Advertisements

ମୁରିବାହାଲ ସାର୍ବଜନୀନ ଦୁର୍ଗାପୂଜା କମିଟିର ବୈଠକ

ରିପୋର୍ଟ: ଭଗବାନ ମହାନ୍ତି/ନିମାଇଁ ବଘାର
ମୁରିବାହାଲ(୦୨/୦୮): ବଲାଙ୍ଗୀର ଜିଲ୍ଲା ମୁରିବାହାଲ ସାର୍ବଜନୀନ ଦୁର୍ଗାପୂଜା ୪୮ବର୍ଷରେ ପଦାର୍ପଣ କରିଛି | କମିଟିର ସଭାପତି ପୁରନ୍ଦର ତରିଆଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅପରାହ୍ନ ୫ଟା ରେ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି |

ଚଳିତ ବର୍ଷ ଦୁର୍ଗାପୂଜା ବିଷୟରେ ଆଲୋଚନା ହୋଇଥିଲା ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରିବାପାଇଁ ପ୍ରସ୍ତାବ ଗ୍ରହଣ କରାଗଲା | ସରକାରଙ୍କ ତରଫରୁ ଆମ ଗାଁ ଆମ ବିକାଶ ଅର୍ଥ ହୋମ ମଣ୍ଡପ କରିବା ପାଇଁ ନିଷ୍ପତି ନିଆଯାଇଥିଲା | ଚଳିତ ବର୍ଷ ପାଇଁ ଅଜିତ କୁମାର ତରିଆଙ୍କୁ ସଭାପତି, ଉପସଭାପତି ପ୍ରଫୁଲ ବଘାର,ସମ୍ପାଦକ ପ୍ରଶାନ୍ତ କୁମାର ମାହାର, ସହ ସମ୍ପାଦକ ଲଳିତ କୁମାର ବଘାର, କୋଷାଧକ୍ଷ ସଞ୍ଜୟ ବାଗ, ଉପଦେଷ୍ଟା ପୁରନ୍ଦର ତରିଆ, ହଜାରୁ ପୁଟେଲ, ନିମାଇଁ ଚରଣ ବଘାର, ଜିତେନ୍ଦ୍ର ଭୋଇ, ବନବିହାରୀ ଯୋଶୀ, ସାନ୍ତାରାମ ପଧାନ, ଅଗସ୍ତି ବଘାର, ଘାସିରାମ ସେଠ, ପଞ୍ଚାନନ ବାଗ, କୁଞ୍ଜବିହାରୀ ଯୋଶୀ, ମକୁନ୍ଦ ପଧାନ, କମିଟିର ସଦସ୍ୟ ବୃନ୍ଦ ଓ ଗ୍ରାମବାସୀ ଉପସ୍ଥିତ ଥିଲେ |

Advertisements

Comments are closed.