Friday, March 29, 2024

Top 5 This Week

Related Posts

ଭୁବନେଶ୍ୱର ଉପକଣ୍ଠ ରେ ପଶିଲା ବନ୍ୟା ପାଣି

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୭/୦୮) : ରାଜଧାନୀରେ ପଶିଲା ବନ୍ୟା ପାଣି ! ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଓ ସୁନ୍ଦରପଦା ଅଞ୍ଚଳରେ ବନ୍ୟା ଜଳ ପଶିବା ଯୋଗୁଁ ଲୋକେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି ।Untitled 1 62 ଭୁବନେଶ୍ୱର ଉପକଣ୍ଠ ରେ ପଶିଲା ବନ୍ୟା ପାଣି

ଭୁବନେଶ୍ୱର ଉପକଣ୍ଠ ସୁନ୍ଦରପଦା ଅଞ୍ଚଳରେ ଦୟାନଦୀ ର ପଛୁଆ ପାଣି ପଶିବା ଯୋଗୁଁ ଲୋକମାନେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ରାସ୍ତାରେ ତିନି ଫୁଟ ଉଚ୍ଚ ର ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଯାତାୟାତରେ ଅସୁବିଧା ସୃଷ୍ଟି ହୋଇଛି । ଲୋକଙ୍କ ପାଖରେ ପିଇବା ପାଣି ସରି ଯାଇଥିବାବେଳେ ବିଦ୍ୟୁତ କାଟ ଯୋଗୁଁ ଲୋକେ ବିଭିନ୍ନ ଅସୁବିଧା ର ମଧ୍ୟ ସମ୍ମୁଖୀନ ହେଉଛନ୍ତି ।

ସେହିପରି ବାଲିପାଟଣା ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବାଲିପାଟଣା ବ୍ଲକ ର ସାରଜ ରାଜସ ପଞ୍ଚାୟତ ର କୃଷ୍ଣପୁର, ମଠସାହି, ବରାହପୁର ଓ ନବାଟିଆ ଆଦି ଅଞ୍ଚଳ ଜଳମଗ୍ନ ହୋଇଛି । ଗାଁ ଦାଣ୍ଡରେ ୨ ରୁ ୩ ଫୁଟ୍ ପାଣି ଚାଲୁଛି । ଫଳରେ ଲୋକମାନଙ୍କୁ ଘରୁ ବାହାରିବା କଷ୍ଟକର ହୋଇପଡ଼ିଛି ।

ସୂଚନାଯୋଗ୍ୟ, ମହାନଦୀରେ ମଧ୍ୟମ ଧରଣ ର ବନ୍ୟା ଆସିବା ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ବିଭିନ୍ନ ନଦୀ ବିପଦ ସଙ୍କେତ ଟପିଥିବା ବେଳେ ବିଭିନ୍ନ ସ୍ଥାନରେ ଘାଇ ସୃଷ୍ଟି ହୋଇଛି । ବନ୍ୟା ପରିସ୍ଥିତି ଉପରେ ପ୍ରଶାସନ ନଜର ରଖିଛି । ହୀରାକୁଦ ଡ୍ୟାମରେ ୪୦ ଟି ଗେଟ୍‌ ଜଳ ନିଷ୍କାସନ ହେଉଛି ।

Popular Articles