କୃଷକଙ୍କୁ ସହାୟତା ର ହାତ ବଢ଼ାଉଛି UAIL ର ‘ପ୍ରୋଜେକ୍ଟ ୱାଡି’

0
103
କୃଷକଙ୍କୁ

ରିପୋର୍ଟ : ଗୋପୀନାଥ ଗୌଡ଼
ଭୁବନେଶ୍ୱର, (୧୮/୦୮) : କୃଷକଙ୍କୁ ସହାୟତା ଦିଗରେ ହାତ ବଢ଼ାଉଛି UAIL । କୃଷକଙ୍କ ଆୟ ଦ୍ଵିଗୁଣିତ କରିବା ବିଷୟକୁ ଆଦିତ୍ୟ ବିର୍ଲା ଗ୍ରୁପ, ହିଣ୍ଡାଲ୍କୋ ର ଉତ୍କଳ ଆଲୁମିନା ଇଣ୍ଟର୍ନେସନାଲ ଲିମିଟେଡ଼ ତାହାର CSR କାର୍ଯ୍ୟକ୍ରମରେ ଅଗ୍ରାଧିକାର ଦେଉଥିବା ବେଳେ ‘ପ୍ରୋଜେକ୍ଟ ୱାଡି’ ଆରମ୍ଭ କରିଛି ।WhatsApp Image 2022 08 17 at 7.41.41 PM କୃଷକଙ୍କୁ ସହାୟତା ର ହାତ ବଢ଼ାଉଛି UAIL ର 'ପ୍ରୋଜେକ୍ଟ ୱାଡି'

୨୦୧୮ ରୁ ନାବାର୍ଡ଼ ସହଭାଗିତାରେ କୃଷକଙ୍କୁ ସହାୟତା ଦିଗରେ ଏହା କାର୍ଯ୍ୟକାରୀ ହେଉଛି । ଏହା କାଶିପୁରରେ ୧୭ ଟି ଗ୍ରାମରେ କାର୍ଯ୍ୟକାରୀ କରାଯାଉଛି ଏବଂ ଏଥିରେ ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ ନିମନ୍ତେ ବହୁ ବିଧ କାର୍ଯ୍ୟକ୍ରମ ରହିଛି । ଏହା ଜନ ସାଧାରଣଙ୍କ ଜୀବନରେ ପାର୍ଥକ୍ୟ ଆଣୁଛି ।

ଶ୍ରୀ ମଜହର ବେଗ, ୟୁନିଟ ହେଡ଼ ଓ ପ୍ରେସିଡେଣ୍ଟ, ଉତ୍କଳ ଆଲୁମିନା କହିଛନ୍ତି, “ପ୍ରକଳ୍ପ ଶେଷ ସୁଦ୍ଧା ହିତାଧିକାରୀଙ୍କ ଆୟ ସ୍ତର ଦ୍ଵିଗୁଣ କରିବା ଲକ୍ଷ୍ୟ ନେଇ ୨୦୧୮-୧୯ ରେ ଏହି ପ୍ରୋଜେକ୍ଟ ଆରମ୍ଭ କରାଯାଇଥିଲା । ଆମେ ସମ୍ପୂର୍ଣ୍ଣ ଆଶାବାଦୀ ଯେ ଏହି ପ୍ରକଳ୍ପ ଆଗାମୀ ଦିନ ଗୁଡ଼ିକରେ କୃଷକଙ୍କ ଆୟରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିବ ।”

