ଗଛପଡ଼ି ମୁରିବାହାଲ ଓ ଘୁଷୁରାମୁଣ୍ଡା ରାସ୍ତା ଅବରୋଧ, ଦୀର୍ଘ ଦୁଇଘଣ୍ଟା ଧରି ଲୋକେ ଫସି ରହିଥିଲେ

ରିପୋର୍ଟ: ଭଗବାନ ମହାନ୍ତି/ନିମାଇଁ ବଘାର
ମୁରିବାହାଲ(୦୧/୦୮): ମୁରିବାହାଲ ଘୁଷୁରାମୁଣ୍ଡା ରାସ୍ତାରେ ଗଛପଡି ଅବରୋଧ ହୋଇଥିଲା | ସକାଳ ୬.୨୦ମିନିଟରେ ଗୋଟିଏ ପୁରୁଣା ମହୁଲ ଗଛର ବଡ ଡାହି ହଠାତ ଭାଙ୍ଗି ଯାଇ ରାସ୍ତା ମଝିରେ ପଡିଯିବା ଫଳରେ ଅନେକ ଲୋକ ଅସୁବିଧାର ସମ୍ମୁଖୀନ ହୋଇଥିଲେ |

କିଏ ରୋଗୀକୁ ନେଇ ହସପିଟାଲ ଯାଉଥିଲା ବେଳେ କିଏ ସ୍କୁଲକୁ ଯିବାପାଇଁ ବାହାରିଥିଲେ | ଏହି ରାସ୍ତାଟି ମୁରିବାହାଲ ଓ ବଲାଙ୍ଗୀର ମୁଖ୍ୟ ରାସ୍ତା ହେଇଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଥିଲେ | ଠିକ ୫ମିନିଟ ଆଗରୁ ଇନ୍ଦୁରେଖା ଵସ ମୁରିବାହାଲରୁ ବଲାଙ୍ଗୀର ଅଭିମୁଖେ ଯାଇଥିବା ଗ୍ରାମବାସୀ ପ୍ରକାଶ କରିଥିଲେ | ବଡ ଦୁର୍ଘଟଣାରୁ ବଞ୍ଚିଯାଇଥିବା ଅଞ୍ଚଳ ବାସି ଚର୍ଚ୍ଚା କରୁଥିବା ଜଣାପଡିଛି |

ଅନେକ. ଗାଡି, ମଟର ରାସ୍ତାରେ ଅଟକି ରହିଥିବା ଦେଖିବାକୁ ମିଳିଥିଲା | ଗ୍ରାମବାସୀଙ୍କ ଅଗ୍ନିଶମ ବିଭାଗକୁ ଫୋନ କରିଥିଲେ ମଧ୍ୟ ଉଠେଇ ନ ଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ | ଯେଉଁ ଘଟଣାଟି ଘଟିଥିଲା ଅଗ୍ନିଶମ ଅଫିସରୁ ମାତ୍ର ଅଧା କିଲୋମିଟର ଦୂରରେ | ଅଞ୍ଚଳବାସୀ ଯାଇ ଅଫିସକୁ ଜଣାଇବାପରେ ଅଗ୍ନିସେବା ବିଭାଗ ଘଟଣା ସ୍ଥଳକୁ ପହଞ୍ଚିଥିଲେ | ଘୁଶ୍ରାମୁଣ୍ଡାର ମୁକେଶ ବାଗ, ଧନୁ ମେହେର, ପଦ୍ମନ ମହାନନ୍ଦ ପ୍ରମୁଖ ରାସ୍ତାରେ ପଡିଥିବା ଗଛକୁ କାଟି ଗୋଟିଏ ପଟର ରାସ୍ତାକୁ ସଫା କରିବା ଫଳରେ ଲୋକ ଯାତାୟାତ କରିଥିଲେ |

ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି କାର୍ଯ୍ୟ ଆରମ୍ଭ କରିଥିଲେ | ହାବିଲଦାର ଇନଚାର୍ଜ ଦିଲିପ ମୁଣ୍ଡା, ଅଗ୍ନିକ ଭକ୍ତିରାମ ବାରିକ, ବିକ୍ରମ ନାଏକ, ସୌମ୍ୟରଂଜନ ଭୋଇ, ଷ୍ଠେଫେନ ଏଣ୍ଡ, ବିସିକେଶନ ରାଉତ ପ୍ରମୁଖ ନିୟୋଜିତ ଥିଲେ |

Comments are closed.