Related Contents

ଗୁଣୁପୁର ପୋଲିସ ଦ୍ୱାରା ଗାଡ଼ି ଯାଞ୍ଚ ସହ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ

ରିପୋର୍ଟ: ପ୍ରଦୀପ କୁମାର ପାତ୍ର
ଗୁଣୁପୁର(୦୧/୦୮): ରାୟଗଡା ଏସପିଙ୍କ ନିର୍ଦେଶକ୍ରମେ ଗୁଣୁପୁର ଓ ଆଖପାଖ ଅଂଚଳରେ ଟ୍ରାଫିକ ସମସ୍ୟା ଓ ଦୁର୍ଘଟଣା ହ୍ରାସ କରିବାକୁ ଗୁଣୁପୁର ପୋଲିସ ଦ୍ୱାରା ଗାଡି ଚେକିଂ ଓ ଲୋକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ଡ୍ରାଇଭିଂ ଲାଇସେନ୍ସ, ହେଲମେଟ ଓ ବିପଦପୂର୍ଣ୍ଣ ଗାଡି ଚାଳନାକୁ ପ୍ରାଥମିକତା ଦିଆଯିବା ଓ ଏହି କାର୍ଯ୍ୟକ୍ରମ ଦ୍ୱାରା ଦୁଇଚକିଆ, ତିନିଚକିଆ ଓ ଭାରିଯାନ ଗୁଡିକର ଲଗାତାର ଚେକିଂ କରାଯିବା ଓ ସନ୍ଧ୍ୟାରେ ଆଲକହଲ ଟେଷ୍ଟ କରି ମଦ୍ୟପାନ ବ୍ୟକ୍ତିଙ୍କୁ ଅଙ୍କୁଶ ଲଗାଯିବ ବୋଲି ଗୁଣୁପୁର ଏସଡ଼ିପିଓ ରାଜ କିଶୋର ଦାସ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ। ଆଜି ଗୁଣୁପୁର ପୋଲିସ ଦ୍ୱାରା ୧୦ଟି ମୋଟର ସାଇକେଲ, ୪ଟି ସ୍କୂଟି ଓ ୧୦ଟି ଅଟୋ ଜବତସହ ୩ଟି ଲାଇସେନ୍ସ ରଦ୍ଧ କରିବାକୁ ସୁପାରିଶ କରିଥିଲେ । ଏହି ଗାଡି ଗୁଡିକରେ ଜରୁରୀ କାଗଜ଼ ପତ୍ର ନ ଥିବା, ଅତ୍ୟଧିକ ସାଉଣ୍ଡ ସାଇଲନସର ଥିବା, ଡ୍ରାଇଭିଂ ଲାଇସେନ୍ସ, ହେଲମେଟ ନ ଥିବା ଯୋଗୁଁ ଥାନାରେ ଅଟକ ରଖାଯାଇଥିଲା । ଫେନସି ନମ୍ବର ପ୍ଲେଟ ସହ ପ୍ରେସର ହର୍ନ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଗୁଣୁପୁର ପୋଲିସ ଦ୍ଵାରା ଅବିନଭ ଉପାୟରେ ଜବତ ଗାଡି ଗୁଡ଼ାକରୁ ଫାଇନ ଟଙ୍କା ବଦଳରେ ସେହି ବ୍ୟକ୍ତି ନିଜେ ହେଲମେଟ କିଣିବା, ନିଜଗାଡିର ନମ୍ବର ପ୍ଲେଟ ବଦଳାଇବା, ଅତ୍ୟଧିକ ସାଉଣ୍ଡ ଥିବା ସାଇଲନସର ବଦଳିକରଣ କରାଯାଇଅଛି । ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବାରୁ ଲୋକଙ୍କୁ ସଚେତନ କରାଯାଇଅଛି | ଆଗାମୀ ଦିନରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ଭାରି ମାତ୍ରାରେ ଫାଇନ ଆଦାୟ କରାଯିବ ବୋଲି ଗୁଣୁପୁର ଏସଡ଼ିପିଓ ସୂଚନା ଦେଇଛନ୍ତି।

Comments are closed.