ସାଲେଭଟାରୁ ବଲାଙ୍ଗୀର ଜାତୀୟ ରାଜପଥ ବିପଦ ଜନକ ଅବସ୍ଥା

ରିପୋର୍ଟ: ମାଧବ ସାହୁ
ସାଲେଭଟା(୩୦/୦୭): ସାଲେଭଟାରୁ ବଲାଙ୍ଗୀର ଜାତୀୟ ରାଜପଥ ୨୬ ବିପଦ ଜନକ ଅବସ୍ଥାରେ ଥିବା ଜଣାପଡିଛି | ସାଲେଭଟା ଉତ୍କଳମଣି ହାଇସ୍କୁଲ ତଥା ସାଲେଭଟା ଟିକିରା ପଡା ଠାରେ ଏକ ଵମ୍ପସ ରହିଛି | ସ୍କୁଲ ପିଲାଙ୍କ ପାଇଁ ସୁବିଧା ଵମ୍ପସ ଏବେ ଅସୁବିଧାର ସମ୍ମୁଖୀନ ଦେଖିବାକୁ ମିଳିଛି |

ଦୁଇଟି ଵମ୍ପସ ମଧ୍ୟରେ ଖାଲ ହୋଇଯାଇଛି | ଫଳରେ ବାଇକ ଆରୋହୀ ଦୁର୍ଘଟଣାର ଶିକାର ହେଉଛନ୍ତି | ସାଲେଭଟା ରୁ ଝାରବନ୍ଧଲି ପର୍ଯ୍ୟନ୍ତ ରାସ୍ତା ସମ୍ପୂର୍ଣ୍ଣ ଖରାପ ହୋଇଯାଇଛି | ଦୁଇ ଚକିଆ, ଚାରି ଚକିଆ ଯାନବାହାନ ଯିବା ଆସିବା ପାଇଁ ଅସୁବିଧା ହେଉଛି | ବାରମ୍ବାର ଦୁର୍ଘଟଣା ହେଲେ ମଧ୍ୟ ପ୍ରଶାସନର ନିଦ ଭାଙ୍ଗୁନି | ଲକ୍ଷ ଲକ୍ଷ ଟଙ୍କାର ରାସ୍ତା କାର୍ଯ୍ୟ ହେଲେ ମଧ୍ୟ ସାଲେଭଟା ରୁ ଝାରବନ୍ଧଲି ପର୍ଯ୍ୟନ୍ତ ରାସ୍ତାରେ ଖାଲ, ନାଳ ହୋଇଯାଇଛି | ଫଳରେ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ସାଲେଭଟା ଉତ୍କଳମଣି ହାଇସ୍କୁଲର ସମ୍ମୁଖରେ ରାସ୍ତା ଖରାପ ହେବାରୁ ରାସ୍ତାର ଦୁଃଖ ଦେଖି ନ ପାରି ସାଲେଭଟାର ସ୍ବେଛାସେବୀ ମାନେ ନିଜେ ମରାମତି କରୁଛନ୍ତି | ଏଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଏବଂ ରାସ୍ତା କାର୍ଯ୍ୟକୁ ସମ୍ପୂର୍ଣ୍ଣ ମରାମତି କରିବାକୁ ଅଞ୍ଚଳବାସୀଙ୍କ ଦାବି ହେଉଛି | ଯଦି ଆସନ୍ତା କିଛି ଦିନ ମଧ୍ୟରେ ରାସ୍ତା କାର୍ଯ୍ୟ ନ ହେଲେ ରାସ୍ତା ଅବରୋଧ କରାଯିବ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି |

Comments are closed.