ସିକରପାଇ ଷ୍ଟେଟ ବ୍ୟାଙ୍କ ଏଟିଏମ ଅଚଳ ଅବସ୍ଥା

ରିପୋର୍ଟ – ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର(୦୨/୦୮): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ଅନ୍ତର୍ଗତ ସିକରପାଇରେ ଥିବା ଏଟିଏମର ଅଚଳ ଅବସ୍ଥା ଅଳିଆ ଆବର୍ଜନା ଭିତରେ ବୁଡି ଥିବା ଦେଖିବାକୁ ମିଳିଛି ।

ସେହି ଏଟିଏମକୁ କୌଣସି ବ୍ୟାଙ୍କ କର୍ତ୍ତୃପକ୍ଷ ତଦାରଖ ନ କରିବାରୁ ଏହି ଏଟିଏମର ଅବସ୍ଥା ଅଳିଆ ଆବର୍ଜନା ଭିତରେ ରହୁଥିବା ଗ୍ରାହକ ମାନେ ଅଭିଯୋଗ କରୁଥିବା ଦେଖିବାକୁ ମିଳିଛି | ଏହି ଏଟିଏମରେ ଦିନକୁ ଶହ ଶହ ଗ୍ରାହକ ଟଙ୍କା ଉଠାଇବାକୁ ଆସୁଥିବା ବେଳେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ନିଦ ଭାଙ୍ଗୁ ନ ଥିବା ଗ୍ରାହକ ମାନେ ପ୍ରକାଶ କରୁଛନ୍ତି । ଏହି ଏଟିଏମକୁ କୌଣସି ଅଫିସର ତଦାରଖ ନ କରିବା ଦ୍ଵାରା ଏଟିଏମର ଅବସ୍ଥା ଶୋଚନୀୟ ଅବସ୍ଥାରେ ରଖାଯାଇଛି ବୋଲି ଗ୍ରାହକ ପ୍ରକାଶ କରିଛନ୍ତି | ଏହିପରି କୌଣସି ଏଟିଏମରେ ନାହିଁ ତେଣୁ ତୁରନ୍ତ ଏହି ଏଟିଏମର ସୁରକ୍ଷା ନିମନ୍ତେ ସିକ୍ୟୁରିଟିର ବ୍ୟବସ୍ଥା କଲେ ଏଟିଏମ ସଫାସୁତୁରା ରହିବ ବୋଲି ସିକରପାଇ ଗ୍ରାମର ଭଦ୍ରବ୍ୟକ୍ତି ମାନେ ପ୍ରକାଶ କରୁଥିବା ଶୁଣିବାକୁ ମିଳୁଛି ।

Comments are closed.