ସିଦ୍ଧାର୍ଥ କଲେଜରେ କାର୍ଗିଲ ବିଜୟ ଦିବସ ପାଳିତ

ରିପୋର୍ଟ: ଧ୍ରୁବରାଜ ମିଶ୍ର
ବିନିକା (୩୧/୦୭): ବିଂଶତମ କାର୍ଗିଲ ବିଜୟ ଦିବସ ଉପଲକ୍ଷେ ସିଦ୍ଧାର୍ଥ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବକୃତା, ରଚନା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି |

ଏହି ଅବସରରେ କଲେଜର ଅଧ୍ୟକ୍ଷ ଶିବପ୍ରସାଦ ପାଣିଗ୍ରାହୀ ଓ ଇତିହାସ ବିଭାଗର ଅଧ୍ୟାପିକା ରେଖା ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସିଦ୍ଧାର୍ଥ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ବିଶ୍ୱନାଥ ପଣ୍ଡା ଅତିଥି ଭାବେ ଯୋଗଦେଇ କାର୍ଗିଲ ଯୁଦ୍ଧରେ ଦେଶ ପାଇଁ ବଳିଦାନ ଦେଇଥିବା ବୀର ସୈନିକ ମାନଙ୍କର ସଦ୍ଗତି ନିମନ୍ତେ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା | ସଭା ପ୍ରାରମ୍ଭରେ ଅଧ୍ୟାପିକା ଶ୍ରୀମତୀ ପ୍ରଧାନ ନେତୃତ୍ୱରେ ଛାତ୍ରୀମାନଙ୍କ ଦ୍ୱାରା ଦେଶାତ୍ମକ ବୋଧକ ସଂଗୀତ ଗାନ କରାଯାଇଥିଲା | ଏଥିରେ କଲେଜର ଅଧ୍ୟକ୍ଷ ଶ୍ରୀ ପାଣିଗ୍ରାହୀ, ପୂର୍ବତନ ଅଧ୍ୟକ୍ଷ ଶ୍ରୀ ପଣ୍ଡା ଓ ମହାବିଦ୍ୟାଳୟର ଅଧ୍ୟାପକ ମାନେ ବୀର ସୈନିକ ମାନଙ୍କ ସ୍ମୃତି ଚାରଣ କରିଥିଲେ | ସଭା ଶେଷରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଲାଭକରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା | ଶେଷରେ ଓଡ଼ିଆ ଅଧ୍ୟାପକ ନିରଞ୍ଜନ ପାଣ୍ଡିଆ ଧନ୍ୟବାଦ ଅର୍ପଣ କରିଥିଲେ |

Comments are closed.