Friday, March 29, 2024

Top 5 This Week

Related Posts

ଲକ୍ଷାଧିକ ଟଙ୍କା ର କୀଟନାଶକ ଜବତ ଘଟଣା : ୭ ଦିନପରେ ବି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଶୂନ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୧୪/୮) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ନୂଆଁ ବଜାର ଠାରେ ଲକ୍ଷାଧିକ ଟଙ୍କା ର କୀଟନାଶକ ବୋଝେଇ ଟ୍ରକ କୁ କୃଷି ବିଭାଗ ରବିବାର ଜବତ କରିବା ଘଟଣା କୁ ଆଜି ୭ ଦିନ ପୁରିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ।

ଏହାକୁ ନେଇ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଉଛି । ପ୍ରକାଶଯୋଗ୍ୟ ଯେ ଜବତ ହୋଇଥିବା ଲକ୍ଷାଧିକ ଟଙ୍କା ର କୀଟନାଶକ ର ବିଲ ନଥାଇ ତାହା ଅସଲି କି ନକଲି ଯାଞ୍ଚ ନହୋଇ କେବଳ ଫାଇନ କାଟି ଜିଏସଟି ବିଭାଗ ମାଲ ଛାଡିଦେଇ ଥିବା ଜଣାପଡିଛି । ପ୍ରକାଶ ଥାଉ କି ବର୍ତ୍ତମାନ ଘଡିସନ୍ଧି ମୁହୂର୍ତ୍ତରେ କୀଟନାଶକ ଏବଂ ସାର ର ଅଭାବୀ ବିକ୍ରୀ ଦେଖାଦେଇଥିବା ବେଳେ ଯେତିକି କୀଟନାଶକ ମିଳୁଛି ତାହା ନକଲି ହେଉଥିବା ଚାଷୀ ମହଲରେ ଅଭିଯୋଗ ହେଉଛି ।

ଏହିସବୁ ଦୃଷ୍ଟିରୁ ବିନିକାରେ ନକଲି କାରବାର ହେଉଥିବା ଘଟଣା ସାମ୍ନାକୁ ଆସିଛି ଏଫଏମସି କମ୍ପାନୀ ର କର୍ମଚାରୀ ମାନେ ତାଙ୍କର କୀଟନାଶକ ନକଲି ବାହାରୁଥିବା ସନ୍ଦେହ କରି ଉକ୍ତ ଟ୍ରକ କୁ ଧରିଥିଲେ । ଏହାକୁ ପ୍ରମାଣ କରିଛି ବିନିକା ର ଜୈନିକ ବ୍ୟକ୍ତି ନକଲି ନାମ ମହାଲକ୍ଷ୍ମୀ ଏଣ୍ଟରପ୍ରାଇଜେସରେ କାରବାର ଚଳାଇଥିବା ଜଣାଯାଇଛି । ପୂର୍ବରୁ କୁହାଯାଉଥିଲା ଯେ ବିନିକାରେ ଏମିତି କାରବାର କରୁନାହାଁନ୍ତି ବୋଲି । କିନ୍ତୁ ତଦନ୍ତ ରୁ ଜଣାପଡିଲା ଯେ ଏମିତି ଅନେକ ଥର ନକଲି କାରବାର ଚାଲିଛି ।

କିନ୍ତୁ ମୁଖ୍ୟ ପ୍ରସଙ୍ଗ ହେଉଛି ଯେ ସମ୍ପୃକ୍ତ ବ୍ୟବସାୟୀ ଙ୍କ କୌଣସି କୀଟନାଶକ ଲାଇସେନ୍ସ ନାହିଁ କି ମହାଲକ୍ଷ୍ମୀ ଏଣ୍ଟରପ୍ରାଇଜେସ ନାମରେ ଦୋକାନ ନାହିଁ । ଚୋରା କୀଟନାଶଜ ଧରା ପଡିବା ପରେ ଯେହେତୁ ଏହା କୃଷି ବିଭାଗ ଓ ସମ୍ପୃକ୍ତ ବ୍ୟବସାୟୀ ଙ୍କ ମିଲିଭଗତରେ ଚାଲିଥିଲା କୃଷି ବିଭାଗ ନିଜେ ଦୋଷମୁକ୍ତ ହେବାର ଲାଗି ପ୍ରଥମେ ଟ୍ରକ ସହ କୀଟନାଶକ ବିନିକା ପୁଲିସ ବିଭାଗ କୁ ହସ୍ତାନ୍ତର କରିଥିଲେ । କିନ୍ତୁ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା ।

ଶେଷରେ କୃଷି ବିଭାଗ ବାଧ୍ୟ ହୋଇ ବଲାଙ୍ଗୀର ଜିଏସଟି ଏନଫର୍ସମେଣ୍ଟ ୟୁନିଟ କୁ ଟ୍ରକ ଏବଂ କୀଟନାଶକ ହସ୍ତାନ୍ତର କରିଦେଇଥିଲା । ଜିଏସଟି ବିଭାଗ ଜାଣିବାକୁ ପାଇଥିଲେ ଯେ ଏହା ଜିଏସ ଟି ଫାଙ୍କା ହୋଇକି ମାଲ ଆସିଥିଲା । କେବଳ ନାମକୁ ମାତ୍ର କିଛି ଫାଇନ କାଟି ଦେଇ ସମ୍ପୃକ୍ତ ଅସାଧୁ ବ୍ୟବସାୟୀ ଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଚୁପ ରହି ସମସ୍ତ ମାଲ କୁ ଛାଡିଦେଇଥିଲେ । ଯାହାକୁ ନେଇ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି ।

ଯେଉଁ ଜିଏସଟି ବିଭାଗ କୌଣସି ଜିଏସଟି ଫାଙ୍କି କାରବାର କଲେ ଚଢ଼ାଉ କରିବା ସହିତ ମାମଲା ରୁଜ୍ଜୁ କରି ସେହି ଜିଏସଟି ବିଭାଗ ସାମାନ୍ୟ ଫାଇନ କାଟି ଛାଡି ଦେଇଥିବାରୁ ଚାଷୀମାନଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି । ଆଗାମୀ ଦିନରେ କୃଷି ବିଭାଗ କ’ଣ ପଦକ୍ଷେପ ନେବ ତାହା ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।

ଏ ବିଷୟରେ କୃଷି ବିଭାଗ ର ବିନିକା କୃଷି ଅଧିକାରୀ ରାକେଶ ରଞ୍ଜନ ମାଝୀ ଙ୍କୁ ପଚାରିବାରୁ ସେ କହିଥିଲେ ଯେ ଜିଏସଟି ବିଭାଗ ର ତଦନ୍ତ ରିପୋର୍ଟ ଆସିଲା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଯିବା ସହିତ ସମ୍ପୃକ୍ତ ବ୍ୟକ୍ତି ଙ୍କ ନାମରେ ବିଭାଗ ତରଫରୁ ଥାନାରେ ମାମଲା ରୁଜୁ କରାଯିବ । ତେବେ ଦେଖିବାକୁ ବାକି ରହିଲା କୃଷି ବିଭାଗ ସମ୍ପୃକ୍ତ ଅସାଧୁ ବ୍ୟବସାୟୀ ଙ୍କ ନାମରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।

Popular Articles