ଗାଁକୁ ନାହିଁ ଭଲ ରାସ୍ତା, ଯମ ଦଣ୍ଡ ଭଗୁଛନ୍ତି ଗ୍ରାମବାସୀ

ରିପୋର୍ଟ: ତ୍ରିନାଥ ଧୁରୁଆ
ଝରୀଗାଁ(୦୪/୦୮): ଗାଁକୁ ନାହିଁ ଭଲ ରାସ୍ତା । ସବୁଆଡେ କାଦୁଅ ପଚ ପଚ । ଘରୁ ବାହାରିବା ମୁସ୍କିଲ । ଦେଶ ସ୍ଵାଧୀନ ହୋଇ ୭୩ବର୍ଷ ବିତିଯାଇଥିଲେ ମଧ୍ୟ ଗାଁକୁ ପକ୍କା ରାସ୍ତା ଟିଏ ମଧ୍ୟ ହୋଇ ପାରିଲାନି । କୋୖଣସି ଶାରୀରିକ ଅସୁସ୍ଥ କିମ୍ବା ଗର୍ଭବତୀ କଥା ପଡେ ତେବେ ଖଟିଆ ହିଁ ଏକ ସାହା ଭରସା । ‌

ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକର ମଇନାପଦର ଗାଁ । ମଇନାପଦର ଗାଁଟି ଛଅଟି ସାହିକୁ ନେଇ ଗଠିତ । ମଇନାପଦର, ଜିତୁରୁସାହି, ଧଡକାଝରଣ, କେଣ୍ଡାଳୁସାହି, କାମସାହି, ଧବାସହି | ଏହି ଛଅଟି ସାହିରେ ୩୦୦ରୁ ଅଧିକ ପରିବାର ବାସ କରୁଥିବା ବେଳେ ଲୋକସଂଖ୍ୟା ୧୨୦୦ ରୁ ଅଧିକ । ‌ତେବେ ଏହି ଗାଁରେ ଏବେ ଚଳାବୁଲା କରିବା ଅଧିକ କଷ୍ଟ କର ହୋଇପଡିଛି । ମଇନାପଦର ଗାଁରେ ରହିଛି ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର କିନ୍ତୁ ରାସ୍ତାର ଅବସ୍ଥା ଦେଖି ଅଭିଭାବକ ଛାତ୍ରଛାତ୍ରୀଙ୍କୁ ପଠାଇବାକୁ ସୁରକ୍ଷିତ ମଣୁ ନାହାନ୍ତି । ଖରା ହେଲେ କାହୁଅ ଟିକେ ଶୁଖିଲେ ଚଲାବୁଲା କରିହୁଏ । କିଛି ବର୍ଷା ହୋଇଗଲେ ଜମା ଦଣ୍ଡ ପଲଟିଯାଏ ଏହି ଗାଁ ମାନଙ୍କ ରାସ୍ତା । ଏହିପରି ବର୍ଷା ଚାରିମାସ ଯମଦଣ୍ଡ ଦିନ ବିତାଇ ଥାନ୍ତି ଏହି ଛଅ ଗ୍ରାମବାସୀ । ‌ସେହିପରି ଏହି ସାହିର ଗ୍ରାମବାସୀ ମାନେ ନୀତି ଦିନର ଚାଲିବା ଏବଂ କୌଣସି ସ୍ୱାସ୍ଥ୍ୟ ସମସ୍ୟା ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଝରୀଗାଁ ସଦର ମହକୁମାକୁ ନିର୍ଭର କରିଥାନ୍ତି । ଏମାନଙ୍କ ଝରୀଗାଁ ଯିବା ଆସିବା କରିବା କାଠିକର ପାଠ । ଝରୀଗାଁ ଆସିବାକୁ ହେଲେ ଦୀର୍ଘ ପାଞ୍ଚ କିମି କାଦୁଆ ପଚ ପଚ ରାସ୍ତାରେ ବଲଜି ସାହି ଛକକୁ ଆସିବାକୁ ପଡିଥାଏ ।

ଗାଁରେ କାହାକୁ ‌ସ୍ୱାସ୍ଥ୍ୟ ସମସ୍ୟା କିମ୍ବା ଗର୍ଭବତୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବାକୁ ହେଲେ ଗାଁ କୁ ଆମ୍ବୁଲାନ୍ସ ଆସିପାରୁ ନଥିବାରୁ । ଦୀର୍ଘ ପାଞ୍ଚ କିଲୋମିଟର ଖଟିଆ ଭାରରେ ମୁଖ୍ୟ ରାସ୍ତାକୁ ଆଣିବାକୁ ପଡିଥାଏ । ଏହିପରି ରାସ୍ତାରେ ଗାଁକୁ ଶିକ୍ଷକ କିମ୍ବା ଅନ୍ୟ ସ୍ୱାସ୍ଥ୍ୟ କର୍ମୀ ମଧ୍ୟ ଆସିବାକୁ କୁଣ୍ଠାବୋଧ କରୁଛନ୍ତି । ସେହିପରି ପଞ୍ଚାୟତକୁ ଯିବାପାଇଁ ଭଲ ରାସ୍ତାଟିଏ ମଧ୍ୟ ନାହିଁ । ଯାହା ଫଳରେ କି ପଂଚାୟତରୁ ମିଳୁଥିବା ପିଡିଏଫ ସାମଗ୍ରୀ କିମ୍ବା ବାର୍ଦ୍ଧକ୍ୟ ଭତା ପାଇଁ ପଞ୍ଚାୟତକୁ ଗଲେ ବହୁ କଷ୍ଟରେ ଯିବା ଆସିବା କରିବାକୁ ପଡେ । ଏନେଇ ଗୋଷ୍ଟି ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ବହାଦୁରସିଂ ଧୁରୁଆଙ୍କୁ ଦୃଷ୍ଟି ଆକର୍ଷଣ କରିବାରୁ ମଇନା ପଦର ଗାଁରେ ରାସ୍ତା କାମ ଅସମ୍ପୂର୍ଣ୍ଣ ହୋଇ ଥିବାରୁ ଯଥା ଶୀଘ୍ର କାମ ଆରମ୍ଭ କରାଯିବା ସହିତ ରାସ୍ତାକୁ ପ୍ରଧାନମନ୍ତ୍ରୀ ମନ୍ତ୍ରୀ ସଡକ ଯୋଜନାରେ ସାମିଲ ପାଇଁ ପ୍ରସ୍ତାଵ ଦିଆଯାଇଥିବା କହିଛନ୍ତି ।

Comments are closed.