ଘାସ ବାଛୁଥିବାବେଳେ ବିଜୁଳି ମାରି ମହିଳା ମୃତ, ଜଣେ ଗୁରୁତର

0
83
ଘାସ ବାଛୁଥିବାବେଳେ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ରେଢ଼ାଖୋଲ, (୧୩/୦୮) : ବିଲରେ ଘାସ ବାଛୁଥିବାବେଳେ ହେଲା ବଜ୍ରପାତ । ସେହି ବିଲରେ ଟଳି ପଡ଼ିଲେ ଜଣେ ମହିଳା । ଅନ୍ୟ ଜଣେ ମହିଳା ମଧ୍ୟ ଗୁରୁତର ହୋଇଛନ୍ତି ।

ଏଭଳି ଦୁଃଖଦ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ ବନଶାଜାଲ ପଞ୍ଚାୟତ ମହାଲିଙ୍ଗ ଗାଁରେ । ମୃତ ମହିଳା ଜଣଙ୍କ ହେଲେ ସୁପ୍ରଭା ବେହେରା । ଗୁରୁତର ଥିବା ତୁଳସୀ ପ୍ରଧାନଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଗତକାଲି ସୁପ୍ରଭା ଓ ତୁଳସୀ ଘାସ ବାଛିବାକୁ ବିଲକୁ ଯାଇଥିଲେ । ଘାସ ବାଛୁଥିବାବେଳେ ବଜ୍ରପାତ ହୋଇଥିଲା । ଦୁହେଁ ବେହୋସ ହୋଇ ତଳେ ପଡ଼ି ଯାଇଥିଲେ । ଉଭୟଙ୍କୁ ପରିବାର ଲୋକ ଉଦ୍ଧାର କରି ଚାରମାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ସୁପ୍ରଭାଙ୍କୁ ମୃତ ଘୋଷଣା କରିଥିଲେ । ତୁଳସୀଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା ।