ବାଲିଗୁଡା ଉପଖଣ୍ଡ ସ୍ୱରୀୟ ସ୍ୱାଧୀନତା ଦିବସ ପାଳନ ପ୍ରସ୍ତୁତି ବୈଠକ

ରିପୋର୍ଟ: ବିଭୁତି ଲହରିଆ
ବାଲିଗୁଡା(୩୧/୦୭): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଜିଲ୍ଲାପାଳଙ୍କ ସଭାଗୃହରେ ୭୩ତମ ଉପଖଣ୍ଡ ସ୍ତରୀୟ ସ୍ବାଧୀନତା ଦିବସ ପାଳନପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି |

ବାଲିଗୁଡା ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିବାବେଳେ ପ୍ରତିବର୍ଷ ଭଳି ଚଳିତବର୍ଷ କିଭଳି ଶାନ୍ତି ଶୃଙ୍ଖଳାର ସହ ସ୍ବାଧୀନତା ଦିବସ ପାଳନ କରାଯିବ ସେନେଇ ଆଲୋଚନା ହୋଇଥିଲା | ଏଥିସହିତ ସ୍ବାଧୀନତା ଦିବସ ଅବସରରେ ହେବାକୁଥିବା ବିଭିନ୍ନ ପ୍ରତିଯୋଗୀତା ସମ୍ପର୍କରେ ସୂଚନା ଦିଆଯାଇଥିଲା | ଏହି ବୈଠକରେ ବାଲିଗୁଡା ଉପଖଣ୍ଡ ଉତ୍ସବ କମିଟିର ସମସ୍ତ ସଦସ୍ୟଙ୍କ ସମେତ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି,ବିଦ୍ୟାଳୟ ଶିକ୍ଷକ,ଶିକ୍ଷୟତ୍ରୀ,ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ |

Comments are closed.