Friday, March 29, 2024

Top 5 This Week

Related Posts

୭୫ ତମ ସ୍ୱାଧୀନତା ଦିବସ ପାଳିତ

ରିପୋର୍ଟ : ପ୍ରଣତି ସାବତ
ଗଜପତି, (୧୫/୦୮) : ଗଜପତି ଜିଲ୍ଲା ଅନ୍ତର୍ଗତ କାଶୀନଗର ଏନ ଏ ସି ଓ ବ୍ଲକ ର ବିଭିନ୍ନ ଜାଗାରେ ୭୫ ତମ ସ୍ୱାଧୀନତା ଦିବସ ତଥା ଆଜାଦି କା ଅମୃତ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି ।

କାଶୀନଗର ବ୍ଲକ ର ୧୨ ଟି ପଞ୍ଚାୟତ ଓ ପୌରାଞ୍ଚଳରେ ୭୫ ତମ ସ୍ୱାଧୀନତା ଦିବସ ପାଳିତ ହୋଇଛି । ଖାରଡ଼ା ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ଅଖିଳ ପାତ୍ର, ବୁଦୁରାରେ ସରପଞ୍ଚ ସଞ୍ଜୟ ମିଶ୍ର, ଶିଆଳିରେ ସରପଞ୍ଚ ରାମ ପ୍ରସାଦ ପଟ୍ଟନାୟକ, ସୀତାପୁରରେ ତେଜେଶ୍ୱର ରାଓ ଧ୍ଵଜାବତରଣ କରିଥିଲେ । ବ୍ଲକ କାର୍ଯ୍ୟାଳୟରେ ବ୍ଲକ ଅଧ୍ୟାକ୍ଷା ଶ୍ରୀମତୀ ବାଲା ସାୟାମ୍ମା, ପୌର କାର୍ଯ୍ୟାଳୟରେ ପୌର ଅଧ୍ୟାକ୍ଷା ଶ୍ରୀମତୀ ଏମ. ସୁଧା ରାଣୀ, କାଶୀନଗର ମଜାଲା ସାହିରେ ଶ୍ରୀ ଜଗଦୀଶ ପାତ୍ର, ହାଇସ୍କୁଲରେ ପ୍ରଧାନ ଶିକ୍ଷକ ସୁଶୀଲ କୁମାର ପଣ୍ଡା, ଅବକାରୀ କାର୍ଯ୍ୟାଳୟ, ଫରେଷ୍ଟ କାର୍ଯ୍ୟାଳୟ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନୋଏଲ ପତାକା ଉତ୍ତୋଳନ କରି ଅବିଭାଦାନ ଗ୍ରହଣ କରିଥିଲେ ।

ସ୍କୁଲ ଛାତ୍ରଛାତ୍ରୀ ମାନେ ନଗର ଭ୍ରମଣ କରି ବିଭିନ୍ନ ନାରା ଦେଇଥିଲେ । ପରେ ବିଭିନ୍ନ ସ୍କୁଲରେ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସେହିଭଳି ଗଜପତି ପାଠାଗାରରେ ପୌର ଉପାଧ୍ୟକ୍ଷ ଶ୍ରୀ ରଘୁ ରାମ ସାହୁ, ବଂଶଧାରା ପାଠାଗାରରେ ସଭାପତି ହୃଷିକେଶ ଗୌଡ଼ ଧ୍ଵଜାବତରଣ କରିଥିଲେ ।

Popular Articles