Related Contents

ଜମିରେ ଛାଡିଲେ ଗାଈ ଗୋରୁ, ଦାଦନ ଯିବାକୁ ସଜବାଜ

ରିପୋର୍ଟ: ଭଗବାନ ମହାନ୍ତି/ନିମାଇଁ ବଘାର
ମୁରିବାହାଲ(୦୩/୦୮): ମୁରିବାହାଲ ବ୍ଲକ ର ୨୨ଗୋଟି ପଂଚାୟତ ରେ ସ୍ୱଳ୍ପ ବର୍ଷ ଯୋଗୁଁ ଚାଷ କାମ ଠପ ହୋଇରହିଛି | କିଛି ଚାଷୀ ଜମିରେ ଧାନ ବୁଣିଥିବା ବେଳେ ଯାହାର ବୋରୱେଲ ଅଛି ତାର କିଛି କିଛି ରୁଆ କାମ ଚାଲିଛି |

ଯେଉଁ ଜମିରେ ଧାନ ବୁଣା ହୋଇଥିଲା ତାହା ପାଣି ଅଭାବରୁ ମରିଯିବା ଅବସ୍ଥାରେ ଥିବାରୁ ସେଠି ଗାଈଗୋରୁ ଛାଡି ଦେଇଥିବା ଦେଖିବାକୁ ମିଳୁଛି | ମୁରିବାହାଲ ବ୍ଲକର ସବୁ ପଂଚାୟତର ପ୍ରାୟ ସମସ୍ତ ଗ୍ରାମରେ ବର୍ଷା ନାହିଁ | ଏହି ପରିପ୍ରେକ୍ଷୀରେ ଚାଷକାମ ପ୍ରଭାବିତ ହେଲାଣି | ମୁରିବାହାଲ ଅଂଚଳର ଚାଷ ଉପରବାଲା ଭରସାରେ ହୋଇଥାଏ | ସରକାରଙ୍କ କୌଣସି ଜଳସେଚନର ସୁବିଧା ନାହିଁ | ଚାଷୀଙ୍କ ପାଇଁ ସରକାରଙ୍କ ବହୁତ ଯୋଜନା ଅଛି ହେଲେ ମୁରିବାହାଲ ଅଂଚଳର ଚାଷୀଙ୍କ ପାଖେ ଅପହଞ୍ଚ ଏହି ଅଂଚଳର ଚାଷୀ ମୁଖ୍ୟତଃ ଚାଷ ଉପରେ ନିର୍ଭରଶୀଳ ହେଲେ ନିଅଣ୍ଟିଆ ବର୍ଷା ଚାଷୀଙ୍କୁ ହତାଶ କରିଦେଇଛି |

ବର୍ଷା ଋତୁ ସାରିବାକୁ ଆସିଲାଣି ହେଲେ ଏ ପର୍ଯ୍ୟନ୍ତ ନଈନାଳ, ବନ୍ଧ, ପୋଖରୀ ମାନଙ୍କରେ ପାଣି ଟିକେ ନାହିଁ | ପଶୁ ପକ୍ଷୀ ଗାଈଗୋରୁ ଙ୍କ ପାଇଁ ମଧ୍ୟ ପାଣି ଟିକିଏ ନାହିଁ | ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଚାଷୀ ମହଲରେ ଦାବି ହେଉଛି | ଅନ୍ୟପଟେ ବର୍ତ୍ତମାନ ଚାଷୀ ଅନ୍ୟ କିଛି ଉପାୟ ନ ପାଇଁ ଦାଦନ ଖଟିଯିବାକୁ ସଜବାଜ ହେଉଥିବା ମଧ୍ୟ ଚର୍ଚ୍ଚା ହେଉଛି |

Comments are closed.