ପ୍ରହସନ ପାଲଟିଛି ସରକାରଙ୍କ ଆବାସ ଯୋଜନା

0
225
ପ୍ରହସନ ପାଲଟିଛି

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୧୪/୮) : ଦେଶ ସ୍ୱାଧୀନତା ର ୭୫ ବର୍ଷ ପୂର୍ତ୍ତି ଅବସରରେ ଉତ୍ସବ ମୁଖର ହୋଇଉଠିଥିବା ବେଳେ ଭୟ ଓ ଆତଙ୍କ ର ଦିନ କାଟୁଛନ୍ତି ପୂଜାରି ଜଗଦୀଶଙ୍କ ପରିବାର । ଏଠାରେ ପ୍ରହସନ ପାଲଟିଛି ସରକାରଙ୍କ ଆବାସ ଯୋଜନାWhatsApp Image 2022 08 14 at 5.53.45 PM ପ୍ରହସନ ପାଲଟିଛି ସରକାରଙ୍କ ଆବାସ ଯୋଜନା

ପ୍ରହସନ ପାଲଟିଛି ସରକାରଙ୍କ ଆବାସ ଯୋଜନା । ତେଲିଆ ମୁଣ୍ଡରେ ତେଲ ନୀତିରେ ଚାଲିଛି ସରକାରଙ୍କ ଆବାସ ଯୋଜନା କାର୍ଯ୍ୟକ୍ରମ । ଯିଏ ହାତଗୁଞ୍ଜା ଦେଇପାରିଲା ସେ ସାମିଲ ହେଉଛନ୍ତି ଏହି ଯୋଜନାରେ, ଆଉ ଯେଉଁମାନେ ଲାଞ୍ଚ ଦେବାକୁ ସମର୍ଥ ନୁହଁନ୍ତି ସେମାନେ ଏହି ଯୋଜନାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି । ସେ ସରକାରୀ ଉଦାସିନତା ହେଉ କି ଦାୟିତ୍ଵରେ ଥିବା ଅଧିକାରୀଙ୍କ ଆନ୍ତରିକତାର ଅଭାବ ହେଉ, ଅଭାବି ମଣିଷଟି ତା’ର ଧାର୍ଯ୍ୟ ଅଧିକାରରୁ ବଞ୍ଚିତ ହେଉଛି ।

ଏଭଳି ଚିତ୍ର ନିଶ୍ଚିତ ସରକାରଙ୍କ ପାରିବା ପଣିଆକୁ ପଦାରେ ପକାଉଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ଜୁମୁରିଗୁଡା ଅଞ୍ଚଳରେ । ସେଠାରେ ନିଜ ପରିବାର ସହ ବାସ କରନ୍ତି ଜଗଦୀଶ ରଣା । ତଳ ସାହିରେ ଥିବା ଗ୍ରାମଦେବୀ ମନ୍ଦିରରେ ପୂଜକ ରୂପରେ କାମ କରି ନିଜ ପରିବାର ପ୍ରତିପୋଷଣ କରନ୍ତି । ନିହାତି ଗରିବ ପରିବାର ହୋଇଥିଲେ ମଧ୍ୟ ଆଜି ଯାଏଁ ସରକାରୀ ଆବାସ ଟିଏ ମିଳି ପାରିନାହିଁ । ତାଙ୍କର ନା ଅଛି ଜମିବାଡ଼ି ନା ବ୍ୟାଙ୍କ ବାଲାନ୍ସ ।

ଯାହା ମନ୍ଦିର ପୂଜା କାର୍ଯ୍ୟରେ ମିଳିଲା ସେତିକିରେ ତାଙ୍କ ପରିବାର ଦୁଃଖ କଷ୍ଟରେ ଚଳିଯାଆନ୍ତି । କିନ୍ତୁ ମୁଣ୍ଡ ଗୁଞ୍ଜିବାକୁ ପକ୍କା ଘର ଖଣ୍ଡିଏ ନାହିଁ । ଦୀର୍ଘ କୋଡିଏ ବର୍ଷ ହେଲା ସରକାରୀ ଘର ଖଣ୍ଡିଏ ପାଇଁ କେତେ ଅଫିସର ଓ ନେତା ମନ୍ତ୍ରୀଙ୍କୁ ଗୁହାରି କରିଛନ୍ତି, ବ୍ଲକ ଅଫିସର ବାବୁ ମାନଙ୍କୁ ନେହୁରା ହୋଇଛନ୍ତି କିନ୍ତୁ ଆଜି ଯାଏଁ ତାଙ୍କ ଗୁହାରି କେହି ଶୁଣୁ ନାହାଁନ୍ତି । ଫଳରେ ଅସହାୟ ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି ଜଗଦୀଶଙ୍କ ପରିବାର ।

ବର୍ତ୍ତମାନ ଲଘୁଚାପ ଜନିତ ଲଗାଣ ବର୍ଷାରେ ତାଙ୍କ ଘରର କାନ୍ଥ ସମ୍ପୁର୍ଣ୍ଣ ଭାଙ୍ଗି ନଷ୍ଟ ହୋଇଯାଇଛି । ଭଗବାନଙ୍କ କୃପାରୁ ମରଣ ମୁହଁରୁ ବର୍ତ୍ତି ଯାଇଛନ୍ତି ଜଗଦୀଶଙ୍କ ପରିବାର । ବ୍ଲକ ଓ ତହସିଲ ଅଫିସ ଠାରୁ ମାତ୍ର ୩୦୦ ମିଟର ଦୂରରେ ରହନ୍ତି ଜଗଦିଶ, କିନ୍ତୁ ବର୍ତ୍ତମାନ ସୁଦ୍ଧା ବ୍ଲକ ପ୍ରଶାସନ କି ତହସିଲ କାର୍ଯ୍ୟାଳୟ ତରଫରୁ କୌଣସି ସହାୟତା ଦିଆଯାଇନାହିଁ । ଯଦି ସହର ଅଞ୍ଚଳରେ ପ୍ରଶାସନ ପହଞ୍ଚି ପାରୁନାହିଁ ତେବେ ଉପାନ୍ତ ଅଞ୍ଚଳକୁ ପଚାରେ କିଏ ?

ତେବେ ଆଦିବାସୀ ମୋର୍ଚ୍ଚା ର ରାଜ୍ୟ ସମ୍ପାଦକ ବିଦ୍ୟାଧର ଶବର ସେଠାରେ ପହଞ୍ଚି ସ୍ଥିତ ଅନୁଧ୍ୟାନ କରିଛନ୍ତି । ଯଦି ପ୍ରଶାସନ ତୁରନ୍ତ ଜଗଦୀଶଙ୍କ ପରିବାରକୁ ପ୍ରାଥମିକ ସହାୟତା ଯୋଗାଇ ଦେଇ ତାଙ୍କୁ ଆବାସ ଯୋଜନାରେ ସାମିଲ ନକରନ୍ତି ତେବେ ଆଦିବାସୀ ସଂଘର୍ଷ ମୋର୍ଚ୍ଚା ତରଫରୁ ଧାରଣା ଦିଆଯିବା ସହ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ବିଦ୍ୟାଧର ଶବର ଚେତାବନୀ ଦେଇଛନ୍ତି ।