ଗ୍ରାମାଞ୍ଚଳ ଆଦିବାସୀ ପରିବାର ଗୁଡିକର ଆୟ ୩ ରୁ ୬ ବର୍ଷ ମଧ୍ୟରେ ଆଗ୍ରୋ-ହୋର୍ତି ଚାଷ ଏବଂ ଅନ୍ୟାନ୍ୟ ଆୟକାରୀ କାର୍ଯ୍ୟକଳାପ ଜରିଆରେ ଦୀର୍ଘସ୍ଥାୟୀ ଭିତ୍ତିରେ ବୃଦ୍ଧି ଜରିଆରେ ସେମାନଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆଣିବା ଉପରେ ଏହି ପ୍ରକଳ୍ପ ଦୃଷ୍ଟି ନିବନ୍ଧ କରୁଛି । ଏହି ପ୍ରକଳ୍ପ PPP ପଦ୍ଧତିରେ କାର୍ଯ୍ୟକାରୀ କରାଯାଉଛି ଯେଉଁଠାରେ ନାବାର୍ଡ଼ ୬୦% ଅର୍ଥ ଅନୁଦାନ ପାଣ୍ଠି ଆକାରରେ ଯୋଗାଇ ଦେଉଛି ଏବଂ ଉତ୍କଳ ଆଲୁମିନା ୪୦% ଅର୍ଥ ତାହାର CSR ପାଣ୍ଠି ଅଧୀନରେ ଅନୁଦାନ ଆକାରରେ ଯୋଗାଇ ଦେଉଛି । ଏଥିପାଇଁ ମୋଟ ୪୬୫.୭୫ ଲକ୍ଷ ଟଙ୍କା ପାଣ୍ଠି ଯୋଗାଇ ଦିଆଯାଇଛି ।

ଆଦିବାସୀ ପରିବାର ଗୁଡ଼ିକର ପତିତ ଜମିକୁ ଉତ୍ପାଦିକା ଫଳ ବଗିଚାରେ ରୂପାନ୍ତରଣ କରିବା ଉପରେ ଏହି ପ୍ରକଳ୍ପ ଆଧାରିତ । ଏଠି ସହିତ ଏହା ଭୂମିହୀନ ପରିବାର ଗୁଡିକୁ ଛେଳି ପାଳନ ଜରିଆ ର ଅର୍ଥ ପୂର୍ଣ୍ଣ ଜୀବିକା ଯୋଗାଇ ଦେବାର ଲକ୍ଷ୍ୟ ରଖିଛି ।

“ଉଦ୍ୟାନ ବିକାଶ ସମିତି” ଭଳି ଗୋଷ୍ଠୀ ଭିତ୍ତିକ ସଙ୍ଗଠନ ଗଠନ ଏବଂ ସେଗୁଡିକୁ ସୁଦୃଢ଼ କରିବା ଗୋଷ୍ଠୀ ମାଲିକାନା ଏବଂ ଦିର୍ଘସ୍ଥାୟୀତ୍ୱ ଦିଗରେ ଏକ ପ୍ରମୁଖ ବିଷୟ ହୋଇଛି । ଆଜି ପର୍ଯ୍ୟନ୍ତ ପ୍ରକଳ୍ପ କାର୍ଯ୍ୟକାରୀ ହେବାର ୪ ବର୍ଷ ମଧ୍ୟରେ ଅନେକ ସଫଳତା ହାସଲ କରିଛି, ଯାହା କୃଷକଙ୍କ ପାଇଁ ଫାଇଦା ଆଣି ଦେଇଛି । ଏହା ପ୍ରକଳ୍ପ ର କାର୍ଯ୍ୟକାରିତା ନିରୀକ୍ଷଣ ଏବଂ ଫଳ ବଗିଚା ଦେଖାଶୁଣା ଏବଂ କୃଷିଜାତ ସାମଗ୍ରୀ ର ସାମୁହିକ ବିକ୍ରି ବଟା ଆଦିରେ ନିୟୋଜିତ ଥିବା ୧୭ ଟି ଉଦ୍ୟାନ ବିକାଶ ସମିତି (UVS) ଗଠନ କରିବା ସହିତ ସେଗୁଡ଼ିକୁ ମଜଭୁତ କରିଛି ।

