Thursday, March 28, 2024

Top 5 This Week

Related Posts

ଘରେ ଘରେ ଉଡ଼ିଲା ଜାତୀୟ ପତାକା : ଏବେ ସେଗୁଡ଼ିକର ହେବ କ’ଣ ?

ରିପୋର୍ଟ : ରାମନାଥ ଗନ୍ତାୟତ
ଭୁବନେଶ୍ୱର, (୧୭/୦୮) : ଦେଶ ପାଳିଲା ସ୍ୱାଧୀନତା ଦିବସ । ୭୫ ପୂରି ୭୬ ବର୍ଷରେ ପଦାର୍ପଣ କଲା ସ୍ୱାଧୀନ ଭାରତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଦେଶରେ ଘରେ ଘରେ ଉଡିଛି ତ୍ରିରଙ୍ଗା ।

ହର ଘର ତ୍ରିରଙ୍ଗା କ୍ୟାମ୍ପେନ୍ ଆଜାଦି ର ଏଇ ଅମୃତ ମହୋତ୍ସବରେ ସଫଳ ହୋଇଛି । ଗତ ବର୍ଷ ଗୁଡିକ ତୁଳନାରେ ଚଳିତ ବର୍ଷ ତ୍ରିରଙ୍ଗା ବିକ୍ରି ମଧ୍ୟ ଭଲ ହୋଇଛି । ହେଲେ ଏବେ ପ୍ରଶ୍ନ ଉଠୁଛି ସାରା ଦେଶରେ ଘରେ ଘରେ କୋଟି କୋଟି ସଂଖ୍ୟକ ପତାକା ଲଗାଇଯାଇଛି, ଏବେ ସେଗୁଡ଼ିକର ହେବ କଣ ?

ଫ୍ଲାଗ କୋଡ ଅଫ୍ ଇଣ୍ଡିଆ ୨୦୨୦ ରେ ପତାକାକୁ ନେଇ ଅନେକ ନିୟମ ରହିଛି । ଏହାର ଉଲ୍ଲଂଘନ ହେଲେ ଜରିମାନା ସହ ଜେଲ୍ ମଧ୍ୟ ହୋଇପାରେ । ଭାରତୀୟ ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି ହୋଇଥିବା ଫ୍ଲାଗ କୋର୍ଡ ଅଫ୍ ଇଣ୍ଡିଆ ର ନିୟମାବଳୀ ଅନୁସାରେ ପତାକା ପ୍ରତି କୌଣସି ପ୍ରକାର ଅସମ୍ମାନ ଏକ ଗୁରୁତର ଅପରାଧ । ଏଥିପାଇଁ ୩ ବର୍ଷ ର କାରାଦଣ୍ଡ ସହ ଜୋରିମାନା ହୋଇପାରେ ।

ତେବେ ଜାଣି ରଖନ୍ତୁ କେମିତି ଏହାକୁ ସାଇତି ରଖିବେ…ପତାକା ଓହ୍ଲାଇବା ପରେ ରାଷ୍ଟ୍ରିୟ ମର୍ଯ୍ୟାଦା ସହ ଏହାକୁ ସାଇତି ରଖାଯିବାର ନିୟମ ରହିଛି । ନାରାଙ୍ଗୀ ରଙ୍ଗ ଓ ସବୁଜ ରଙ୍ଗକୁ ଯତ୍ନ ର ସହ ମୋଡି ଏହାକୁ ସମ ଅନୁପାତରେ ଭାଙ୍ଗି ଅଶୋକ ଚକ୍ରକୁ ଉପରକୁ ରଖିବାର ନିୟମ ରହିଛି । ଏହା ପରେ ଯତ୍ନର ସହ ପତାକାକୁ ସାଇତି ରଖାଯିବ । ଯଦି କୌଣସି କାରଣରୁ ପତାକା ନଷ୍ଟ ହୋଇ ଯାଇଥାଏ କିମ୍ୱା ଚିରି ଯାଇଥାଏ, ତେବେ ଫ୍ଲାଗ କୋର୍ଡ ଅଫ୍ ଇଣ୍ଡିଆ ନିୟମ ଅନୁସାରେ ଏହାକୁ ଅତ୍ୟନ୍ତ ବ୍ୟକ୍ତିଗତ ଭାବେ ମର୍ଯ୍ୟାଦାର ସହ ସମ୍ପୂର୍ଣ୍ଣ ବିଲୟ କରିବାକୁ ପଡ଼ିବ ।

ଅନ୍ୟପଟେ କାଗଜ ପତାକା ହୋଇଥିଲେ, ଶୀଘ୍ର ନଷ୍ଟ ହେବାର ସମ୍ଭାବନା ରହିଛି । ତେବେ ଏହାକୁ ମଧ୍ୟ ମର୍ଯ୍ୟାଦା ର ସହ ନଷ୍ଟ କରିବାର ବିଧି ରହିଛି । ଆଜାଦି କା ଅମୃତ ମହୋତ୍ସବରେ ହର ଘର ତ୍ରିରଙ୍ଗା କ୍ୟାମ୍ପେନ୍ ପାଇଁ ଫ୍ଲାଗ କୋର୍ଡ ଅଫ୍ ଇଣ୍ଡିଆରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ପତାକା ନିର୍ମାଣ ଓ ବିକ୍ରି ପାଇଁ ପାରମ୍ପାରିକ ଭାବେ ପତାକା ନିର୍ମାତା ମାନଙ୍କୁ ଏହାର ଦାୟିତ୍ୱ ଦିଆ ଯାଇଥିଲା ।

୧୩ ରୁ ୧୫ ଅଗଷ୍ଟ ହର ଘର ତ୍ରିରଙ୍ଗାରେ ପତାକାକୁ ଦିନ ଏବଂ ରାତିରେ ଉଡାଇବାର ସ୍ୱାଧୀନତା ମଧ୍ୟ ଦିଆ ଯାଇଥିଲା । ଯାହା ଆଗରୁ କେବଳ ସୂର୍ଯ୍ୟୋଦୟ ରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ସୀମିତ ଥିଲା । ଆଗରୁ ହସ୍ତତନ୍ତ ର ପତାକା ବୈଧ ଥିବା ବେଳେ ଏଥର କଟନ, ଉଲ୍, ସିଲ୍କ, ଖଦି ଓ ପଲିଷ୍ଟର ପତାକା ମଧ୍ୟ ବ୍ୟବହାର ହୋଇପାରିବ ବୋଲି କୁହାଯାଇଥିଲା । ତା’ ସହ ମଧ୍ୟ ପତାକା ର ମର୍ଯ୍ୟାଦା ଯେପରି ହାନି ନହେବ, ତାକୁ ନେଇ ସାଧାରଣ ନାଗରିକ ଯତ୍ନବାନ ହେବା ପାଇଁ ନିର୍ଦ୍ଦେଶ ରହିଥିଲା ।

Popular Articles