Friday, March 29, 2024

Top 5 This Week

Related Posts

ମାଁ ଆଖି ଆଗରେ ପୁଅକୁ ହାଣିଦେଲେ ଦୁର୍ବୃତ୍ତ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୧୬/୦୮) : ମାଁ ଆଖି ଆଗରେ ପୁଅକୁ ହାଣିଦେଲେ ଦୁର୍ବୃତ୍ତ । ପୁଅକୁ ବଞ୍ଚାଇବାକୁ ମାଁ ର ଆକୁଳ ଚିତ୍କାର କାମ ଦେଲାନି । ଶେଷରେ ଘଟଣାସ୍ଥଳରେ ହିଁ ଆଖି ବୁଜିଦେଲା ୨୫ ବର୍ଷ ର ପୁଅ ।murder 1 ମାଁ ଆଖି ଆଗରେ ପୁଅକୁ ହାଣିଦେଲେ ଦୁର୍ବୃତ୍ତ

ମାଁ ଆଖି ଆଗରେ ପୁଅକୁ ହାଣିଦେଲେ ଦୁର୍ବୃତ୍ତ । ପୁଅକୁ ବଞ୍ଚାଇବାକୁ ଯାଇ ମାଁ ବି ଗୁରୁତର ହୋଇଥିବା ବେଳେ ମୃତ୍ୟୁ ସହ ସଂଘର୍ଷ କରୁଛି । ଏପରି ହୃଦୟ ବିଦାରକ ଘଟଣା ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ୍ ପରିସରରେ ଘଟିଛି । ମୃତକ ହେଲେ ସୁଦପଡ଼ା ଅଞ୍ଚଳ ର ଅଜୁ ଦୋରା । ତାଙ୍କ ମାଁ ଜୟନ୍ତୀ ଦୋରା ଗୁରୁତର ଅବସ୍ଥାରେ ଭୀମଭୋଇ ହସ୍‌ଟାଲରେ ଚିକିତ୍ସାଧୀନ ଅଛନ୍ତି ।

ଉଭୟ ଜୟନ୍ତୀ ଓ ତାଙ୍କ ପୁଅ ଅଜୁ ହସ୍ପିଟାଲ ପରିସରରେ ଠେଲାଗାଡ଼ିରେ ଖାଦ୍ୟ ବିକନ୍ତି । ହଠାତ୍‌ ଗତକାଲି ୨ ଦୁର୍ବୃତ୍ତ ପହଞ୍ଚି ସେମାନଙ୍କ ସହ ବଚସା କରିଥିଲେ । ଏହାପରେ ମାରଣାସ୍ତ୍ରରେ ସେମାନେ ଅଜୁଙ୍କୁ ଆକ୍ରମଣ କରିଥିଲେ । ପୁଅକୁ ବଞ୍ଚାଇବାକୁ ମାଁ ଆକୁଳ ନିବେଦନ କରୁଥିବା ବେଳେ ଦୁର୍ବୃତ୍ତଙ୍କୁ ମଧ୍ୟ ଗୁହାରି କରିଥିଲା । ମାତ୍ର କେହି ଡାକ ଶୁଣିଲେନି ।

ଦୁର୍ବୃତ୍ତଙ୍କ ଆକ୍ରମଣରେ ଅଜୁ ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିବା ବେଳେ ଜୟନ୍ତୀ ଗୁରୁତର ହୋଇଥିଲେ । ମେଡିକାଲ ବେଡ୍‌ରେ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ମାଁ ଆଖିରୁ ଅନବରତ ଲୁହ ଗଡ଼ୂଥିବା ବେଳେ ପୁଅ ହତ୍ୟାକାରୀଙ୍କୁ ଖୋଜି ଦଣ୍ଡ ଦେବାକୁ ସେ ପୁଲିସ୍‌ ନିକଟରେ ଗୁହାରି କରିଛନ୍ତି । ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଦୁର୍ବୃତ୍ତଙ୍କ ଟେର ପାଇନି। ହତ୍ୟାକାଣ୍ଡ ପଛର କାରଣ ସ୍ପଷ୍ଟ ହୋଇପାରିନି ।

Popular Articles