ଗଙ୍ଗାଧର ସମ୍ମାନ ଘୋଷିତ : କେଶରଞ୍ଜନ ଓ ଲିଟୁଙ୍କୁ ମିଳିଲା ସମ୍ମାନ

0
133
ଗଙ୍ଗାଧର

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବରଗଡ଼, (୧୪/୦୮) : ସାହିତ୍ୟ ଜଗତରେ କବି ଗଙ୍ଗାଧର ମେହେରଙ୍କ ସୃଷ୍ଟି ର ସର୍ବକାଳୀନ ପ୍ରାସଙ୍ଗିକତା ରହିଛି । ଏହା ଅନ୍ୟ ଯେକୌଣସି ସାହିତ୍ୟ ଠାରୁ ବହୁ ଉଚ୍ଚ କୋଟିର ବୋଲି ପ୍ରମାଣିତ ହୋଇ ସାରିଛି । ଆମ ସଂସ୍କୃତି, ସାହିତ୍ୟ ଓ ପରମ୍ପରା କୁ ଗଙ୍ଗାଧରଙ୍କ ସାହିତ୍ୟ ର ଅବଦାନ ଅବର୍ଣ୍ଣନୀୟ ।WhatsApp Image 2022 08 14 at 11.00.22 AM ଗଙ୍ଗାଧର ସମ୍ମାନ ଘୋଷିତ : କେଶରଞ୍ଜନ ଓ ଲିଟୁଙ୍କୁ ମିଳିଲା ସମ୍ମାନ

ବରପାଲି ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ଗଙ୍ଗାଧର ତାଙ୍କ ସାହିତ୍ୟରେ ବିଭିନ୍ନ ପ୍ରସଙ୍ଗ ଉତ୍ଥାପନ କରିଛନ୍ତି । ଏପରିକି ଏହି ଅଞ୍ଚଳ ର କୃଷି ଓ କୃଷକଙ୍କ କଥା ମଧ୍ୟ ସେ ଭୁଲି ନାହାଁନ୍ତି ବୋଲି ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘରେ ଅନୁଷ୍ଠିତ ଗଙ୍ଗାଧର ମେହେର ଜୟନ୍ତୀ କାର୍ଯ୍ୟକ୍ରମରେ ଅତିଥିମାନେ ମତ ବ୍ୟକ୍ତ କରିଛନ୍ତି । ସଂଘ ସଭାପତି ତଥା ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ କୁ ସମ୍ପାଦକ ବିଶ୍ଵବିଜ ମିଶ୍ର ସଂଯୋଜନା କରିଥିଲେ ।

ମୁଖ୍ୟ ଅତିଥି ଭାବରେ ବରଗଡ଼ ସାଂସଦ ସୁରେଶ ପୂଜାରୀ ଯୋଗଦେଇ ଗଙ୍ଗାଧରଙ୍କ କାଳଜୟୀ କାବ୍ୟକୃତୀ ର ସମ୍ୟକ ଆଲୋଚନା କରିଥିଲେ । ମୁଖ୍ୟ ବକ୍ତା ଡ. କୃଷ୍ଣ କେଶବ ଷଡ଼ଙ୍ଗୀ ଆଧୁନିକ ସାହିତ୍ୟରେ ଗଙ୍ଗାଧର ସାହିତ୍ୟ ର ପ୍ରାଥମିକତା ଉପରେ ଆଲୋଚନା କରିବା ସହିତ ଗଙ୍ଗାଧରଙ୍କ ସଂସ୍କାରଧର୍ମୀ କାବ୍ୟ କବିତା ସର୍ବଜନାଦୃତ ଏବଂ ସବୁ ବର୍ଗ ର ଲୋକଙ୍କୁ ପ୍ରଭାବିତ କରିଛି ବୋଲି ପ୍ରକାଶ କରିଥିଲେ ।

ଏହି ଅବସରରେ ପଦ୍ମପୁର ବିଶିଷ୍ଟ ନେତାଙ୍କର ଡ. କେଶରଞ୍ଜନ ପ୍ରଧାନ ଓ ବରଗଡ଼ ର ବିଶିଷ୍ଟ ଚଳଚିତ୍ର ନିର୍ଦ୍ଦେଶକ ଲିଟୁ ମହାନ୍ତିଙ୍କୁ ଚଳିତ ବର୍ଷ ର ସମ୍ମାନଜନକ ଗଙ୍ଗାଧର ସମ୍ମାନ ପ୍ରଦାନ କରାଯାଇଥିଲା । ଅଧ୍ୟାପିକା ଡ. ସଂଘମିତ୍ରା ମିଶ୍ର ମାନପତ୍ର ପାଠ କରିଥିଲେ । ଶେଷରେ ସଂଘ ର ଉପସଭାପତି କୃଷ୍ଣ ଚନ୍ଦ୍ର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।