Related Contents

ସିଂଘାରୀ ନଦୀ ପୋଲ ଉପରେ ୮ଫୁଟ ପାଣି,ଗାଡି ଚଳାଚଳ ଓ ଡାକ ସେବା ସଂପୂର୍ଣ ବନ୍ଦ

ରିପୋର୍ଟ:ରବିଶଙ୍କର ମହାପାତ୍ର
କୋରାପୁଟ(୦୨/୦୮): କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଳକ ଅନ୍ତର୍ଗତ ବି. ସିଂହପୁର ନିକଟସ୍ଥ ସିଂଘାରୀ ନଦୀ ପୋଲ ଉପରେ ୮ଫୁଟ ଉଚ୍ଚତାରେ ପାଣି ବହୁଥିବାରୁ ନଦୀର ଉଭୟ ପାର୍ଶ୍ବରେ ବହୁ ସଂଖ୍ୟାରେ ଯାନ ବାହନ ଆଜି ସକାଳ ଠାରୁ ଅଟକି ରହିଛି ।

ବି. ସିଂହପୁର ପୋଷ୍ଟ ମାଷ୍ଟରଙ୍କ ସମେତ ଅନେକ ସରକାରୀ କର୍ମଚାରୀ ନଦୀ ସେ ପାଖରେ ଅଟକି ରହିଛନ୍ତି । ଫଳରେ ସ୍ଥାନୀୟ ଅଞ୍ଚଳର ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି । ଗତ ବର୍ଷ ଠାରୁ ଏଠାରେ ଏକ ନୂତନ ପୋଲ ନିର୍ମାଣ ପାଇଁ ଷ୍ଟେଟ ପ୍ଲାନରେ ଅର୍ଥ ମଞ୍ଜୁର ହୋଇଥିବା ସତ୍ତ୍ୱେ ଟେଣ୍ଡର ପ୍ରକ୍ରିୟାରେ ବିଳମ୍ବ ଯୋଗୁଁ ଆଜି ପର୍ଯ୍ୟନ୍ତ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ପାରି ନାହିଁ । ଫଳରେ ୭ଟି ପଞ୍ଚାୟତ ବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସରକାର ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ଜୋର ଧରିଛି ।

Comments are closed.