ସୁବର୍ଣ୍ଣପୁର ରେ ୭୬ ତମ ସ୍ଵାଧୀନତା ଦିବସ ପାଳିତ

0
186
ସୁବର୍ଣ୍ଣପୁର ରେ ୭୬

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୫/୮) : ସୁବର୍ଣ୍ଣପୁର ରେ ୭୬ ତମ ସ୍ଵାଧୀନତା ଦିବସ ହର୍ଷୋଲ୍ଲାସ ର ସହିତ ଆଜି ପାଳିତ ହୋଇଯାଇଛି l ଏହି ଜିଲ୍ଲା ସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଝାରୀ ରିଜର୍ଭ ପୁଲିସ୍ ପଡିଆରେ ଦେଶ ର ଗର୍ବ ଓ ଗୌରବ ର ଜାତୀୟ ପତାକା ଉତ୍ତୋଳନ ପୂର୍ବକ ଅଭିବାଦନ ଗ୍ରହଣ କରି ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ସମ୍ବୋଧନ କରିଥିଲେ lWhatsApp Image 2022 08 15 at 7.10.18 PM ସୁବର୍ଣ୍ଣପୁର ରେ ୭୬ ତମ ସ୍ଵାଧୀନତା ଦିବସ ପାଳିତ

ସୁବର୍ଣ୍ଣପୁର ରେ ୭୬ ତମ ସ୍ଵାଧୀନତା ଦିବସ ପାଳିତ ହୋଇଛି l ଏହି ଅବସରରେ ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଝାରୀ ସୁବର୍ଣ୍ଣପୁର ଜିଲ୍ଲା ର ଇତିହାସ, ସଂସ୍କୃତି ର ଭୂୟସୀ ପ୍ରଶଂସା କରି ପ୍ରଜାମଣ୍ଡଳ ଆନ୍ଦୋଳନ ତଥା ଭାରତ ର ସ୍ଵାଧୀନତା ସଂଗ୍ରାମରେ ଏଠାକାର ବରପୁତ୍ର ମାନଙ୍କ ଯୋଗଦାନ ର ସ୍ମୃତି ଚାରଣ କରି ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l କରୋନା କଟକଣାରେ ଆୟୋଜିତ ସମ୍ମିଳିତ ପ୍ୟାରେଡ଼ରେ କେବଳ ଆରକ୍ଷୀ ବାହିନୀ ଗୋଟିଏ ପ୍ଲାଟୁନ୍ ଓ ପୁଲିସ ବ୍ୟାଣ୍ଡ ପାର୍ଟି ପ୍ୟାରେଡ୍ ରେ ଅଂଶଗ୍ରହଣ କରିଥିଲେ l

ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱଣେ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ପ୍ରମୁଖ ମଞ୍ଚରେ ଉପସ୍ଥିତ ରହି ଜାତୀୟ ପତାକାକୁ ସମ୍ମାନ ପ୍ରଦର୍ଶନ କରିଥିଲେ l ଏହାପରେ ଅତିଥି ଗଣ ପ୍ୟାରେଡ ପଡ଼ିଆରେ ବୃକ୍ଷ ରୋପଣ କରିଥିଲେ l ଅବିରତ ପ୍ରବଳ ବର୍ଷା ସତ୍ତ୍ୱେ ପୂର୍ବ ନିର୍ଦ୍ଧାରିତ ସମୟରେ ସମସ୍ତ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା l

ଏହାପରେ ମନ୍ତ୍ରୀ ବୀରମହାରାଜପୁର 5T ବାଳିକା ଉଚ୍ଚବିଦ୍ୟାଳୟ ପରିଦର୍ଶନ କରିଥିଲେ l ଦିବସ ପରିପ୍ରେକ୍ଷୀରେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟରେ ଭୋର୍ ରେ ସହରରେ ରାମଧୁନ ପରିବେଷଣ ସହିତ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା l ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ଏବଂ ଉପ ଜିଲ୍ଲାପାଳ ସୋନପୁର ଡଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ସ୍ଥାନୀୟ କୁଷ୍ଠା ଶ୍ରମ ର ଅନ୍ତେବାସୀ ମାନଙ୍କୁ ଖାଦ୍ୟ ଓ ବସ୍ତ୍ର ଦାନ କରିଥିଲେ l

ଦିବସ ର ବିଭିନ୍ନ କାର୍ଯ୍ୟକ୍ରମ ଅବସରରେ ସୁବର୍ଣ୍ଣପୁର ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ନିହାର ରଞ୍ଜନ କଁହର, ଉପଜିଲ୍ଲାପାଳ ସୋନପୁର, ଅଧ୍ୟକ୍ଷା ସୋନପୁର ମ୍ୟୁନିସିପାଲିଟି, ତାମସୀ ତାମସ୍ମିତା ନାୟକ, ତହସିଲଦାର ନବୀନ କିଶୋର ପାଢ଼ୀ, ଏ ସି ଏଫ ପ୍ରଫୁଲ୍ଲ ଧରୁଆ, ଡି ଡବ୍ଲୁ ଓ ପାଲକା ରବୀନ୍ଦ୍ର, ପି ଡବ୍ଲୁ ଡି ଏସ ଇ ଦାମୋଦର କୈବର୍ତ୍ତ, ସି ଡି ଏମ ଓ ଡ଼ଃ ବିଶ୍ୱ ରଞ୍ଜନ ପତି, ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ପ୍ରମୁଖ ଙ୍କ ସହ ଲାଇନ ବିଭାଗର ସମସ୍ତ ଅଧିକାରୀ ଗଣ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିଥିଲେ l ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା l