Related Contents

ତେଜିଲା ମଦ ବନ୍ଦ ଆନ୍ଦୋଳନ, ଗୁଡାରି

ରିପୋର୍ଟ: ଲୋକନାଥ ସାହୁ
ଗୁଡାରି (୩୧/୭): ରାୟଗଡା ଜିଲ୍ଲା ଅନ୍ତର୍ଗତ ଗୁଡାରି ବ୍ଲକର କର୍ଲାଘାଟି ଗ୍ରାମ ପଞ୍ଚାୟତ ସମିତିର ଶତାଧିକ ମହିଳା ମାନେ ଗତ ଦିନରେ ପ୍ରାୟ ୧୦ଟି ଚୋରାମଦ କାରଖାନାରେ ଛଡାଉ କରି ବିପୁଳ ପରିମାଣର ପୋଚ ଏବଂ ରଂଧାମଦ ନଷ୍ଟ କରିଥିବା ଆମେ ଆମ ଚ୍ୟାନେଲରେ ପ୍ରକାଶ କରିଥିଲୁ ।

ପୁଣି ବର୍ତ୍ତମାନ ସୁଦ୍ଧା ଚୋରା ମଦରନ୍ଧା ବନ୍ଦ ହୋଇ ନ ଥିବା ଜଣାପଡିଛି । ଏହାକୁ ନେଇ ବୁଧବାର ଦିନ ଶତାଧିକ ମହିଳା ମେଳିହୋଇ ପୁଣି ଥରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ପଡୋଶୀ ବ୍ଲକ ବିଷମ କଟକର ରସକୋଲା ଗ୍ରାମ ପଞ୍ଚାୟତର ମହିଳା ମାନେ ମଧ୍ୟ ଗୁଡାରି ବ୍ଲକର କଲରାଘାଟି ପଞ୍ଚାୟତର ମହିଳା ମାନଙ୍କ ସହ ହାତ ମିଶାଇ ମଦବନ୍ଦ ଆନ୍ଦୋଳନରେ ଯୋଗ ଦେଇଥିବା ବେଳେ ରସକୋଲା ସରପଞ୍ଚ ଭରତ ହିକାବାଡି ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । କଲରାଘାଟି ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହିକାର୍ଯ୍ୟ କ୍ରମରେ ମହିଳା ନେତ୍ରୀ ସୃଜନ୍ତି ଶ୍ରାମ୍ବୁଟିକାଙ୍କ ନେତୃତ୍ୱରେ ମଦବନ୍ଦ ବିଷୟରେ ଆପୋଷ ଆଲୋଚନା କରିଥିଲେ । ଏଥିରେ ପ୍ରାୟ ୧୫ ଗୋଟି ଗ୍ରାମର ମହିଳା ଯୋଗ ଦେଇଥିଲେ । ଆସନ୍ତା ଅଗଷ୍ଟ ମାସ ୭ତାରିଖରେ ପୂଣି ଆଉ ଏକ ବୈଠକ ଅନୁଷ୍ଠିତ ହେବ ବୋଲି ସେ କହିଛନ୍ତି । ଗୁଡାରି ବ୍ଲକରେ ସମ୍ପୂର୍ଣ୍ଣ ଚୋରାମଦ କାରବାର ବନ୍ଦ କରିବା ପାଇଁ ମହିଳା ମାନେ ଅଣ୍ଟା ଭିଡିଛନ୍ତି ।

Comments are closed.