ଗୁଡାରି ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

0
289
ଗୁଡାରି ବ୍ଲକରେ

ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡ଼ା/ଗୁଡାରି, (୧୬/୦୮) : ରାୟଗଡ଼ା ଜିଲ୍ଲା ପ୍ରଶାସନ ତରଫରୁ ଆଜି ଗୁଡାରି ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି ।20bd6133 5c85 40ac 9da4 ef8e49da12b1 ଗୁଡାରି ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

ଗୁଡାରି ବ୍ଲକରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀମତି ସ୍ୱଧା ଦେଵ ସିଂ, ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା, ପିଡ଼ି, ଡିଆର୍ଡିଏ ଶ୍ରୀ ରବିନାରାୟଣ ତ୍ରିପାଠୀ, ଉପଜିଲ୍ଲାପାଳ ଗୁଣପୁର ଲୋକନାଥ ଦଳବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଲାଲମୋହନ ରାଉତରାୟ, ପଞ୍ଚାୟତ ସମିତି ଅଧକ୍ଷା, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ବରିହା, ପ୍ରକଳ୍ପ ନିର୍ଦ୍ଦେଶକ ଜଳଛାୟା ମିଶନ ଦୟାନିଧି ବାଘ, ନିର୍ବାହୀ ଯନ୍ତ୍ରୀ, ଜିଲ୍ଲା ଗ୍ରାମୀୟ ଜଳଯୋଗାଣ ସଂସ୍ଥା ରାୟଗଡ଼ା ଶ୍ରୀ ଚିତ୍ତରଞ୍ଜନ ଜେନା, ତହସିଲଦାର ଗୁଡାରି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକ, ବିଡିଓ ନୃସିଂହ ଚରଣ ସେଠୀ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହି ଅଭିଯୋଗ ଗୁଡିକର ଶୁଣାଣୀ କରିଥିଲେ । ଆଜି ମୋଟ ୧୩୨ଟି ଅଭିଯୋଗ ଜିଲ୍ଲାପାଳଙ୍କ ନଜରକୁ ଆସିଥିଲା ସେଥି ମଧ୍ୟରୁ ୧୦୭ଟି ବ୍ୟକ୍ତିଗତ ଅଭିଯୋଗ ଥିଲା ବେଳେ ୨୫ ଗୋଟି ଗ୍ରାମବାସୀ ମାନଙ୍କର ଅଭିଯୋଗ ଥିଲା । ଜିଲ୍ଲାପାଳ ୬ ଜଣକୁ ୮୦ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ସହାୟତା କୋଷରୁ ପ୍ରଦାନ କରିଥିବା ବେଳେ ରେଡ଼ କ୍ରସରୁ ଜଣକୁ ୭୫୦୦ ଟଙ୍କା ପ୍ରଦାନ କରିଥିଲେ ।545bec6d 8b7c 49ea a211 e6e7719967bc ଗୁଡାରି ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

ଜିଲ୍ଲାପାଳ ଉକ୍ତ ଅଭିଯୋଗ ଗୁଡିକୁ ପାଇଲା ପରେ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଜିଲ୍ଲାପାଳ ତହସିଲଦାରଙ୍କ ତରଫରୁ ଦୁଆଯାଉଥିବା ବିଦ୍ୟାଳୟ ମାନଙ୍କୁ ଆରଓଆର ପଟ୍ଟା ପ୍ରଦାନ କରିଥିଲେ । ଏହାପରେ ଜିଲାପାଳ 5T ଅଧିନସ୍ତ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡାରି ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଗୁଡାରି ପରିଦର୍ଶନ କରି କାର୍ଯ୍ୟରେ ବିଳମ୍ବ ହେଉଥିବାରୁ ତୁରନ୍ତ ସମ୍ପୂର୍ଣ୍ଣ କରିବାକୁ କନିଷ୍ଟ ଯନ୍ତ୍ରୀ ଓ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜନଜାତି ଓ ଜାତି ଉନ୍ନୟନ ବିଦ୍ୟାଳୟ ପରିଦର୍ଶନ କରିଥିଲେ ।

ଏହାପରେ ସିରିଗୁଡି ଗ୍ରାପ ଅନ୍ତର୍ଗତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଉଚ୍ଚ ବିଦ୍ୟାଲୟ ବୁରୁକୁଡି, ମଧୁବନ ଗ୍ରାପ ଅନ୍ତର୍ଗତ ବୋଳିଗୁଡା ମିଶନ ଶକ୍ତି ଗୃହକୁ ପରିଦର୍ଶନ କରିଥିଲେ ଓ ସ୍ଵୟଂ ସାହାୟକ ଗୋଷ୍ଠୀ ସଦସ୍ୟା ମାଁ ଙ୍କ ସହିତ ଆଲୋଚନା କରିଥିଲେ । ତାପରେ ପଲିଥିନ ଭିତରେ ମତ୍ସ୍ୟ ଚାଷକୁ ବୁଲିଦେଖି ଥିଲେ ଓ ପ୍ରସଂଶା କରିଥିଲେ ।