ଆଣ୍ଠୁଏ କାଦୁଅରେ ପାର ହେଉଛନ୍ତି ବୋରିଗୁମ୍ମା ବ୍ଲକବାସୀ

ରିପୋର୍ଟ: ମାନସ ରଞ୍ଜନ ହୋତା
ବୋରିଗୁମ୍ମା(୩୦/୦୭): କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ପୁରୁଣା ବୋରିଗୁମ୍ମା ଠାରେ ନୂତନ ପୋଲ ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ଯୋଗୁଁ ଏକ ଅସ୍ଥାୟୀ ଆପ୍ରୋଚ ରୋଡ଼ ନିର୍ମାଣ କରାଯାଇଥିଲା । ସେହି ରାସ୍ତା ଦେଇ ଯାନବାହନ ଚଳାଚଳ ହେଉଥିଲା । କିନ୍ତୁ ଦୁଇ ଦିନର ଲଗାଣ ବର୍ଷା ଯୋଗୁଁ ଅସ୍ଥାୟୀ ପୋଲ ଉପରେ ୫ ଫୁଟ ଉପରେ ଜଳ ନିଷ୍କାସନ ହେଉଅଛି ଏବଂ ଅସ୍ଥାୟୀ ପୋଲ ଟି ସମ୍ପୂର୍ଣ ଧୋଇ ହୋଇ ଯାଇଛି |

ସେଥିପାଇଁ ବ୍ଲକର ୧୫ରୁ ଉର୍ଦ୍ଧ୍ବ ପଞ୍ଚାୟତ ଯୋଗାଯୋଗ ବିଛିନ୍ନ ହୋଇ ହଜାର ହଜାର ଲୋକ ପ୍ରଭାବିତ ହୋଇଛନ୍ତି । କୁମୁଲି, କାଠରଗଡା, ଗୁମୁଡ଼ା , କାମତା, ମୁଂଜା ,ଚମ୍ପାପଦର ,ହରଡାଗୁଡା ,ନରିଗାଁ ,ବି ସିଂହପୁର ,ରଣସପୁର ,ବେଣା ଗାଁ ,ବେଣାସୁର ଭଳି ଯୋଗାଯୋଗ ବ୍ଲକ ସଦର ମହକୁମା ଠାରୁ ବିଚ୍ଛିନ୍ନ ହୋଇପଡିଛି । ପୂର୍ତ୍ତ ବିଭାଗ ଦ୍ଵାରା ପୋଲ ନିର୍ମାଣ କାର୍ଯ୍ୟର ବିଳମ୍ବ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପଟେ ଏଇ ରାସ୍ତା ଦେଇ ଯାଉଥିବା ସମସ୍ତ ବସ,ଯାତ୍ରୀ ଵାହି ଅଟୋ ସହିତ ସମସ୍ତ ପ୍ରକାର ଚଳାଚଳ ସମ୍ପୂର୍ଣ୍ଣ ଠପ ହୋଇ ପଡ଼ିଛି । ଏହି ରାସ୍ତାଟି ବ୍ଲକର ଲାଇଫ ଲାଇନ ହୋଇଥିବାରୁ ଆଣ୍ଠୁଏ କାଦୁଅରେ ମଧ୍ୟ ଲୋକେ ହନ୍ତସନ୍ତ ହୋଇ ଯାଉଥିବା ଦେଖିବାକୁ ମିଳିଥିଲା । ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ସଧାରଣରେ ଦାବୀ ହୋଇଛି ।

Comments are closed.