ବିଏସଏଫ ପକ୍ଷରୁ ବୃକ୍ଷରୋପଣ

ରିପୋର୍ଟ: ଏନ.ସନ୍ତୋଷ କୁମାର
ବୈପାରୀଗୁଡା(୦୨/୦୮): ବୈପାରୀଗୁଡା ବିଏସଏଫ କ୍ୟାମ୍ପ ନିକଟରେ ଥିବା ଅନାଥ ଆଶ୍ରମ ପିଲାଙ୍କ ସହ ବିଏସଏଫ ଯବାନ ମିଳିତ ଭାବେ ଜାତୀୟ ରାଜପଥ ଦୁଇ କଢ଼ରେ ବୃକ୍ଷରୋପଣ କରିଯାଇଛି |

ଗତ କାଲି ଅପରାହ୍ନ ପାଞ୍ଚଟା ବେଳେ ଅନାଥ ଆଶ୍ରମର ପ୍ରାୟ ୪୫ ପିଲାଙ୍କୁ ନେଇ ଏହି କାର୍ଯ୍ୟକ୍ରମ କରାଯାଇଛି | ଏହି କାର୍ଯ୍ୟକ୍ରମରେ ବୈପାରୀଗୁଡା ୧୩ ବ୍ୟାଟେଳିଆନ କମାନଣ୍ଡର ଭୂପେନ୍ଦର ପ୍ରତାପ ସିଙ୍ଗ, ଅମଲ କୁମାର, ବୈପାରୀଗୁଡା ବନଖଣ୍ଡ ଅଧିକାରୀ ରମେଶ କୁମାର ରାଉତ, ଥାନା ଅଧିକାରୀ ରମେଶ କୁମାର ଦେବତା ଓ ଅନାଥ ଆଶ୍ରମ ଇନଚାର୍ଜ ଅମର ନାଥ ପାଣି ଯୋଗ ଦେଇଥିଲେ | ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସୁସ୍ଥ ପରିବେଶ ତିଆରି ହେବା ସହ ଛୋଟ ଛୋଟ ଅନାଥ ପିଲାଙ୍କ ଗହଣରେ କିଛି ସମୟ ଅତିବାହିତ କରି ମନକୁ ହାଲକା ଲାଗେ ବୋଲି ବିଏସଏଫ କମାଣ୍ଡର ପ୍ରକାଶ କରିଛନ୍ତି | ଏହିପରି ସାମାଜିକ କାର୍ଯ୍ୟକ୍ରମ ଆଗରୁ ଚାଲିଥିବା ବେଳେ ଲୋକ ହିତପାଇଁ ଆଗକୁ ମଧ୍ୟ ଚଳିବ ବୋଲି ଜଣାପଡିଛି |

Comments are closed.