ପତିତ ଜମି ବିକାଶ, ଫଳ ବଗିଚା ବିକାଶ, ଗୋ-ସମ୍ପଦ ର ବିକାଶ, ସଙ୍ଗଠନ ଗଠନ ଏବଂ ମହିଳାଙ୍କ ବିକାଶ ଆଦି କ୍ଷେତ୍ରରେ ୫୦୦ ଆଦିବାସୀ କୃଷକଙ୍କୁ ତାଲିମ ପ୍ରଦାନ କରାଯାଉଛି ଫଳ ବଗିଚା । ୧୭ ଟି ଗ୍ରାମ ପ୍ରାୟ ୪୨୪ ଏକର ରୁ ଉର୍ଦ୍ଧ୍ୱ ଜମିକୁ ଫଳ ବଗିଚା (କଲମୀ ଆମ୍ବ ଏବଂ କାଜୁ) ରେ ରୂପାନ୍ତରିତ କରାଯାଇଛି ଏବଂ ସେଠାରେ ୮୫% ଗଛ ବଞ୍ଚି ରହିଛି । ଏହି ପ୍ରକଳ୍ପ ୭୬ ଟି ଭୂମିହୀନ ପରିବାର ଦ୍ୱାରା ଛେଳି ପାଳନକୁ ପ୍ରୋତ୍ସାହିତ କରିଛି ଏବଂ ଏହା ଦ୍ୱାରା ଛେଳି ସଂଖ୍ୟା ୬୪୦ (ପ୍ରତି ପରିବାର ପାଇଁ ୮ ଟି ଛେଳି) ରେ ପହଞ୍ଚିଛି ।

ଜଳସେଚନ ସୁବୁଢ଼ା ନ ଥିବା ୧୩୦ ଏକର ଜମିକୁ ସୌରଶକ୍ତି ଚଳିତ ନଦୀ ଜଳ ଉଠାନା ଏବଂ ଜଳ ଧାରା ଗତିପଥ ପରିବର୍ତ୍ତନ ଭିତ୍ତିକ ଜଳସେଚନ ବ୍ୟବସ୍ଥାରେ ଜଳ ସେଚିତ କରାଯାଇ ପାରିଛି । ଉକ୍ତ ଅଞ୍ଚଳରେ ମୋଟ ୨.୯୪୮ ଫଳ, ଚାରା ଏବଂ ୧୯୮୦୧ ରୁ ଜଙ୍ଗଲ ସୃଷ୍ଟିକାରୀ ବୃକ୍ଷ ଚାରା ରୋପଣ କରାଯାଇଛି, ଯାହା ଅଙ୍ଗାରକାମ୍ଲ ନିର୍ଗମନ ପରିମାଣ ହ୍ରାସ କରୁଛି । ଏହା ମଧ୍ୟ ପନିପରିବା ଚାଷ କୁ ପ୍ରୋତ୍ସାହିତ କରିବା ଜରିଆରେ କୃଷକ ପରିବାର ଗୁଡ଼ିକ ପାଇଁ ପୋଷଣଗତ ସୁରକ୍ଷା ଦିଗ ର ସମାଧାନ କରୁଛି ବୋଲି ଶ୍ରୀ ବେଗ କହିଛନ୍ତି ।

