Related Contents

ବାଇକ ଧକ୍କାରେ ଯୁବକ ଗୁରୁତର

ରିପୋର୍ଟ: ଭଗବାନ ମହାନ୍ତି/ନିମାଇଁ ବଘାର
ମୁରିବାହାଲ(୦୨/୦୮): ମୁରିବାହାଲ ଥାନା ଦେବଙ୍ଗ ପଞ୍ଚାୟତ ଅନ୍ତର୍ଗତ ଯାମୁଟ ଗ୍ରାମର ପ୍ରଦୀପ ଲୁହା (୩୭) ରାସ୍ତାରେ ସମୟ ଅପରାହ୍ନ ୫ଟାରେ ଯାଉଥିବାବେଳେ ଘୁଷୁରାମୁଣ୍ଡା ଗ୍ରାମର ଶିବ ପରାଭୋଇର ଏକ ହିରୋ ହୋଣ୍ଡା ଡିଲକ୍ସ ନମ୍ବର ବିହନ ବାଇକ ଧକ୍କା ଦେବାଫଳରେ ଗୁରୁତର ହୋଇ ରାସ୍ତାରେ ପଡ଼ିଯାଇଥିଲେ |

ଯାମୁଟ ଗ୍ରାମର ସ୍ୱେଚ୍ଛାସେବୀ ଉଦ୍ଧାର କରି କଣ୍ଟାବାଞ୍ଜି ହସପିଟାଲକୁ ନେଇ ଭର୍ତି କରିଥିଲେ | ସୂଚନା ଅନୁସାରେ ଶ୍ରୀ ଲୁହାର ଅବସ୍ଥା ଗୁରୁତର ଥିବା ଜଣାପଡିଛି | ମୁରିବାହାଲ ପୁଲିସ ଯାଇ ବାଇକକୁ ଜବତ କରି ଶିବ ପରାଭୋଇକୁ ଅଟକ ରଖିଥିବା ସୂଚନା ମିଳିଛି |

Comments are closed.