ଜଳ ଲାଗି କରିବା ପାଇଁ କୋଦଳାରେ ୧୨୦ବୋଲବମ ଭକ୍ତ ପୁରୀ ଅଭିମୁଖେ

ରିପୋର୍ଟ: ଜଗନ କୁମାର ସେଠି
କୋଦଳା(୦୧/୦୮): କଥାରେ ଅଛି ଶ୍ରାବଣ ମାସ ଶିବଙ୍କ ଅତି ପ୍ରିୟର ମାସ | ଏହି ମାସରେ ଜଳ ଅଭିଷେକ କଲେ କୋଟି ଜନ୍ମର ପୁଣ୍ୟ ମିଳିଥାଏ | ଏବଂ ମାନସିକ ଧାରୀ ମାନଙ୍କ ମାନସିକ ପୂରଣ ହୋଇଥାଏ | ଖାସ କରି ଏହି ମାସରେ କାଉଡିଆ ମାନଙ୍କ ବିଭିନ୍ନ ଶୈବପୀଠରେ ଜଳ ଅଭିଷେକ କରିଥାନ୍ତି |

ନିଜ ନିଜର ମାନସିକ ନେଲା ବୋଲବମ ଭକ୍ତମାନେ ଏହି ମାସରେ ସମ୍ପୂର୍ଣ୍ଣ ପିଆଜ, ରସୁଣ, ଆମିଷ ନ ଖାଇ ରହିଥାନ୍ତି | ଗଞ୍ଜାମ ଜିଲ୍ଲା କୋଦଳା ଶ୍ରୀ ଶ୍ରୀ ଶ୍ରୀ ତାଳେଶ୍ଵର ବୋଲବମ ଗ୍ରୁପ ତରଫରୁ ୧୨୦ଜଣ ବୋଲବମ ଭକ୍ତ କୋଦଳା ଗ୍ରାମ ପରିକ୍ରମା କରି କଟକ ଗଡଗଡିଆ ଘାଟ ଅଭିମୁଖେ ବାହାରିଛନ୍ତି | ସେଠାରୁ ଆଜି ଜଳ ଧରି ପୁରୀ ଅଭିମୁଖେ ଯାତ୍ରା କରିବେ | ତୃତୀୟ ସୋମବାର ଦିନ ଶ୍ରୀ ଶ୍ରୀ ଶ୍ରୀ ଲୋକନାଥଙ୍କ ପାଖରେ ଜଳ ଲାଗି କରିବେ | ଏହି ତାଳେଶ୍ଵର ପାର୍ଟି ଦୀର୍ଘ ୨୬ବର୍ଷ ଧରି ଏହି ବୋଲବମ ଯାତ୍ରା ଚାଲୁରଖିଛନ୍ତି | ଏହାକୁ ସୁଚାରୁ ରୂପେ ତୁଲାଇବା ପାଇଁ ଗୋପାଳ କୃଷ୍ଣ ସାହୁ, ଭଗବାନ ପାଢ଼ୀ ବାଦଲ ପଟ୍ଟନାୟକ, ସନ୍ତୋଷ କୁମାର ସେଠୀ, ଏ.ବାବୁ ଦୋରା, ଦିପୁ ଶତପଥି ଓ ସମସ୍ତ ମେମ୍ବରଙ୍କ ପ୍ରମୁଖ ସାହାଯ୍ୟ କରିଛନ୍ତି |

Comments are closed.