Friday, March 29, 2024

Top 5 This Week

Related Posts

ସୁବର୍ଣ୍ଣପୁର ଜିଲ୍ଲାରେ ଦୁଇ ଚକିଆ ଯାନ ଚଳାଚଳ ଉପରେ ସ୍ୱତନ୍ତ୍ର ମିଳିତ ଯାଞ୍ଚ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୭/୮) : ଓଡ଼ିଶା ସରକାରଙ୍କ ପରିବହନ କମିଶନର ଏବଂ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଆବୋଲୀ ସୁନିଲ ନରୱଣେ ଙ୍କ ନିର୍ଦ୍ଦେଶ ମତେ ତା ୧୬/୮/୨୨ ଠାରୁ ତା ୩୦/୮/୨୨ ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲାରେ ଦୁଇ ଚକିଆ ଯାନ ଚଳାଚଳ ଉପରେ ପୁଲିସ ଅଧିକାରୀଙ୍କ ସହ ପରିବହନ ବିଭାଗ କର୍ମଚାରୀଙ୍କ ସ୍ୱତନ୍ତ୍ର ମିଳିତ ଯାଞ୍ଚ କରାଯିବ lWhatsApp Image 2022 08 17 at 8.57.16 PM 1 ସୁବର୍ଣ୍ଣପୁର ଜିଲ୍ଲାରେ ଦୁଇ ଚକିଆ ଯାନ ଚଳାଚଳ ଉପରେ ସ୍ୱତନ୍ତ୍ର ମିଳିତ ଯାଞ୍ଚ

ଏହି ପରିପ୍ରେକ୍ଷୀରେ ଜିଲ୍ଲା ପରିବହନ ଅଧିକାରୀ ଶ୍ରୀ ରବୀନ ପଟ୍ଟନାୟକ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସୁବର୍ଣ୍ଣପୁର ଜିଲ୍ଲାରେ ଦୁଇ ଚକିଆ ଯାନ ଚଳାଚଳ ଉପରେ ଅନୁଷ୍ଠିତ ଏହି ସ୍ୱତନ୍ତ୍ର ଯାଞ୍ଚ ଜିଲ୍ଲା ର ସମସ୍ତ ଥାନା ଓ ଫାଣ୍ଡି ଅଞ୍ଚଳରେ ଏକକାଳୀନ ଆରମ୍ଭ କରାଯାଇଛି l ଏହି ସ୍ୱତନ୍ତ୍ର ଯାଞ୍ଚ ସମୟରେ ବିଶେଷ ଭାବେ ବିନା ହେଲମେଟ, ବିନା ଡ୍ରାଇଭିଙ୍ଗ ଲାଇସେନ୍ସ, ଟ୍ରିପଲ ରାଇଡ଼ର ଡ୍ରାଇଭିଂ, ବିନା ଇନ୍ଷ୍ୟୁରେନ୍ସରେ ଗାଡି ଚାଳନ ଉପରେ ବିଶେଷ ପଦକ୍ଷେପ ନିଆଯାଉଛି l

ଜିଲ୍ଲା ର ସଡ଼କ ସୁରକ୍ଷା ଉପରେ ଗୁରୁତ୍ୱାରୋପ ପୂର୍ବକ ଅବ୍ୟବସ୍ଥିତ ଗାଡିଚାଳନା ତଥା ବିନା କାଗଜାତ ରେ ଗାଡିଚାଳନା ନିଜ ତଥା ଅନ୍ୟ ମାନଙ୍କ ପାଇଁ ଦୁଃଖ ର କାରଣ ହୋଇଥାଏ ଏଣୁ ସମସ୍ତେ ଏଥି ପ୍ରତି ସତର୍କ ହେବାକୁ ଜିଲ୍ଲା ଆରକ୍ଷୀ ଅଧିକାରୀ ଶ୍ରୀ ଅମରେଶ ପଣ୍ଡା ସୂଚନା ପ୍ରଦାନ କରିଛନ୍ତି l ସର୍ତକ ଓ ସଚେତନ ହେଲେ ସଡ଼କ ଦୁର୍ଘଟଣା କୁ ରୋକାଯାଇ ପାରିବା ସହ ଧନ ଜୀବନ ସୁରକ୍ଷିତ ରହିବ ଏଣୁ ସମସ୍ତେ ଗାଡିଚାଳନା ସମୟରେ ଯତ୍ନବାନ ହେବାକୁ ପ୍ରଶାସନ ତରଫରୁ ପରାମର୍ଶ ଦିଆଯାଇଛି l

ଆଜି ଜିଲ୍ଲା ର ବିଭିନ୍ନ ଥାନା ଅଞ୍ଚଳରେ ଯାଞ୍ଚ ସମୟରେ ସନ୍ଧ୍ୟା ସୁଦ୍ଧା ପରିବହନ ବିଭାଗ ଦ୍ୱାରା ୩୫ ଟି ଓ ପୁଲିସ ବିଭାଗ ଦ୍ୱାରା ୫୭ ଗୋଟି ସମୁଦାୟ ୯୨ ଟି ଦୁଇଚକିଆ ଯାନର ଇ-ଚାଲାଣ କରାଯାଇଥିବା ବେଳେ ୨୪ ଟି ଦୁଇ ଚକିଆ ଗାଡି କୁ ଜବତ କରାଯାଇ ଗାଡି ଗୁଡିକୁ ସୋନପୁର ଓ ଉଲୁଣ୍ଡା ଥାନା ସହ ହିକୁଡି ଫାଣ୍ଡି କାର୍ଯ୍ୟାଳୟ ପରିସରରେ ରଖାଯାଇଥିବା ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତି l

ପରିବହନ ଅଧିକାରୀ ସୁବର୍ଣ୍ଣପୁର ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ସ୍ୱତନ୍ତ୍ର ଯାଞ୍ଚ କାର୍ଯ୍ୟକ୍ରମରେ ଏସ ଡି ପି ଓ ସୋନପୁର ପୁଷ୍ପାଞ୍ଜଳି ନିଙ୍ଗୀ, ଏସ ଡି ପି ଓ ବୀରମହାରାଜପୁର ଡୋଳାମଣି ଭୋଇ, କନିଷ୍ଠ ମୋଟର ଯାନ ନିରୀକ୍ଷକ ଲୋକନାଥ ନାୟକ ସମେତ ସୋନପୁର ସହରାଞ୍ଚଳ ତଥା ଅନ୍ୟ ସମସ୍ତ ଥାନା ଅଧିକାରୀ ସମେତ ପରିବହନ ବିଭାଗ କର୍ମଚାରୀ ଓ ପୁଲିସ ବିଭାଗ ର ଅଧିକାରୀ ପ୍ରମୁଖ ସାମିଲ ଥିବା ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l ଆଗାମୀ ଦିନରେ ଏହି ଚଢ଼ାଉ କାର୍ଯ୍ୟକ୍ରମ କୁ ଆହୁରି ବ୍ୟାପକ ତଥା କଡାକଡି କରାଯିବ ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତି ।

Popular Articles