Advertisements
Friday, June 5, 2020
Home Business & Private ବୈଠକରେ ଜିଲ୍ଲା ସାମ୍ବାଦିକ ସଂଘର ନୂତନ ଜିଲ୍ଲାପାଳଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ ଓ ଦାବିପତ୍ର ପ୍ରଦାନ

ବୈଠକରେ ଜିଲ୍ଲା ସାମ୍ବାଦିକ ସଂଘର ନୂତନ ଜିଲ୍ଲାପାଳଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ ଓ ଦାବିପତ୍ର ପ୍ରଦାନ

ରିପୋର୍ଟ: ଧ୍ରୁବରାଜ ମିଶ୍ର
ସୁଵର୍ଣ୍ଣପୁର(୦୩/୦୮): ସୁଵର୍ଣ୍ଣପୁର ଜ଼ିଲ୍ଲା ସାମ୍ବାଦିକ ସଂଘର ଡ଼ି.ଆର.ଡ଼ି.ଏ ସଭାଗୃହ ଠାରେ ଏକ ବୈଠକ ସଂଘ ସଭାପତି ଗୋରେଖନାଥ ସାହୁଙ୍କ ଅଧକ୍ଷ୍ୟତାରେ ଅନୁଷ୍ଟିତ ହୋଇଯାଇଛି | ଇତି ମଧ୍ୟରେ ଯୋଗଦେଇଥିବା ଜ଼ିଲ୍ଲାପାଳ ମନିଷା ବାନାର୍ଜୀଙ୍କୁ ସଂଘ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା |

ସଂଘର ସମ୍ପାଦକ ବ୍ୟମୋକେଶ ଦାଶ ଅତିଥି ପରିଚୟ ପ୍ରଦାନ କରି ସ୍ୱାଗତ ଭାଷଣ ଦେଇଥିଲେ | ଜ଼ିଲ୍ଲାର ବିଭିନ୍ନ ଉନ୍ନତିମୂଳକ କାମ ସମ୍ପର୍କିତ ଏକ ଦାବୀପତ୍ରକୁ ସଂଘ ସଭାପତି ଶ୍ରୀ ସାହୁ ପଠନ କରି ସଂଘ ସମ୍ପାଦକ ଶ୍ରୀ ଦାଶଙ୍କ ସହ ଜ଼ିଲ୍ଲାପାଳଙ୍କୁ ପ୍ରଦାନକରିଥିଲେ | ଏଥିରେ ବଲାଙ୍ଗୀର-ଖୋର୍ଦ୍ଧା ରେଲ ଲାଇନ, କୃଷି, ଜଳସେଚନ, ଡାକ୍ତରଖାନା ଗୁଡିକରେ ଡାକ୍ତର ସମସ୍ୟା, ଶଯ୍ୟା, ଅଙ୍ଗନଦୀରେ ଫାଟ ଓ ଟୋଲ ଗେଟରେ ଅର୍ଥ ଆଦାୟ, ରାସ୍ତା ଓ ସରକାରୀ ଜମି ଜବରଦଖଲ, ପର୍ଯ୍ୟଟନ ଇତ୍ୟାଦି ବିଷୟରେ ସାମ୍ବାଦିକମାନେ ଜ଼ିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ | ଏଥିରେ ପର୍ଶୁରାମ ମିଶ୍ର, ବ୍ରଜ ମୋହନ ଦାନୀ, ଅଶୋକ ସାହୁ, ଶମ୍ଭୁ ଖଣ୍ଡଗିରି, ଯୁଗଳ କିଶୋର ମିଶ୍ର, ଅଶୋକ ପଣ୍ଡା, ରାଜକୁମାର ମାହାରଣା, ସୃଜନ କୁମାର ପଣ୍ଡା ପ୍ରମୁଖ ଅଂଶଗ୍ରହଣ କରିଥିଲେ | ଏହି କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଡ଼ିଆଇପିଆରଓ ହରି ଚରଣ ମିଶ୍ର ଉପସ୍ଥିତ ଥିଲେ | ଶେଷରେ ସଂଘର ଯୁଗ୍ମ ସମ୍ପାଦକ ବେଣୁଧର ପଧାନ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ଦେଲା ବିଦ୍ଯାର୍ଥୀ ପରିଷଦ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୬): କରୋନା ମହାମାରୀ ପ୍ରତିହତ କରିବାରେ ଚିକିତ୍ସକ, ନର୍ସ, ଆଶାକର୍ମୀ, ଅଙ୍ଗନବାଡି କର୍ମୀ, ଅଗ୍ନିଶମ କର୍ମଚାରୀମାନଙ୍କ ଅବଦାନ ଅତୁଳନୀୟ। ନିଜର ପରିବାର...

ଅସହାୟ ଲୋକ କଳାକାର ମାନଙ୍କୁ ସହାୟତା ପ୍ରଦାନ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୪/୬): ତାଲାବନ୍ଦ ଯୋଗୁଁ ଲୋକ କଳାକାର ମାନେ ଅନେକ ଅସୁବିଧା ଭିତରେ କାଳାତିପାତ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ପଶ୍ଚିମ...

ରାୟଗଡରେ କଭିଡ ଚିହ୍ନଟ ହେଲା ପରେ କଣ୍ଟେନମେଣ୍ଟ ଅଞ୍ଚଳରେ ସ୍ଥିତି ପରଖିଲେ ଉପଜିଲ୍ଲାପାଳ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡ (୦୪/୦୬): ଗତକାଲି ରାୟଗଡରେ କରୋନା ଆକ୍ରାନ୍ତ ଚିହ୍ନଟ ହେଲାପରେ ଜିଲ୍ଲା ପ୍ରଶାସନ ତରଫରୁ ତୁରନ୍ତ ସହରର ଦୁଇଟି ସ୍ଥାନକୁ କଣ୍ଟେନମେଣ୍ଟ ଅଞ୍ଚଳ...

Recent Comments

%d bloggers like this: