ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଙ୍କ ବିଦ୍ୟାଳୟ ପରିଦର୍ଶନ

0
161
ଜିଲ୍ଲାପାଳ ସତ୍ୟ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୧୭/୮) : ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ କାର୍ଯ୍ୟରେ ଯୋଗଦେବା ପରେ ଜିଲ୍ଲାରେ ଚାଲିଥିବା ବନ୍ୟା ପରିସ୍ଥିତି ସମୟରେ ଘନ ଘନ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିବା ସହିତ ତାହାର ସମାଧାନ ପାଇଁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଜିଲ୍ଲାରେ ଶିକ୍ଷା ର ଗୁଣାତ୍ମକ ମାନ ପରୀକ୍ଷା କରିବା ପାଇଁ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଅଚାନକ ସହର ର ଦୁଇ ପୂରାତନ ଉଚ୍ଚ ବିଦ୍ୟାଳୟ ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପହଞ୍ଚିଥିଲେ । ଜିଲ୍ଲାପାଳ ପ୍ରଥମେ ବାଳିକା ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ପରିବେଶ ସଫା ସୁତର କରିବାକୁ ନିର୍ଦ୍ଦେଶ ଦେବା ସହିତ ପ୍ରାଚୀର ପ୍ରତ୍ର, ନ୍ୟୁଜ କର୍ଣ୍ଣର, ଆର୍ଟ ଗ୍ୟାଲେରୀ ଅପଡେଟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ।

ବିଦ୍ୟାଳୟ ର ସ୍ୱଚ୍ଛତା, ଶିକ୍ଷାଦାନ, ଗୁଣାତ୍ମକ ଶିକ୍ଷା, ସୁରକ୍ଷା, ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ଆଦି ସମ୍ପର୍କରେ ପଚାରି ବୁଝିଥିଲେ । ପରେ ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ଉପସ୍ଥାନ ଖାତା ଦେଖିବା ସହିତ ଶ୍ରେଣୀ କକ୍ଷକୁ ଯାଇ ସ୍ମାର୍ଟ କ୍ଲାସ ରୁମ ବୁଲି ଦେଖିଥିଲେ । ବିଦ୍ୟାଳୟ ପଛପଟେ ଥିବା ଅଳିଆ ଆବର୍ଜନା ସଫା କରିବା ପାଇଁ ଏନଏସି ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ସହିତ ଆର୍ଟ ଗ୍ୟାଲେରୀ, ନ୍ୟୁଜ କର୍ଣ୍ଣର ଅପଡେଟ ରଖିବା ପରାମର୍ଶ ଦେଇଥିଲେ ।

ବିଦ୍ୟାଳୟ ପରିବେଶକୁ ପ୍ଲାଷ୍ଟିକ ମୁକ୍ତ ରଖିବା ସହିତ ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ୍ ସାମଗ୍ରୀ ବର୍ଜନ, ଡଷ୍ଟବିନ ର ନିୟମିତ ବ୍ୟବହାର, ଶିକ୍ଷକ ଶିକ୍ଷୟିତ୍ରୀମାନେ କର୍ମଠ ହେବାପାଇଁ ପରାମର୍ଶ ଦେବା ସହିତ କୌଣସି ଶିକ୍ଷକ ଶିକ୍ଷୟିତ୍ରୀ ବିଦ୍ୟାଳୟ ପରିସରରେ ଗୁଟଖା ପାନ ଆଦି ନଖାଇବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ସେଠାରେ ବିଭିନ୍ନ ବିଦ୍ୟାଳୟ ପ୍ରଧାନଶିକ୍ଷକ ମାନଙ୍କ ଏକ ବୈଠକରେ ଯୋଗଦେଇଥିଲେ । ବିଶେଷ ଭାବରେ ଜିଲ୍ଲାରେ ସମସ୍ତ ବିଦ୍ୟାଳୟ ପରିସରକୁ ସାନିଟାଇଜ କରିବା, ଗୁଣାତ୍ମକ ଶିକ୍ଷା, ନ୍ୟୁଜ କର୍ଣ୍ଣର, ପ୍ରାଚୀରପତ୍ର, ଯୋଗ ପ୍ରାଣାୟାମ ଆଦିକୁ ଗୁରୁତ୍ୱ ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।

ଏଥିସହିତ ଜିଲ୍ଲାରେ ସମସ୍ତ ବିଦ୍ୟାଳୟରେ 5T କାର୍ଯ୍ୟ ଶିଘ୍ର ସମାପ୍ତ କରିବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ । ଏହି ପରିଦର୍ଶନ ସମୟରେ ତାଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ବବିତା ରାଣୀ ଦଳବେହେରା, ଜିଲ୍ଲା ଶିକ୍ଷା ଅଧିକାରୀ ଉଦୟନାଥ ମାଝୀ, ବ୍ଲକ ଶିକ୍ଷା ଅଧିକାରୀ ଧୃବ ଚରଣ ଘିବେଲା, ବିଜ୍ଞାନ ନିରୀକ୍ଷକ ଦେବେନ୍ଦ୍ର ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ ।