ଚନ୍ଦ୍ରପୁରରେ ବିଶ୍ୱ ସ୍ତନ୍ୟପାନ ଦିବସ

ରିପୋର୍ଟ: କୈଳାସ ମାଳବିଶୋୟୀ
ଚନ୍ଦ୍ରପୁର(୦୩/୦୮): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ସଦର ମହକୁମା ସ୍ଥିତ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ବିଶ୍ୱ ସ୍ତନ୍ୟପାନ ଦିବସ ପାଳିତ ହୋଇଯାଇଛି |

ମୂଖ୍ୟ ଅତିଥି ଭାବେ ଚନ୍ଦ୍ରପୁର ଗୋଷ୍ଠି ସ୍ୱାସ୍ଥ୍ୟ ଭାରପ୍ରାପ୍ତ ଡାକ୍ତର ଶ୍ରୀ ବିଦ୍ୟାଧର ବେହେରା ଯୋଗ ଦେଇଥିଲେ | ବିଶ୍ୱ ସ୍ତନ୍ୟପାନ ଦିବସ ପାଳନ ଉପଲକ୍ଷେ ଚନ୍ଦ୍ରପୁର ବ୍ଲକର ଆଶାକର୍ମୀ, ଅଙ୍ଗନବାଡି କର୍ମୀ,ଏସ ଏଜ ଜି, ଆଲିସା ଏନଜିଓ କର୍ମୀ ପ୍ରମୁଖ ଯୋଗଦେଇ ଏକ ଶୋଭାଯାତ୍ରାରେ ସ୍ୱାସ୍ଥ୍ୟକେନ୍ଦ୍ର ଠାରୁ ବାହାରି ହାଟପଦା, ଇନ୍ଦିରାବାସ, ଗଜରାଜସାହି ମୂଖ୍ୟସହର ପରିକ୍ରମା କରିଥିଲେ | ପରିକ୍ରମା ପରେ ଏକ ତାଲିମ ସିବିର ଅନୁଷ୍ଟିତ ହୋଇଥିଲା | ତାଲିମ ପ୍ରଦାନ ପରେ କେତୋଟି ପ୍ରଶ୍ନ ଆଶାକର୍ମୀ ମାନଙ୍କୁ ପଚାରିଥିଲେ | ଯେଉଁ ଆଶାକର୍ମୀ ଠିକ ଉତ୍ତର ଦେଇଥିଲେ ସେମାନଙ୍କୁ ପୁରସ୍କାର ଡାକ୍ତର ଶ୍ରୀ ବିଦ୍ୟାଧର ବେହେରା, ବିପିଏମ ଶ୍ରୀ ଭି.ଭି ସନ୍ତୋସ ପ୍ରଦାନ କରିଥିଲେ |ଏବଂ ଶୋଭାଯାତ୍ରା ଜନ ସମ୍ପ୍ରସାରଣ ଅଧିକାରୀ ଶ୍ରୀ ଜଗନ୍ନାଥ ନାୟକ ପରିଚ଼ାଳନା କରିଥିଲେ |

Comments are closed.