ରାଇକିଆ ବ୍ଲକ ସଭାଗୃହ ଠାରେ ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ

ରିପୋର୍ଟ: ଜଗଦୀଶ ଦାସ
ରାଇକିଆ(୦୩/୦୮): କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ସଭାଗୃହ ଠାରେ ୭୩ତମ ସ୍ୱାଧୀନତା ଦିବସ ବୈଠକ ରାଇକିଆ ବିଡ଼ିଓ ରଶ୍ମିରଂଜନ ମହନ୍ତଙ୍କ ଅଧ୍ୟକ୍ଷତାରେ ହୋଇଯାଇଛି |

ଏହି ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନ ବ୍ଲକ ଅଧ୍ୟକ୍ଷା ମାନିନୀ ପ୍ରଧାନଙ୍କ ଦ୍ୱାରା ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି | ବିଭିନ୍ନ କାର୍ଯ୍ୟକ୍ରମ ଏବଂ ବିଭିନ୍ନ ପ୍ରତିଯୋଗୀ ଙ୍କୁ ପୁରସ୍କାର ଦିଆଯିବାର ସ୍ଥିରୀକୃତ କରାଯାଇଛି | ଏହି ବୈଠକରେ ସିଡିପିଓ ମଳୟ ମିଶ୍ର, ବ୍ଲକ ଅଧ୍ୟକ୍ଷା ମାନିନୀ ପ୍ରଧାନ, ଏବିଡିଓ ମୋହନ ମଲ୍ଲିକ, ରାଇକିଆ ସମିତିସଭ୍ୟା ମିନି ନାୟକ, ରାଜମୋହନ ଦିଗଲ ସହ ଅନେକ ଜନସାଧାରଣ ଉପସ୍ଥିତ ଥିଲେ |

Comments are closed.