Related Contents

ଟାଟା ମ୍ୟାଜିକ ଗାଡି ଓଲଟି ୪ଜଣ ଗୁରୁତର

ରିପୋର୍ଟ: ବିଭୁତି ଲହରିଆ
ବାଲିଗୁଡା ଥାନା ଅନ୍ତର୍ଗତ ମିଡ଼ିଆକିଆରେ ଟାଟା ମାଜିକ ଓଲଟି ଚାରି ଜଣ ଗୁରୁତର ଆହତ ହୋଇଛନ୍ତି | ଆହତ ମାନଙ୍କୁ ବାଲିଗୁଡା ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି |

ଓଡି୧୨ବି ୪୮୬୨ ଗାଡିଟି ସାଇନପଡାରୁ ବିବାହ ପରେ ନିଜ ବାପା ଘରକୁ ସାତ ଦିନ ପରେ କୁଣିଆ ମାନଙ୍କୁ ଧରି ମାଜିକ ଗାଡିଟି ମିଡ଼ିଆକିଆକୁ ଯାଉଥିବା ବେଳେସନ୍ଧ୍ୟାରେ ରାସ୍ତାରୁ ଭାରସାମ୍ୟ ହରାଇ ଓଲିଟି ପଡିଥିଲା | ଏଥିରେ କିଛି ଯାତ୍ରୀ ଆହତ ହୋଇଛନ୍ତି | ଆହତ ମାନେ ହେଲେ ମାସେକିଆ ଗ୍ରାମର | ଏହି ମାଜିକ ଗାଡିରେ ବାର ଜଣ ଯାତ୍ରୀ ଯାଉଥିଲେ | ଆହତ ମାନେ ହେଲେ ଲାଜାରା ଡିଗାଲ, କୁଇନ ଡିଗାଲ, ଚାଳକ ରଂଜିତ ପ୍ରଧାନ ଓ ଚନ୍ଦ୍ରମତି ଡିଗାଲ (୬୨)କୁ ବାଲିଗୁଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି |

Comments are closed.