Friday, March 29, 2024

Top 5 This Week

Related Posts

କଳାହାଣ୍ଡି ପୋଷ୍ଟାଲ ଡିଭିଜନ ଦ୍ୱାରା ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳନ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
କଳାହାଣ୍ଡି, (୧୪/୦୮) : କଳାହାଣ୍ଡି ପୋଷ୍ଟାଲ ଡିଭିଜନ ତତ୍ତ୍ୱାବଧାନରେ ଡ଼ାକ ଅଧିକ୍ଷକ ଶ୍ରୀଯୁକ୍ତ ସଞ୍ଜୟ କୁମାର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଐତିହାସିକ ୧୪ ଅଗଷ୍ଟ ଅବସରରେ “ବିଭାଜନ ବିଭୀଷିକା ସ୍ମୃତି ଦିବସ ” ପାଳନ କରାଯାଇଥିଲା ।

କଳାହାଣ୍ଡି ପୋଷ୍ଟାଲ ଡିଭିଜନ ଦ୍ୱାରା ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ପୁଷ୍ପେନ୍ଦୁ ସିଂ ଦେଓ ଯୋଗଦାନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ସୂଚନାଯୋଗ୍ୟ ଯେ ୧୪ ଅଗଷ୍ଟ କୁ ଭାରତ ର ବିଭାଜନ ସମୟ ର ଲୋମହର୍ଷଣକାରୀ ଘଟଣା ସବୁକୁ ସ୍ମରଣ କରିବା ନିମନ୍ତେ ସର୍ବ ଭାରତୀୟ ସ୍ତରରେ ଭାରତ ସରକାରଙ୍କ ଡ଼ାକ ବିଭାଗ ଜରିଆରେ ବିଭିନ୍ନ କାର୍ଯ୍ୟକ୍ରମ/ପ୍ରଦର୍ଶନୀ କରି ସାଧାରଣ ଲୋକଙ୍କୁ ୧୪ ଅଗଷ୍ଟ ୧୯୪୭ ରେ କରିଥିବା/ଭୋଗିଥିବା ଦୁଃଖ, ଦୁର୍ଦ୍ଦଶା ଏବଂ ମାନବ ଅଧିକାର ହନନ ତଥା ଅନିଚ୍ଛା ସତ୍ତ୍ୱେ ନିଜ ଜନ୍ମ ମାଟିକୁ ଛାଡିବାର ବାଧ୍ୟ ବାଧକତା ଆଦି ଘଟଣା ଗୁଡିକୁ ସ୍ମରଣ କରିବା ନିମନ୍ତେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏହି ଅବସରରେ ଅନ୍ତରରାଷ୍ଟ୍ରୀୟ ଖ୍ୟାତସମ୍ପର୍ନ୍ନ କବି ଶ୍ରୀଯୁକ୍ତ ଭବାନୀ ଶଙ୍କର ନିଆଲ, ତଥା ସହ ଡ଼ାକ ଅଧିକ୍ଷକ ଶ୍ରୀ ରାଜ କିଶୋର ମହାରଣା ଏବଂ ଶ୍ରୀ ବିଜୟ କୁମାର ପଟ୍ଟନାୟକ ତଥା ଭବାନୀପାଟଣା ମୁଖ୍ୟ ପୋଷ୍ଟ ମାଷ୍ଟର ଶ୍ରୀ ଦିଲୀପ କୁମାର ମିଶ୍ର ଏବଂ ଡେପୁଟି ପୋଷ୍ଟ ମାଷ୍ଟର ଶ୍ରୀ ମାନ୍ଧାତା ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଶ୍ରୀ ଅଭିଷେକ ପଣ୍ଡା ଏବଂ ଅନ୍ୟ ପୋଷ୍ଟାଲ କର୍ମଚାରୀ ଆୟୋଜନ କରିଥିଲେ ।

Popular Articles