ପୂର୍ବତନ ସାଂସଦଙ୍କ ବନ୍ୟାଞ୍ଚଳ ପରିଦର୍ଶନ

ରିପୋର୍ଟ – ଜିଲ୍ଲା ପ୍ରତିନିଧି ଏ.ସତୀଶ
ନବରଙ୍ଗପୁର(୩୧/୦୭): ନବରଙ୍ଗପୁରର ପୂର୍ବତନ ସାଂସଦ ତଥା ବିଜେପି ନେତା ବଳଭଦ୍ର ମାଝୀ କୋଷାଗୁମୁଡ଼ା ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳ ଗ୍ରସ୍ତ କରି ବନ୍ୟାଞ୍ଚଳ ପରିଦର୍ଶନ କରିବା ସହ ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ ।

ପ୍ରଶାସନ ତରଫରୁ ଯୋଗାଇ ଦିଆଯାଉଥିବା ରିଲିଫ ସାମଗ୍ରୀ ପ୍ରଭାବିତ ଲୋକଙ୍କ ନିକଟରେ ଠିକରେ ପହଁଚିପାରୁଛି ନା ନାହିଁ ତାର ତଦାରଖ କରିଥିଲେ । ବନ୍ୟାଞ୍ଚଳ ଗ୍ରସ୍ତ ଅବସରରେ ନଦୀ ତଟବର୍ତୀ ଖଣ୍ଡିବାଗଦରୀ ଗାଁର ରାସ୍ତାରେ ପାଣି ଜମିବା ଓ ରାସ୍ତାର ଉପର ଭାଗ ଦେଇ ବନ୍ୟା ପାଣି ପ୍ରବାହିତ ହେବାଦ୍ୱାରା ରାସ୍ତାର ମାଟି ଧୋଇହୋଇଯାଇଥିବା ତାଙ୍କ ନଜରକୁ ଆସିଥିଲା | ଘଟଣାସ୍ଥଳରୁ ହିଁ ସେ ଜିଲ୍ଲାପାଳଙ୍କ ସହ ଫୋନ ମାଧ୍ୟମରେ ଯୋଗାଯୋଗ କରି ଉକ୍ତ ରାସ୍ତା ବିଷୟରେ ସୂଚିତ କରି କହିଥିଲେ ଯେ ଉକ୍ତ ରାସ୍ତାର ଯଦି ଯଥାଶୀଘ୍ର ମରାମତି କରା ନ ଯାଏ ତେବେ ଆଗାମୀ ଦିନରେ ବର୍ଷା ହେଲେ ରାସ୍ତାଟି ସମ୍ପୁର୍ଣ୍ଣ ଭାବେ ଧୋଇ ହୋଇଯିବ |

ଯାହାଫଳରେ ତିନୋଟି ଗ୍ରାମ ବାହ୍ୟଜଗତରୁ ବିଛିନ୍ନ ହୋଇଯିବ ବୋଲି ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ । ପ୍ରଭାବିତ ଲୋକଙ୍କ ସମସ୍ୟା ଗୁଡିକ ସମ୍ପର୍କରେ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରି ତାହାର ସମାଧାନ ନେଇ ପଦକ୍ଷେପ ନେବାକୁ ଧ୍ୟାନ ଦେବାକୁ କହିବେ ବୋଲି ଲୋକଙ୍କୁ ପ୍ରତିଶୃତି ଦେଇଥିଲେ | ବଳଭଦ୍ର ମାଝୀଙ୍କ ଏହି ଗ୍ରସ୍ତ ସମୟରେ ନବରଙ୍ଗପୁର ବିଧାନସଭା କ୍ଷେତ୍ରର ବିଜେପି ବିଧାୟକ ପ୍ରାର୍ଥୀ ଥିବା ଗୌରୀ ମାଝୀ ତାଙ୍କ ସହ ଉପସ୍ଥିତ ରହିଥିଲେ ଏବଂ ସେ ମଧ୍ୟ ଲୋକଙ୍କ ସମସ୍ୟା ବିଷୟରେ ଅବଗତ ହେବାସହ ସମସ୍ୟା ଗୁଡିକର ସମାଧାନ ନେଇ ଜିଲ୍ଲାପ୍ରଶାସନ ସହିତ ଆଲୋଚନା କରିବା ନେଇ ଲୋକଙ୍କୁ ପ୍ରତିଶୃତି ଦେଇଥିଲେ |

Comments are closed.