Related Contents

ରାସ୍ତା ଦୁର୍ଘଟଣାରେ ମୃତ ଓ ଭିନ୍ନକ୍ଷମ ଗୁରୁତର, ଘର ଲୋକଙ୍କ ହତ୍ୟା ଅଭିଯୋଗ

ରିପୋର୍ଟ: ଭଗବାନ ମହାନ୍ତି/ନିମାଇଁ ବଘାର
ମୁରିବାହାଲ (୦୧/୦୮): ମୁରିବାହାଲ ଥାନା ବଡ଼ସାଇମରା ପଞ୍ଚାୟତ ଅନ୍ତର୍ଗତ ଟେଙ୍ଗରା ଗ୍ରାମରେ ବୁଲାଣିଆ ରାସ୍ତାରେ ମୃତ ଦେହ ପଡିଥିବା ଦେଖି ଗ୍ରାମବାସୀ ଭୋର ସକାଳୁ ମୁରିବାହାଲ ଥାନାକୁ ଖବର ଦେଇଥିଲେ | ଖବର ପାଇ ମୁରିବାହାଲ ଥାନା ଓଆଇସି ରଞ୍ଜନ କୁମାର ବରିହା ପହଞ୍ଚିଥିଲେ |

ଖବର ନେବାରୁ ଜଣାପଡିଥିଲା ବେଲପଡା ଥାନା ଭାଳୁବାହାଲି ଗ୍ରାମ ଗଦି ବନଗୁଳାଙ୍କ ପୁଅ ଶିବ ବନଗୁଳା (୨୦) ର ମୃତ ଦେହ ବୋଲି ଜଣାପଡିଥିଲା | ଶିବ ବନଗୁଳାର ଶଶୁର ଘର ବଡ଼ସାଇମରା ଚମ୍ପେଶ୍ୱର ଭୋଇ ତାଙ୍କ ଘରକୁ ଯାଇ ନ ଥିବା କହିଥିଲେ | ସେ ୩ ତିନି ବର୍ଷ ହେବ ବାହା ଦେଇଛନ୍ତି | ତାର ଏକ ବର୍ଷ ପୁତ୍ର ସନ୍ତାନ ଥିବା କହିଥିଲେ | ଶିବ ବନଗୁଲା ଓ ତାର କାକା ପୁଅ ଡିଙ୍ଗର ବନଗୁଲା (୨୮) ଯିଏକି ଜଣେ ଭିନ୍ନକ୍ଷମ | ଡିଙ୍ଗର କହିବା ଅନୁସାରେ ଦୁଇଜଣ ଯାଇ କୁଠିରେ ମଦ ପି ବିଳମ୍ବିତ ରାତିରେ ଯିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ପ୍ରକାଶ କରିଛି | ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ ରାତ୍ରି ୧୧ଟା ପର୍ଯ୍ୟନ୍ତ ବଡସାଇସାଇମରା ଗ୍ରାମରେ ବୁଲୁଥିବା ଦେଖିବାକୁ ମିଳିଥିଲା ଶିବ ବନଗୁଲା | ଘର ଲୋକେ ହତ୍ୟା କରିଥିବା ଅଭିଯୋଗ କରି ମୁରିବାହାଲ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି | ମୁରିବାହାଲ ଥାନା ଓଆଇସି ଶ୍ରୀ ବରିହାଙ୍କୁ ପଚାରିବାରୁ ଶବକୁ ପଞ୍ଚନାମା ପାଇଁ ପଠାଯାଇଥିବାବେଳେ ତଦନ୍ତ ଜାରି ରଖିଛନ୍ତି |

Comments are closed.