Thursday, March 28, 2024

Top 5 This Week

Related Posts

ଦାରିଙ୍ଗିବାଡି-ରାଇକିଆ କୁ ସଂଯୋଗ କରୁଥିବା ଅସ୍ଥାୟୀ ପୋଲ ଧୋଇ ଗଲା

ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୧୪/୮) : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ମୁରୁଡ଼ି କୁପୁଡ଼ା ଠାରେ ଦାରିଙ୍ଗିବାଡି-ରାଇକିଆ କୁ ସଂଯୋଗ କରୁଥିବା ଅସ୍ଥାୟୀ ପୋଲ ରବିବାର ଅପରାହ୍ନରେ ଧୋଇ ଯିବା ଫଳରେ ଏଠି ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି ।WhatsApp Image 2022 08 15 at 12.29.32 PM 1 ଦାରିଙ୍ଗିବାଡି-ରାଇକିଆ କୁ ସଂଯୋଗ କରୁଥିବା ଅସ୍ଥାୟୀ ପୋଲ ଧୋଇ ଗଲା

ଗତ ୨୦୧୮ ତିତିଲି ବାତ୍ୟାରେ ଦାରିଙ୍ଗିବାଡି-ରାଇକିଆ କୁ ସଂଯୋଗ କରୁଥିବା ସ୍ଥାୟୀ ପୋଲ ଟି ଧୋଇ ଯାଇଥିଲା । ସେବେଠାରୁ ଅସ୍ଥାୟୀ ଭାବେ ରାସ୍ତା ପାଖରେ ମାଟି ପକାଯାଈ ଡ଼ାଇଭରସନ୍ ନିର୍ମାଣ କରାଯାଇ ଯାନବାହାନ ଚଳାଚଳ କରିଥିଲା । ଇତି ମଧ୍ୟରେ ଚାରି ବର୍ଷ ବିତି ଯାଇଥିଲେ ମଧ୍ୟ କୌଣସି ସ୍ଥାୟୀ ପୋଲ ନିର୍ମାଣ କରାଯାଇ ନଥିଲା । ଫଳ ସ୍ୱରୂପ ଗତ ଦୁଇ ଦିନର ଲଗାଣ ବର୍ଷା ଯୋଗୁଁ ଡ଼ାଇଭରସନ୍ ଧୋଇ ହୋଇ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି । ପ୍ରତ୍ୟେକ ବର୍ଷ ଏହିପରି ଡ଼ାଇଭରସନ୍ ଧୋଇ ହୋଇ ଯାଉଥିଲେ ମଧ୍ୟ କେବଳ ମାଟି ପକାଇ ଅସ୍ଥାୟୀ ଭାବେ ଯାନ ବାହନ ଚଳାଚଳ ହେଉଛି ।

Popular Articles