ମୁରିବାହାଲ ପଂଚାୟତ ହାଇସ୍କୁଲ ଠାରେ ତିନି ଦିନିଆ ସାମାଜିକ ଏବଂ ଆଧ୍ୟତ୍ମିକ ସଚେତନତା ଶିବିର

ରିପୋର୍ଟ: ଭଗବାନ ମହାନ୍ତି / ନିମାଇଁ ବଘାର
ମୁରିବାହାଲ(୦୨/୦୮): ମୁରିବାହାଲ ପଞ୍ଚାୟତି ଉଚ୍ଚବିଦ୍ୟଲୟ ଠାରେ ପ୍ରଧାନ ଶିକ୍ଷକ ପିତବାସ ସାହୁଙ୍କ ତତ୍ଵବାଧାନରେ ସାମାଜିକ ଏବଂ ଆଧ୍ୟାତ୍ମିକ ସଚେତନ ଶିବିର ତା.୩୧/୦୭ ରୁ ୦୨/୦୮ ପର୍ଯ୍ୟନ୍ତ ୩ଦିନିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |

ଏହି ଶିବିରରେ ହରିହର ନାଏକ ମାତୃ ଆଶ୍ରମ ଅରୁଆ, କେନ୍ଦ୍ରାପଡା ଦ୍ୱାରା ଆୟୋଜିତ ହୋଇଥିଲା | ମାତୃ ଆଶ୍ରମର ସାରଦାନନ୍ଦ ମାଆ, ଜ୍ଞ୍ୟାନ ସ୍ୱରୂପାନନ୍ଦ ମା, ଗୀରିଦାନନ୍ଦ ମାଆ ପ୍ରମୁଖ ଏହି ଶିବିରକୁ ପରିଚାଳନା କରିଥିଲେ |

ଶିବିରରେ ୨୦୦ଛାତ୍ରୀ ଯୋଗଦେଇଥିଲେ | ଛାତ୍ରୀ ମାନଙ୍କୁ କୁମାରୀର ପବିତ୍ରତା, ଚରିତ୍ର ଗଠନ, ଯୋଗା ଆସନ, ଗୀତାପାଠ, ପ୍ରାର୍ଥନା ଆଦିର ଶିକ୍ଷା ଦିଆଯାଇଥିଲା | ଶ୍ରୀ ସାହୁ ଓ ଶିକ୍ଷକ, ଶିକ୍ଷୟତ୍ରୀ ଓ ସ୍କୁଲର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ |

Comments are closed.