ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୭/୮) : ଓଡ଼ିଶା ସରକାରଙ୍କ ପରିବହନ କମିଶନର ଏବଂ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଆବୋଲୀ ସୁନିଲ ନରୱଣେ ଙ୍କ ନିର୍ଦ୍ଦେଶ ମତେ ତା ୧୬/୮/୨୨ ଠାରୁ ତା ୩୦/୮/୨୨ ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲାରେ ଦୁଇ ଚକିଆ ଯାନ ଚଳାଚଳ ଉପରେ ପୁଲିସ ଅଧିକାରୀଙ୍କ ସହ ପରିବହନ ବିଭାଗ କର୍ମଚାରୀଙ୍କ ସ୍ୱତନ୍ତ୍ର ମିଳିତ ଯାଞ୍ଚ କରାଯିବ l
ଏହି ପରିପ୍ରେକ୍ଷୀରେ ଜିଲ୍ଲା ପରିବହନ ଅଧିକାରୀ ଶ୍ରୀ ରବୀନ ପଟ୍ଟନାୟକ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସୁବର୍ଣ୍ଣପୁର ଜିଲ୍ଲାରେ ଦୁଇ ଚକିଆ ଯାନ ଚଳାଚଳ ଉପରେ ଅନୁଷ୍ଠିତ ଏହି ସ୍ୱତନ୍ତ୍ର ଯାଞ୍ଚ ଜିଲ୍ଲା ର ସମସ୍ତ ଥାନା ଓ ଫାଣ୍ଡି ଅଞ୍ଚଳରେ ଏକକାଳୀନ ଆରମ୍ଭ କରାଯାଇଛି l ଏହି ସ୍ୱତନ୍ତ୍ର ଯାଞ୍ଚ ସମୟରେ ବିଶେଷ ଭାବେ ବିନା ହେଲମେଟ, ବିନା ଡ୍ରାଇଭିଙ୍ଗ ଲାଇସେନ୍ସ, ଟ୍ରିପଲ ରାଇଡ଼ର ଡ୍ରାଇଭିଂ, ବିନା ଇନ୍ଷ୍ୟୁରେନ୍ସରେ ଗାଡି ଚାଳନ ଉପରେ ବିଶେଷ ପଦକ୍ଷେପ ନିଆଯାଉଛି l
ଜିଲ୍ଲା ର ସଡ଼କ ସୁରକ୍ଷା ଉପରେ ଗୁରୁତ୍ୱାରୋପ ପୂର୍ବକ ଅବ୍ୟବସ୍ଥିତ ଗାଡିଚାଳନା ତଥା ବିନା କାଗଜାତ ରେ ଗାଡିଚାଳନା ନିଜ ତଥା ଅନ୍ୟ ମାନଙ୍କ ପାଇଁ ଦୁଃଖ ର କାରଣ ହୋଇଥାଏ ଏଣୁ ସମସ୍ତେ ଏଥି ପ୍ରତି ସତର୍କ ହେବାକୁ ଜିଲ୍ଲା ଆରକ୍ଷୀ ଅଧିକାରୀ ଶ୍ରୀ ଅମରେଶ ପଣ୍ଡା ସୂଚନା ପ୍ରଦାନ କରିଛନ୍ତି l ସର୍ତକ ଓ ସଚେତନ ହେଲେ ସଡ଼କ ଦୁର୍ଘଟଣା କୁ ରୋକାଯାଇ ପାରିବା ସହ ଧନ ଜୀବନ ସୁରକ୍ଷିତ ରହିବ ଏଣୁ ସମସ୍ତେ ଗାଡିଚାଳନା ସମୟରେ ଯତ୍ନବାନ ହେବାକୁ ପ୍ରଶାସନ ତରଫରୁ ପରାମର୍ଶ ଦିଆଯାଇଛି l
ଆଜି ଜିଲ୍ଲା ର ବିଭିନ୍ନ ଥାନା ଅଞ୍ଚଳରେ ଯାଞ୍ଚ ସମୟରେ ସନ୍ଧ୍ୟା ସୁଦ୍ଧା ପରିବହନ ବିଭାଗ ଦ୍ୱାରା ୩୫ ଟି ଓ ପୁଲିସ ବିଭାଗ ଦ୍ୱାରା ୫୭ ଗୋଟି ସମୁଦାୟ ୯୨ ଟି ଦୁଇଚକିଆ ଯାନର ଇ-ଚାଲାଣ କରାଯାଇଥିବା ବେଳେ ୨୪ ଟି ଦୁଇ ଚକିଆ ଗାଡି କୁ ଜବତ କରାଯାଇ ଗାଡି ଗୁଡିକୁ ସୋନପୁର ଓ ଉଲୁଣ୍ଡା ଥାନା ସହ ହିକୁଡି ଫାଣ୍ଡି କାର୍ଯ୍ୟାଳୟ ପରିସରରେ ରଖାଯାଇଥିବା ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତି l
ପରିବହନ ଅଧିକାରୀ ସୁବର୍ଣ୍ଣପୁର ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ସ୍ୱତନ୍ତ୍ର ଯାଞ୍ଚ କାର୍ଯ୍ୟକ୍ରମରେ ଏସ ଡି ପି ଓ ସୋନପୁର ପୁଷ୍ପାଞ୍ଜଳି ନିଙ୍ଗୀ, ଏସ ଡି ପି ଓ ବୀରମହାରାଜପୁର ଡୋଳାମଣି ଭୋଇ, କନିଷ୍ଠ ମୋଟର ଯାନ ନିରୀକ୍ଷକ ଲୋକନାଥ ନାୟକ ସମେତ ସୋନପୁର ସହରାଞ୍ଚଳ ତଥା ଅନ୍ୟ ସମସ୍ତ ଥାନା ଅଧିକାରୀ ସମେତ ପରିବହନ ବିଭାଗ କର୍ମଚାରୀ ଓ ପୁଲିସ ବିଭାଗ ର ଅଧିକାରୀ ପ୍ରମୁଖ ସାମିଲ ଥିବା ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l ଆଗାମୀ ଦିନରେ ଏହି ଚଢ଼ାଉ କାର୍ଯ୍ୟକ୍ରମ କୁ ଆହୁରି ବ୍ୟାପକ ତଥା କଡାକଡି କରାଯିବ ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତି ।