Thursday, March 28, 2024

Top 5 This Week

Related Posts

ବିନିକା-ଚଡେଇପଙ୍କ ମହାନଦୀ ସେତୁ ରାସ୍ତାରେ ଆଲୋକିକରଣ ର ଶୁଭାରମ୍ଭ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୧୬/୮) : ବହୁ ପ୍ରତିକ୍ଷିତ ବିନିକା-ଚଡେଇପଙ୍କ ମହାନଦୀ ସେତୁ ରାସ୍ତାରେ ଆଲୋକିକରଣ ର ଶୁଭାରମ୍ଭ କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ।

ସୂଚନା ଯୋଗ୍ୟ ଯେ ଜନବହୁଳ ରାସ୍ତାରେ ପରିଣତ ହୋଇଥିବା ବିନିକା-ଚଡେଇପଙ୍କ ମହାନଦୀ ବ୍ରିଜ ରାସ୍ତାରେ ଅନେକ ଛୋଟ ବଡ଼ ଦୁର୍ଘଟଣା ଘଟିଥିଲା । ବର୍ତ୍ତମାନ ରାସ୍ତା ସାରା ଆଲୋକିକରଣ ହେବା ଦ୍ୱାରା ଦୁର୍ଘଟଣା, ଚୋରି, ରାହାଜାନୀ ରୁ ସାଧାରଣ ଲୋକେ ସୁରକ୍ଷିତ ରହିବା ସହ ପଥିକଙ୍କ ଠାରୁ ଆରମ୍ଭ କରି ଗାଡ଼ି, ମଟର ମଧ୍ୟ ନିର୍ଭୀକ ଭାବରେ ଏଣିକି ଯିବା ଆସିବା କରିପାରିବେ । ବିଧାୟକ ଶ୍ରୀ ବେହେରାଙ୍କ ୧୨ ଲକ୍ଷ ଓ ସ୍ଥାନୀୟ ଏନଏସି ପକ୍ଷରୁ ୧୦ ଲକ୍ଷ ଟଙ୍କା ଏହିପରି ସର୍ବମୋଟ ୨୨ ଲକ୍ଷ ଟଙ୍କା ବ୍ୟୟ ରେ ଆଲୋକିକରଣ ର ବ୍ୟବସ୍ଥା ହୋଇଛି ।

ଏହି ଅବସରରେ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ, ନଗରପାଳ ସୁବାଷ ଚନ୍ଦ୍ର ଭୋଇ, ତହସିଲଦାର ମୁକ୍ତେଶ୍ଵର ପାଣିଗ୍ରାହୀ, କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀକୁମାର ରଥ ପ୍ରମୁଖଙ୍କ ସମେତ ଅଞ୍ଚଳ ର ଜନସାଧାରଣ ଉପସ୍ଥିତ ଥିଲେ ।

Popular Articles