Thursday, March 28, 2024

Top 5 This Week

Related Posts

ବନ୍ୟା ପାଣିରେ ଭାସି ଆସିଥିବା ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୧୭/୮) : ବିନିକା ଥାନା ଅନ୍ତର୍ଗତ ଅରିଗାଁ ନିକଟ ଜିରା ନଦୀ ବ୍ରିଜ ତଳେ ଥିବା ବନ୍ୟା ପାଣିରେ ଭାସି ଆସିଥିବା ଏକ ଅଜଣା ବ୍ୟକ୍ତିଙ୍କ ମୃତ ଦେହ କୁ ବିନିକା ପୁଲିସ ଜବତ କରିଛି ।

ସୂଚନା ଅନୁସାରେ ଏକ ଅଜଣା ଶବ କୁ ସ୍ଥାନୀୟ ଲୋକେ ଦେଖିବା ପରେ ତୁରନ୍ତ ବିନିକା ଅଗ୍ନିଶମ ବିଭାଗ ଓ ପୁଲିସ କୁ ଖବର ଦେଇଥିଲେ । ଅଗ୍ନିଶମ କର୍ମଚାରୀ ଓ ପୁଲିସ ତ୍ୱରିତ ସେଠାରେ ପହଞ୍ଚି ଶବକୁ ଉଦ୍ଧାର କରି ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ତେବେ ଉକ୍ତ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି ନା ନଦୀ ବନ୍ୟା ପାଣିରେ ଭାସି ଯାଇ ମୃତ୍ୟୁବରଣ କରିଛି ସେ ନେଇ ସାଧାରଣରେ ଆଲୋଚନା ହେଉଥିବା ବେଳେ ପ୍ରାୟ ୩ ଦିନ ହେବ ନଦୀରେ ଭାସୁଥିବା ଅନୁମାନ କରାଯାଉଥିବା ବେଳେ ମୃତ ବ୍ୟକ୍ତି ଙ୍କ ବୟସ ଆନୁମାନିକ ୩୫ ହେବ ବୋଲି କୁହାଯାଉଛି । ଖବର ଲେଖା ହେବା ପର୍ଯ୍ୟନ୍ତ ଉକ୍ତ ବ୍ୟକ୍ତିଙ୍କ ସମ୍ପୂର୍ଣ୍ଣ ଠିକଣା ଜଣା ପଡିନାହିଁ । ପୁଲିସ ଶବ ଚିହ୍ନଟ ପାଇଁ ସୋନପୁର ଡାକ୍ତରଖାନା ର ମୃତାହ ଗୃହ କୁ ସ୍ଥାନାନ୍ତରିତ କରିଥିବା ସୂଚନା ମିଳିଛି ।

Popular Articles