Related Contents

ଦେବୀ ମନ୍ଦିରରୁ ଗହଣା ଚୋରି

ରିପୋର୍ଟ: ଯୁବରାଜ ଅଗ୍ରୱାଲ
ଧର୍ମଗଡ଼(୦୪/୦୮): କଳାହାଣ୍ଡି ଜିଲ୍ଲା ଧର୍ମଗଡ ଦଣ୍ଡପାଟ ଅଂଚଳ ବେହେରା ଗ୍ରାମରେ ଥିବା ଅଧିଷ୍ଠାତ୍ରୀ ଦେବୀ ଦନ୍ତେଶ୍ୱରୀ ଦେବୀଙ୍କ ମନ୍ଦିରରେ ଗତ ରାତ୍ରିରେ ଚୋରି ହୋଇଥିବା ଜଣାପଡିଛି ।

ସକାଳୁ ମନ୍ଦିର ପୂଜକ ମନ୍ଦିର ପୂଜା କରିବା ପାଇଁ ଆସିଥିଲେ ହେଲେ ମନ୍ଦିର ଗେଟ ତାଲା ଭଙ୍ଗା ହୋଇଥିବା ଦେଖି ଗାଁ ଲୋକଙ୍କୁ ଖବର ଦେବାପରେ ଗାଁ ଲୋକ ଭିତରକୁ ପ୍ରବେଶ କରିଥିଲେ | ଦେବୀଙ୍କ ଗହଣା ସୁନାମୁକୁଟ ସହ ଅନ୍ୟାନ୍ୟ ସlମାନ ଚୋରି କରିଥିବା ଜଣା ପଡ଼ିବା ପରେ ମନ୍ଦିର ପୂଜକ ଓ ଗ୍ରାମବାସୀ ମାନେ କୋକସରା ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲେ ।

Comments are closed.