ମୂଲଚାଲ କରିବା କ୍ଷମତା ବୃଦ୍ଧି ଏବଂ ଉତ୍ପାଦିତ ସାମଗ୍ରୀ ର ଉଚିତ ମୂଲ୍ୟ ପାଇବା ସକାଶେ ଉଦ୍ୟାନ ବିକାଶ ସମିତି ଗୁଡ଼ିକ ଜରିଆରେ ସାମୁହିକ ବିକ୍ରି ବଟା ବ୍ୟବସ୍ଥା ହାତକୁ ନିଆ ଯାଇଛି । ହିତାଧିକାରୀଙ୍କର ବ୍ୟାଙ୍କ ଖାତା ଖୋଲା ଯାଇ ଏବଂ ବ୍ୟାଙ୍କ କାରବାର କରିବାକୁ ସେମାନଙ୍କୁ ଉତ୍ସାହିତ କରି ହିତାଧିକାରୀଙ୍କର ଆର୍ଥିକ ଅନ୍ତର୍ଭୁକ୍ତି କୁ ସୁଚିନ୍ତିତ କରାଯାଉଛି । ଆନ୍ତଃକୃଷି ଦ୍ୱାରା ପ୍ରତି କୃଷକଙ୍କ ମାସିକ ହାରାହାରି ଆୟ ୩୦୦୦ ରୁ ୪୦୦୦ ଟଙ୍କା ହେଉଛି ।WhatsApp Image 2022 08 17 at 7.41.41 PM 1 କୃଷକଙ୍କୁ ସହାୟତା ର ହାତ ବଢ଼ାଉଛି UAIL ର 'ପ୍ରୋଜେକ୍ଟ ୱାଡି'

ଏକ ଦାୟିତ୍ଵସମ୍ପନ୍ନ କର୍ପୋରେଟ ସଂସ୍ଥା ଭାବରେ ଏବଂ ସମାଜକୁ ପ୍ରତିପାଦନ ଦେବାକୁ ନିରନ୍ତର ପ୍ରେରଣାରେ ପରିଚାଳିତ ହୋଇ ଆଦିତ୍ୟ ବିର୍ଲା ଗ୍ରୁପ ଓଡ଼ିଶାରେ ୫ ଲକ୍ଷ ରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିବା ସହିତ ୧୨୮ ଟି ଗ୍ରାମରେ ୨ ଲକ୍ଷ୍ୟ ରୁ ଅଧିକ ଲୋକଙ୍କ ଜୀବନକୁ ସ୍ପର୍ଶ କରୁଛି । ଶ୍ରୀମତୀ ରାଜଶ୍ରୀ ବିର୍ଲାଙ୍କ ଅଧ୍ୟକ୍ଷତାରେ ପରିଚାଳିତ ଆଦିତ୍ୟ ବିର୍ଲା ସେଣ୍ଟର ଫର କମ୍ମ୍ୟୁନିଟି Iniciative and rural development ତତ୍ୱାବଧାନ ଓ ମାର୍ଗଦର୍ଶନରେ ଗ୍ରୁପ ର CSR କାର୍ଯ୍ୟକ୍ରମ ଗୁଡ଼ିକ କାର୍ଯ୍ୟକାରୀ କରାଯାଉଛି ।

ଗ୍ରୁପ ର ଲକ୍ଷ୍ୟ ହେଉଛି ଏହା ବ୍ୟବସାୟ ପରିଚାଳନା କରୁଥିବା ସ୍ଥାନ ଗୁଡ଼ିକରେ ବାସ କରୁଥିବା ଜନ ସାଧାରଣଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ପ୍ରତି ଅବଦାନ ରଖିବା ଏବଂ ଏହା କରିବା ଦ୍ୱାରା ସମାଜ ର ଦୁର୍ବଳ ବର୍ଗଙ୍କ ପାଇଁ ଏକ ଉନ୍ନତ, ଦୀର୍ଘସ୍ଥାୟୀ ଜୀବନ ଧାରଣ କ୍ଷେତ୍ର ନିର୍ମାଣ କରିବା । ଏଥି ସହିତ ଦେଶ ର ମାନବ ସମ୍ବଳ ସୂଚୀରେ ଉନ୍ନତି ଆଣିବା ମଧ୍ୟ ଏହାର ଲକ୍ଷ୍ୟ ହୋଇଛି । ଗ୍ରୁପ ର CSR ଦୁରଦୃଷ୍ଟି UNSDG ର ଦାରିଦ୍ର୍ୟ ଦୂରୀକରଣ ଏବଂ କ୍ଷୁଧା ରୁ ମୁକ୍ତି ସୁନିଶ୍ଚିତ କରିବା ଲକ୍ଷ୍ୟ ମୁତାବକ ହୋଇଛି ।