ପୂଜାରାଙ୍କ ବିସ୍ଫୋରକ ଶତକ : ଗୋଟିଏ ଓଭର୍‌ରେ ମାରିଲେ ୨୨ ରନ

0
123
ପୂଜାରାଙ୍କ ବିସ୍ଫୋରକ ଶତକ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଲଣ୍ଡନ, (୧୩/୦୮) : ପୂଜାରାଙ୍କ ବିସ୍ଫୋରକ ଶତକ । ଟିମ୍‌ ଇଣ୍ଡିଆ ର ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ରୟାଲ ଲଣ୍ଡନ ଦିନିକିଆ କପରେ ବିସ୍ଫୋରକ ବ୍ୟାଟିଂ କରିଛନ୍ତି । କାଉଣ୍ଟି ଟିମ୍‌ ସକ୍ସେସ ପାଇଁ ଖେଳୁଥିବା ପୂଜରା ଏବେ ଜବରଦସ୍ତ ଫର୍ମରେ ଅଛନ୍ତି । 

ସେ କାଉଣ୍ଟି ଚାମ୍ପିୟନଶିପ ଡିଭିଜନ-୨ରେ ସକ୍ସେସ ପାଇଁ ୫ ଶତକ ହାସଲ କରିବା ପରେ ନିୟମିତ ଅଧିନାୟକ ଟମ ହାଇନଙ୍କ ବଦଳରେ ଦଳର କମାଣ ସମ୍ଭାଳିଥିଲେ । ପୂଜାରାଙ୍କ ବିସ୍ଫୋରକ ଶତକ । ଏବେ ପୂଜାରା ନିଜର ବ୍ୟାଟିଂ ଜଲୱା ୱାରୱିକଶେର ବିପକ୍ଷ ଦିନିକିଆରେ ମଧ୍ୟ ଦେଖାଇଛନ୍ତି । ରାୟାଲ ଲଣ୍ଡନ ଦିନିକିଆ କପ୍‌ ର ଗୋଟିଏ ମ୍ୟାଚ୍‌ରେ ପୂଜାରା ଦମଦାର ଶତକ ହାସଲ କରିଛନ୍ତି । ଏଥିସହ ସେ ଗୋଟିଏ ଓଭର୍‌ରେ ୨୨ ରନ ହାସଲ କରି ନିଜ ବିସ୍ଫୋରକ ରୂପ ସମସ୍ତଙ୍କୁ ଦେଖାଇଛନ୍ତି ।

ସକ୍ସେସ ଏହି ମ୍ୟାଚ୍‌ରେ ୩୧୧ ରନ ର ଟାର୍ଗେଟକୁ ପିଛା କରୁଥିଲା । ପୂଜାରା ବ୍ୟାଟିଂ କରିବାକୁ ଆସିବା ବେଳେ ଦଳ ୨ ୱିକେଟ ହରାଇ ୧୧୨ ରନ କରିଥିଲା । ତେବେ କ୍ରିଜକୁ ଆସିବା କ୍ଷଣି ପୂଜାରା ବଡ଼ ଶଟ ଖେଳିବା ଆରମ୍ଭ କରିଥିଲେ । ସେ ମାତ୍ର ୭୯ ବଲରେ ୧୦୭ ରନ୍‌ ର ଇନିଂସ ଖେଳିଛନ୍ତି । ଏଥିରେ ୭ଟି ଚୌକା ଓ ୨ଟି ଛକା ରହିଥିଲା ।

କିନ୍ତୁ ମ୍ୟାଚ୍‌ ର ୪୭ ତମ ଓଭର ବୋଲିଂ କରୁଥିବା ଲିଆମ ନରୱେଲଙ୍କୁ ସେ ନିର୍ଧୁମ ପ୍ରହାର କରିଥିଲେ । ଏହି ଓଭର୍‌ରେ ପୂଜାରା ୨୨ ରନ ହାସଲ କରିଥିଲେ । ଲିଆମଙ୍କ ପ୍ରଥମ ବଲରେ ସେ ଚୌକା ମାରିଥିଲେ । ଏହାପରେ ୨ ରନ ନେଇଥିଲେ । ପୁଣି ଗୋଟିଏ ଚୌକା ମାରିବା ପରେ ୪ର୍ଥ ବଲରେ ୨ ରନ ହାସଲ କରିଥିଲେ । ୫ମ ବଲରେ ପୂଜାରା ଛକ୍କା ଓ ଶେଷ ବଲରେ ଚୌକା ମାରି ମୋଟ ୨୨ ରନ ଆଦାୟ କରିଥିଲେ । ମ୍ୟାଚ୍‌ ର ୪୮ ତମ ଓଭର୍‌ରେ ସେ ଶତକ ହାସଲ କରିଥିଲେ । ସେହିପରି ୪୯ ତମ ଓଭର୍‌ରେ ସେ କ୍ଲିନବୋଲ୍ଡ ହୋଇ ପ୍ୟାଭିଲିୟନ ଫେରିଥିଲେ । ପୂଜାରାଙ୍କ ବିସ୍ଫୋରକ ବ୍ୟାଟି ସତ୍ତ୍ୱେ ସକ୍ସେସ ଧାର୍ଯ୍ୟ ଟାର୍ଗେଟ ର ଠାରୁ ୪ ରନ ଦୂରରେ ରହିଯାଇଥିଲା ।