ତଥା ନିର୍ବାଚକ ପଞ୍ଜୀକରଣ ଅଧିକାରୀ ଶ୍ରୀ ଭୀମସେନ ଶବର ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ।WhatsApp Image 2022 08 18 at 4.41.55 PM ମହିଳା ମହାବିଦ୍ୟାଳୟ ସଭାଗୃହରେ ଭୋଟର ସଚେତନତା ଶିବିର ଅନୁଷ୍ଠିତ

ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ଡ: ଅର୍ଚ୍ଚନା ପଟ୍ଟନାୟକ, ଅର୍ଥନୀତି ଅଧ୍ୟାପକ ଦେବେଶ କୁମାର ମିଶ୍ର, ଏନ ଏସ ଏସ ସଂଯୋଜିକା ସୁଶୀ କରୁଣା କେରେକେଟ୍ଟା, ଅଧ୍ୟାପିକା ପ୍ରତିମା ପଣ୍ଡା ଓ ସମ୍ବଳ ଶିକ୍ଷକ ନୀଳାଞ୍ଚଳ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମରେ ରାୟଗଡ଼ା ପୌର ପାଳିକା ର ନିର୍ବାଚନ ସହାୟକ ଚନ୍ଦ୍ର ଶେଖର ରଥ, ବୁଥ ଅଧିକାରୀ ବି. କଲ୍ୟାଣୀ ଓ ଏ. ଅରୁଣା, ମହାବିଦ୍ୟାଳୟ ପ୍ରାଧ୍ୟାପିକା, ପ୍ରାଧ୍ୟାପକ ବୃନ୍ଦ ଓ ତିନି ଶହରୁ ଅଧିକ ଛାତ୍ରୀ ଯୋଗ ଦେଇଥିଲେ । ବ୍ୟାନର ଓ ପୋଷ୍ଟରମାନ ପ୍ରଦର୍ଶିତ କରାଯାଇଥିଲା ।

ପ୍ରାରମ୍ଭରେ ମାଁ ମଝିଘରିଆଣୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଓ ପ୍ରଦୀପ ପ୍ରଜ୍ଵଳନ କରି ଶିବିର ର ପ୍ରାରମ୍ଭ କରାଯାଇଥିଲା । ଅଧ୍ୟକ୍ଷା ଅର୍ଚ୍ଚନା ପଟ୍ଟନାୟକ ଶିବିର ର ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ଜାତୀୟ ମତଦାତା ଦିବସ, ମତଦାତା ସଚେତନତା ଆଦି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଏନ ଏସ ଏସ ଶାଖା ର ଭୂମିକା ଉପରେ ଆଲୋକପାତ କରିଥିଲେ ।

ନିର୍ବାଚକ ପଞ୍ଜୀକରଣ ଅଧିକାରୀ ଶ୍ରୀ ଶବର ପିଲାଙ୍କ ଭବିଷ୍ୟତ ଜୀବନ ଗଠନ, ନାଗିରକତ୍ଵ, ସମ୍ବିଧାନରେ ଧାରା ୩୨୪ ରେ ବ୍ୟବସ୍ଥା, ଜନ ପ୍ରତିନିଧିତ୍ଵ ଧାରା ୧୯୫୦ ଓ ୧୯୫୧ ତଥା ଭୋଟର ତାଲିକା ପଞ୍ଜୀକରଣ ନିୟମ ୧୯୬୦ ର ବ୍ୟବସ୍ଥା ଓ ଏଥିରେ ହୋଇଥିବା ସଂଶୋଧନ ବିଷୟରେ ଆଲୋଚନା କରିଥିଲେ ।

ବର୍ତ୍ତମାନ ବର୍ଷ ର ପ୍ରତି ଜାନୁଆରୀ, ଏପ୍ରିଲ, ଜୁଲାଇ ଓ ଅକ୍ଟୋବର ମାସ ୧ ତାରିଖ ସୁଦ୍ଧା ଯେଉଁ ମାନଙ୍କର ବୟସ ଅଠର ବର୍ଷ ପୂର୍ଣ୍ଣ ହେଲେ ସେମାନେ ଭୋଟର ତାଲିକାରେ ନିଜ ନାମ ଅନ୍ତର୍ଭୁକ୍ତ ନିମନ୍ତେ ଯୋଗ୍ୟ ହେବେ ଓ ନିଜ ଘରେ ବସି ଅନଲାଇନ ମାଧ୍ୟମରେ ନାମ ପଞ୍ଜୀକରଣ କରି ଡାକଯୋଗେ ଭୋଟର କାର୍ଡ ପ୍ରାପ୍ତ କରିପାରିବେ ବୋଲି ଅବଗତ କରିଥିଲେ ।ମହିଳା ମହାବିଦ୍ୟାଳୟ

ନିଜ ଛାତ୍ରୀ ଜୀବନରେ ସଫଳ ହେବା ନିମନ୍ତେ କେତେକ ଆଦର୍ଶ ଜ୍ଞାନ ଓ କୌଶଳ ପ୍ରଦାନ କରିଥିଲେ । ସମ୍ବଳ ଶିକ୍ଷକ ନୀଳାଞ୍ଚଳ ମିଶ୍ର ଭୋଟ ଦାନ ଅଧିକାର, ନାମ ପଞ୍ଜୀକରଣ ନିମନ୍ତେ ଆବଶ୍ୟକ ଫର୍ମ ଓ ଦସ୍ତାବିଜ ସହ ଭୋଟର ହେଲ୍ପ ଲାଇନ ଓ ଏନ ଭି ଏସ ପି ଆପ ର ବ୍ୟବହାର, ସହ କିଭଳି ଭାବେ ନିଜର ଓ ନିଜ ପରିବାରବର୍ଗଙ୍କ ଓ ପଡୋଶୀଙ୍କ ଭୋଟର ପରିଚୟ ପତ୍ର ସହ ଆଧାର ସଂଯୋଗ କୌଶଳ ବର୍ଣ୍ଣନା କରିଥିଲେ ।

ଉପସ୍ଥିତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଭୋଟର-ଛାତ୍ରୀ ବୁଥ ସ୍ତରୀୟ ଅଧିକାରୀଙ୍କ ସହାୟତାରେ ନିଜ ନିଜର ଭୋଟର ନମ୍ବର ସହ ଆଧାର ନମ୍ବରର ସଂଯୋଗ କରିଥିଲେ । ଶେଷରେ ଉପଜିଲ୍ଲାପାଳ କେତୋଟି ଭୋଟର ସମ୍ବନ୍ଧୀୟ ସରଳ ପ୍ରଶ୍ନର ଉତ୍ତର ପିଲାଙ୍କ ଠାରୁ ଆଦାୟ କରିଥିଲେ । ଅଧ୍ୟାପିକା ପ୍ରତିମା ପଣ୍ଡା ଅତିଥି ପରିଚୟ ପ୍ରଦାନ ସହ ବୈଠକ ପରିଚାଳନା କରିଥିଲେ ଓ ଶ୍ରୀ ଦେବେଶ କୁମାର ମିଶ୍ର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Popular Articles